ଯତରାର ଦ୍ୱିତୀୟ ସନ୍ଧ୍ୟା :ରାଜସ୍ଥାନର ଭବାଇ ନୃତ୍ୟ, ପିପିଲିର ପଲ୍ଲୀନୃତ୍ୟ ମନମୋହିଲା

ସୁନ୍ଦରଗଡ଼,୨୯।୧ (ଡି.ଏନ୍‌.ଏ) -ସ୍ଥାନୀୟ ଭବାନୀ ଭବନ ପଡିଆରେ ଚାଲିଥିବା ଜିଲା ସାଂସ୍କୃତିକ ମହୋତ୍ସବ ଯତରା -୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ସାଂସ୍କୃତିକ ଦଳ ଦ୍ୱାରା ପାରମ୍ପରିକ ବିଭିନ୍ନ ଲୋକନୃତ୍ୟ ଓ ଲୋକସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ। ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିବା ସହ ଆଦିବାସୀ କଳାସଂସ୍କୃତି ସମୃଦ୍ଧ ସୁନ୍ଦରଗଡବାସୀ ନିଜର କଳାନୈପୁଣତାକୁ ପ୍ରତିପାଦିତ କରି ପାରିବା ସହ ଅନ୍ୟ ଜିଲା ତଥା ରାଜ୍ୟର ପାରମ୍ପାରିକ ଲୋକନୃତ୍ୟ ସହିତ ପରିଚିତ ହେବାର ଏହି ମହୋତ୍ସବ ଅପୂର୍ବ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିକାଶ ପରିଷଦ ଜରିଆରେ ହଜିଯାଉଥିବା ଆଦିବାସୀ କଳାସଂସ୍କୃତି ର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା କହିଥିଲେ। ଅତିରିକ୍ତ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ଏହି ସମାରୋହରେ ସଭାପତିତ୍ୱ କରିଥିଲେ। ରାଉରକେଲା ତ୍ରିବେଣୀ କଳାପରିଷଦ ଓ ସୁନ୍ଦରଗଡ ଧରଣୀଧର କଳାକାରମାନଙ୍କ ଦ୍ୱାରା ଓଡିଶୀ, ଲାଠିକଟାର ସାନ୍ତାଳୀ ନୃତ୍ୟ, ବାମରା ସରଗମ କଳାପରିଷଦ ଓ ରାଉରକେଲା କୋଶଳ ଦର୍ପଣ ଅନୁଷ୍ଠାନର ପଦ୍ମିନୀ ପାଣିଗ୍ରାହୀ ଓ ସାଥୀ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ, ପୁରୀ ଓ୍ବାରିୟର ମାଲଖମ୍ବ ଏକାଡେମୀର ମାଲଖମ୍ବ କଳା କୌଶଳ, ପିପିଲି ମା’ ବୀଣକେଶରୀ ନୃତ୍ୟ ମଞ୍ଜରୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପଲ୍ଲୀନୃତ୍ୟ, ରାଜସ୍ଥାନର କଳାକାରଙ୍କ ଦ୍ୱାରା ଭବାଇ ନୃତ୍ୟ ଓ ବୌଦ ନଚନିଆ କଳା ପରିଷଦର କଳାକାରଙ୍କ ଦ୍ୱାରା ପରିବେଷିତ ଲୋକନୃତ୍ୟ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ସେହିପରି ରାଜଗାଙ୍ଗପୁରର ବାଲୁକା ଶିଳ୍ପୀ ରାଜୁ ସାହୁଙ୍କ ଦ୍ୱାରା ଏହି ପଡିଆରେ ବେଟୀ ବଚାଓ, ବେଟୀ ପଢାଓ ବାର୍ତ୍ତାକୁ ନେଇ ବାଲୁକା ଶିଳ୍ପକଳା ଓ ଜିଲା ଶିଶୁସୁରକ୍ଷା ବିଭାଗ ପକ୍ଷରୁ କନ୍ୟା ସନ୍ତାନ ସମ୍ପର୍କୀତ ଏକ ସଚେତନତା ଶୋଭା ଅନୁଷ୍ଠିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କନ୍ୟାସନ୍ତାନର ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ। ଅଞ୍ଜନ ପ୍ରଧାନ ଓ ଶ୍ରୀପଦା ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆସନ୍ତା ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜିଲା ଉନ୍ନୟନ ପ୍ରଦର୍ଶନୀ, ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା, ଚିତ୍ର କଳା କର୍ମଶାଳା ଓ ପ୍ରଦର୍ଶନୀରେ ବେଶ ଜନସମାଗମ ହେଉଛି। ବୁଧବାର ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଏହି ଅବସରରେ ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡର ଐତିହ୍ୟ, କଳା ସଂସ୍କୃତି ଭାଷା ସାହିତ୍ୟ ସମ୍ପର୍କୀତ ଏକ ସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri