ମୌସୁମୀରେ ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ନୂଆଦିଲ୍ଲୀ, ୨୫।୪: ଆଉ କିଛି ସପ୍ତାହ ପରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ କମିଯିବ ବୋଲି କୁହାଯାଉଛି। କିନ୍ତୁ ଜୁଲାଇ କିମ୍ବା ଅଗଷ୍ଟ ମୌସୁମୀ ସମୟରେ ଏହା ପୁଣି ଭାରତକୁ ଲେଉଟିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଲକ୍‌ଡାଉନ୍‌ ଶେଷ ହେବା ପରେ ଭାରତୀୟମାନେ କିଭଳି ଶାରୀରିକ ଦୂରତ୍ୱ ବଜାୟ ରଖି ସଂକ୍ରମଣ ସ୍ତରକୁ କମାଇବେ ତା’ ଉପରେ ସବୁକିଛି ନିର୍ଭର କରୁଛି ବୋଲି ସେମାନେ କହିଛନ୍ତି।
ଶିବ ନାଦାର ବିଶ୍ୱବିଦ୍ୟାଳୟର ପ୍ରଫେସର ସମିତ୍‌ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ହାରରେ ସଂକ୍ରମଣ ଦେଖିବାକୁ ମିଳୁଛି, ତାହା କିଛି ସପ୍ତାହ କିମ୍ବା କିଛି ମାସ ପରେ କମିଯାଇପାରେ। ତଥାପି ମୌସୁମୀ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଭାରତକୁ ଲେଉଟିପାରେ। କାରଣ ସାମାଜିକ ଦୂରତ୍ୱ ବଜାୟ ରଖିବାରେ ଭାରତୀୟମାନେ କେତେ ସଜାଗ ରହୁଛନ୍ତି ତାହା ମୁଖ୍ୟ ବିଷୟ ପାଲଟିବ। ଭଟ୍ଟାଚାର୍ଯ୍ୟଙ୍କ ସହ ଏକମତ ହୋଇଛନ୍ତି ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ର ପ୍ରଫେସର ରାଜେଶ ସୁନ୍ଦରେସାନ୍‌। ବର୍ତ୍ତମାନ ଦେଖାଦେଇଥିବା ସଂକ୍ରମଣ ଯେତେବେଳେ ସ୍ବାଭାବିକ ସ୍ତରକୁ ଚାଲିଆସିବ, ସେତେବେଳେ ଏହା ପୁନଶ୍ଚ ବଢ଼ିବାର ସୁଯୋଗ ରହିଛି। ଟ୍ରାଭେଲ ବା ଯାତ୍ରା ଉପରେ କଟକଣା ହଟିଲା ପରେ ଚାଇନାରେ ଯେଭଳି ଏହା ପୁଣି କେତେକାଂଶରେ କାୟା ବିସ୍ତାର କଲା, ତାହା ଭାରତରେ ଦେଖାଦେଇପାରେ ବୋଲି ସୁନ୍ଦରେସାନ୍‌ କହିଛନ୍ତି।
ମାର୍ଚ୍ଚ ୨୫ରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୬୧୮ ଥିବା ବେଳେ ୧୩ ଜଣ ପ୍ରାଣ ହରାଇଥିଲେ। ସେତେବେଳେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରି ପରବର୍ତ୍ତୀ ସମୟରେ ଏହାକୁ ମେ ୩ ଯାଏ ବଢ଼ାଇଛନ୍ତି। ତେବେ ୨୪ ଏପ୍ରିଲ ସୁଦ୍ଧା ଦେଶରେ ୭୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩,୦୭୭ ଲୋକ ସଂକ୍ରମିତ ହୋଇଛନ୍ତି। ଶୁଭ ଖବର ହେଉଛି ଯେ, ଲକ୍‌ଡାଉନ୍‌ ପୂର୍ବରୁ ଯେଭଳି ୩.୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଥିଲା ତାହା ଏବେ ୭.୫ ଦିନ ଲାଗୁଛି। ୧୮ ରାଜ୍ୟ ଜାତୀୟ ହାରଠାରୁ ଭଲରେ ଅଛନ୍ତି। ଗତ ୧୦ ଦିନରେ ଆରୋଗ୍ୟ ହାର ଦୁଇଗୁଣା ବୃଦ୍ଧି ପାଇଛି। ଏଥିରୁ ସୂଚିତ ହେଉଛି ଯେ, ଆମର ଅଭିବୃଦ୍ଧି କର୍ଭ ନିମ୍ନମୁଖୀ ହେଉଛି ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ତେବେ ଚାଇନା ଓ ୟୁରୋପରେ ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ସୁସ୍ଥ ହୋଇଥିଲେ ସେମାନଙ୍କଠାରେ ପୁଣି କରୋନା ଲେଉଟିବାର ଆଶଙ୍କା ରହିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ହେଲେ ତାହା ସମଗ୍ର ଜନସଂଖ୍ୟା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି। ଆଇଆଇଏସ୍‌ସି ଓ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫ୍‌ଆର୍‌)ର ମିଳିତ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି, ଅଲଗା ରହିବା, ଗୃହରେ ଏକାନ୍ତବାସ, ସାମାଜିକ ଦୂରତ୍ୱ ଏବଂ ଲକ୍‌ଡାଉନ ପରବର୍ତ୍ତୀ କଟକଣା ଆଦି ଠିକ୍‌ ଭାବେ ଅନୁସରଣ କରାଯାଇପାରିଲେ କୋଭିଡ୍‌-୧୯କୁ ନିୟନ୍ତ୍ରଣରେ ରଖାଯାଇପାରନ୍ତା। ନ ହେଲେ ଭାରତରେ ଏହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ। ଲକ୍‌ଡାଉନ ଜାରି ରହିଥିବାରୁ ଏହା ସମସ୍ତଙ୍କ ପାଇଁ ଏକ ପ୍ରକୃଷ୍ଟ ସମୟ ଆଣିଦେଇଛି। ସେଥିପାଇଁ ଜନସାଧାରଣ ନିଜକୁ ପରୀକ୍ଷା କରିନେବା, ସଂକ୍ରମିତମାନେ ଏକାନ୍ତବାସରେ ରହିବା, ଉତ୍ତମ ସ୍ବାସ୍ଥ୍ୟ ଲାଗି ନିଜକୁ ପ୍ରସ୍ତୁତ କରିବା ଏବଂ ଟିକା ପାଇଁ ଗବେଷଣା ଜୋରଦାର ହେବା ଦରକାର ବୋଲି ସୁନ୍ଦରେସାନ୍‌ କହିଛନ୍ତି।
ଗବେଷକଙ୍କ ମତରେ ସଂକ୍ରମିତ ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଆକ୍ରାନ୍ତ ହୋଇ ଏହା ବଢ଼ାଇବାରେ ସହାୟକ ହୋଇଥାଆନ୍ତି। ଯଦି ଅଧିକାଂଶ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ, ତାହା ହେଲେ କମ୍‌ ଲୋକ ସନ୍ଦିଗ୍ଧ ରହିବେ ଓ ସଂକ୍ରମଣ ହ୍ରାସ ପାଇବ। ଲକ୍‌ଡାଉନ୍‌ ହଟିବା ପରେ ଯଦି ଲୋକମାନେ କଟକଣାରେ ନ ରହିବେ, ତାହା ହେଲେ ସନ୍ଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ବଢ଼ିବାରେ ଖୋରାକ ଯୋଗାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri