ମୌସୁମୀରେ ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ନୂଆଦିଲ୍ଲୀ, ୨୫।୪: ଆଉ କିଛି ସପ୍ତାହ ପରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ କମିଯିବ ବୋଲି କୁହାଯାଉଛି। କିନ୍ତୁ ଜୁଲାଇ କିମ୍ବା ଅଗଷ୍ଟ ମୌସୁମୀ ସମୟରେ ଏହା ପୁଣି ଭାରତକୁ ଲେଉଟିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଲକ୍‌ଡାଉନ୍‌ ଶେଷ ହେବା ପରେ ଭାରତୀୟମାନେ କିଭଳି ଶାରୀରିକ ଦୂରତ୍ୱ ବଜାୟ ରଖି ସଂକ୍ରମଣ ସ୍ତରକୁ କମାଇବେ ତା’ ଉପରେ ସବୁକିଛି ନିର୍ଭର କରୁଛି ବୋଲି ସେମାନେ କହିଛନ୍ତି।
ଶିବ ନାଦାର ବିଶ୍ୱବିଦ୍ୟାଳୟର ପ୍ରଫେସର ସମିତ୍‌ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ହାରରେ ସଂକ୍ରମଣ ଦେଖିବାକୁ ମିଳୁଛି, ତାହା କିଛି ସପ୍ତାହ କିମ୍ବା କିଛି ମାସ ପରେ କମିଯାଇପାରେ। ତଥାପି ମୌସୁମୀ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଭାରତକୁ ଲେଉଟିପାରେ। କାରଣ ସାମାଜିକ ଦୂରତ୍ୱ ବଜାୟ ରଖିବାରେ ଭାରତୀୟମାନେ କେତେ ସଜାଗ ରହୁଛନ୍ତି ତାହା ମୁଖ୍ୟ ବିଷୟ ପାଲଟିବ। ଭଟ୍ଟାଚାର୍ଯ୍ୟଙ୍କ ସହ ଏକମତ ହୋଇଛନ୍ତି ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ର ପ୍ରଫେସର ରାଜେଶ ସୁନ୍ଦରେସାନ୍‌। ବର୍ତ୍ତମାନ ଦେଖାଦେଇଥିବା ସଂକ୍ରମଣ ଯେତେବେଳେ ସ୍ବାଭାବିକ ସ୍ତରକୁ ଚାଲିଆସିବ, ସେତେବେଳେ ଏହା ପୁନଶ୍ଚ ବଢ଼ିବାର ସୁଯୋଗ ରହିଛି। ଟ୍ରାଭେଲ ବା ଯାତ୍ରା ଉପରେ କଟକଣା ହଟିଲା ପରେ ଚାଇନାରେ ଯେଭଳି ଏହା ପୁଣି କେତେକାଂଶରେ କାୟା ବିସ୍ତାର କଲା, ତାହା ଭାରତରେ ଦେଖାଦେଇପାରେ ବୋଲି ସୁନ୍ଦରେସାନ୍‌ କହିଛନ୍ତି।
ମାର୍ଚ୍ଚ ୨୫ରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୬୧୮ ଥିବା ବେଳେ ୧୩ ଜଣ ପ୍ରାଣ ହରାଇଥିଲେ। ସେତେବେଳେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରି ପରବର୍ତ୍ତୀ ସମୟରେ ଏହାକୁ ମେ ୩ ଯାଏ ବଢ଼ାଇଛନ୍ତି। ତେବେ ୨୪ ଏପ୍ରିଲ ସୁଦ୍ଧା ଦେଶରେ ୭୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩,୦୭୭ ଲୋକ ସଂକ୍ରମିତ ହୋଇଛନ୍ତି। ଶୁଭ ଖବର ହେଉଛି ଯେ, ଲକ୍‌ଡାଉନ୍‌ ପୂର୍ବରୁ ଯେଭଳି ୩.୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଥିଲା ତାହା ଏବେ ୭.୫ ଦିନ ଲାଗୁଛି। ୧୮ ରାଜ୍ୟ ଜାତୀୟ ହାରଠାରୁ ଭଲରେ ଅଛନ୍ତି। ଗତ ୧୦ ଦିନରେ ଆରୋଗ୍ୟ ହାର ଦୁଇଗୁଣା ବୃଦ୍ଧି ପାଇଛି। ଏଥିରୁ ସୂଚିତ ହେଉଛି ଯେ, ଆମର ଅଭିବୃଦ୍ଧି କର୍ଭ ନିମ୍ନମୁଖୀ ହେଉଛି ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ତେବେ ଚାଇନା ଓ ୟୁରୋପରେ ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ସୁସ୍ଥ ହୋଇଥିଲେ ସେମାନଙ୍କଠାରେ ପୁଣି କରୋନା ଲେଉଟିବାର ଆଶଙ୍କା ରହିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ହେଲେ ତାହା ସମଗ୍ର ଜନସଂଖ୍ୟା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି। ଆଇଆଇଏସ୍‌ସି ଓ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫ୍‌ଆର୍‌)ର ମିଳିତ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି, ଅଲଗା ରହିବା, ଗୃହରେ ଏକାନ୍ତବାସ, ସାମାଜିକ ଦୂରତ୍ୱ ଏବଂ ଲକ୍‌ଡାଉନ ପରବର୍ତ୍ତୀ କଟକଣା ଆଦି ଠିକ୍‌ ଭାବେ ଅନୁସରଣ କରାଯାଇପାରିଲେ କୋଭିଡ୍‌-୧୯କୁ ନିୟନ୍ତ୍ରଣରେ ରଖାଯାଇପାରନ୍ତା। ନ ହେଲେ ଭାରତରେ ଏହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ଲକ୍‌ଡାଉନ ଜାରି ରହିଥିବାରୁ ଏହା ସମସ୍ତଙ୍କ ପାଇଁ ଏକ ପ୍ରକୃଷ୍ଟ ସମୟ ଆଣିଦେଇଛି। ସେଥିପାଇଁ ଜନସାଧାରଣ ନିଜକୁ ପରୀକ୍ଷା କରିନେବା, ସଂକ୍ରମିତମାନେ ଏକାନ୍ତବାସରେ ରହିବା, ଉତ୍ତମ ସ୍ବାସ୍ଥ୍ୟ ଲାଗି ନିଜକୁ ପ୍ରସ୍ତୁତ କରିବା ଏବଂ ଟିକା ପାଇଁ ଗବେଷଣା ଜୋରଦାର ହେବା ଦରକାର ବୋଲି ସୁନ୍ଦରେସାନ୍‌ କହିଛନ୍ତି।
ଗବେଷକଙ୍କ ମତରେ ସଂକ୍ରମିତ ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଆକ୍ରାନ୍ତ ହୋଇ ଏହା ବଢ଼ାଇବାରେ ସହାୟକ ହୋଇଥାଆନ୍ତି। ଯଦି ଅଧିକାଂଶ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ, ତାହା ହେଲେ କମ୍‌ ଲୋକ ସନ୍ଦିଗ୍ଧ ରହିବେ ଓ ସଂକ୍ରମଣ ହ୍ରାସ ପାଇବ। ଲକ୍‌ଡାଉନ୍‌ ହଟିବା ପରେ ଯଦି ଲୋକମାନେ କଟକଣାରେ ନ ରହିବେ, ତାହା ହେଲେ ସନ୍ଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ବଢ଼ିବାରେ ଖୋରାକ ଯୋଗାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri