Posted inରାଜ୍ୟ

ଯାଆଁଳ ଉତ୍ପାଦନ କେନ୍ଦ୍ର ନାହିଁ: ପଡ଼ୋଶୀ ରାଜ୍ୟ ଉପରେ ଚାଷୀ ନିର୍ଭର

ମହାକାଳପଡ଼ା, ୬ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ମହାକାଳପଡ଼ା ଅଞ୍ଚଳରେ ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାଠାରୁ ଆରମ୍ଭ କରି ଉତ୍ପାଦନ ବୃଦ୍ଧି ଆଦି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ହେଲେ ଖରା ଦିନରେ ପ୍ରାୟତଃ ନଦୀରେ ପାଣି ଶୁଖିଯିବା ଯୋଗୁ ଯାଆଁଳ ମିଳୁ ନଥିବା ଯୋଗୁ ଇଞ୍ଜେକସନ ଦିଆଯାଇ କୃତ୍ରିମ ଉପାୟରେ ଉତ୍ପାଦିତ ଯାଆଁଳ ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଦି ସ୍ଥାନରେ କୃତ୍ରିମ ଉପାୟରେ ମାଛ ଯାଆଁଳ ଉତ୍ପାଦନ କରାଯାଇ ଓଡ଼ିଶାକୁ ଆସୁଛି। ଏଠାକାର ଚାଷୀ ଚଢ଼ା ଦରରେ ସେହି ଯାଆଁଳ କିଣି ଚାଷ କରୁଛନ୍ତି। ପଶ୍ଚିମବଙ୍ଗର କାନ୍ଥି, ହୁଗୁଳି, ନଇହାଟ ଓ ବଡ ତାଲା ବଜାର ଓ ବାଂଲାଦେଶର ବିଭିନ୍ନ ସ୍ଥାନରୁ ଏହି ଯାଆଁଳ ଆସି ମହାକାଳପଡ଼ା ସମେତ ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳରେ କୃତ୍ରିମ ପ୍ରଣାଳୀରେ ଯାଆଁଳ ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀମାନଙ୍କୁ ବହାର ଯାଆଁଳ ଉପରେ ନିର୍ଭର କରିବାକୁ ପଡୁଛି। ଏହା କିଲୋଗ୍ରାମ ପ୍ରତି ୨ହଜାରରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଉଥିବା ପଶ୍ଚିମବଙ୍ଗର ଜନୈକ ବ୍ୟବସାୟୀ ସୂଚନା ଦେଇଛନ୍ତି। ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ବଉଳକଣୀ, ଜମ୍ବୁ, ସୁନୀତି, ଗଗୁଆ, ପେଟ୍‌ଛେଲା, ବାରଡ଼ାଙ୍ଗ ଆଦି ପଞ୍ଚାୟତରେ ଚାଷୀମାନେ ଏହି ଯାଆଁଳ କିଣି ଚାଷ କରୁଥିବା ଦେଖିବାକୁ ମିଳୁଛି। ବ୍ଲକ ଅଞ୍ଚଳରେ କୃତ୍ରିମ ପଦ୍ଧତିରେ ଯାଆଁଳ ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି। ଏଥିସହ ଖରାଦିନେ ମତ୍ସ୍ୟଚାଷୀଙ୍କୁ ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯାଆଁଳ ଯୋଗାଇଦେବାକୁ ବାବାଜୀ ବେହେରା, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁନ୍ଦର ମୋହନ ସିଂ, ସଦାଶିବ ରାଉତଙ୍କ ସମେତ ବହୁ ଚାଷୀ ଦାବି କରିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?