ମୌକାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ: ତହସିଲଦାର ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ମରାମତି ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ବନ୍ୟା ସୁରକ୍ଷା ବନ୍ଧରୁ ନଦୀର ମଧ୍ୟ ଭାଗକୁ କରାଯାଇଛି। ଏହି ରାସ୍ତାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ ମାଫିଆମାନେ। ଏହାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହୋଇଥିବା ଜଣାପଡିଛି। ବିଶେଷକରି ବିଳମ୍ବିତ ରାତି ଓ ଉତ୍ତମ ରାସ୍ତାର ସୁଯୋଗରେ ବାଲି ମାଫିଆମାନେ ଏଭଳି ଲାଭ ହାସଲ କରିବା ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣା ଦିଗରେ ଆନନ୍ଦପୁର ତହସିଲଦାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri