ମୋ ସରକାର ଟିମ୍‌ର ପ୍ରଥମ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋରାପୁଟରେ ହେବ କମ୍ପୋଜିଟ୍‌ ହସ୍ପିଟାଲ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାର ସଦର ମହକୁମା ଚିକିତ୍ସାଳୟ ଏବଂ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଟି ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଏହି ୩ଟି ଜିଲାର ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୋ ସରକାର କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀମାନଙ୍କ ପ୍ରଥମ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ସୋମବାର ଏହି ଘୋଷଣା କରିଛନ୍ତି।
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ ହସ୍ପିଟାଲ ନିର୍ମାଣ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହାର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ। ରୋଗୀମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ମେଡିକାଲ କ୍ୟାମ୍ପସରେ ଏକ ବିଶ୍ରାମାଗାର ନିର୍ମାଣ କରାଯିବ। ନୂତନ କମ୍ପୋଜିଟ କ୍ୟାମ୍ପସରେ କର୍ମଚାରୀମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା ଓ ଟ୍ରାନଜିଟ୍‌ ହୋମ ନିର୍ମାଣ ହେବ। ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ। କୋରାପୁଟ ସଦର ମହକୁମା ହସ୍ପିଟାଲରେ ବେଡ୍‌ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବା ସହିତ ବର୍ତ୍ତମାନର ବିଲ୍ଡିଂ ଉପରେ ଏକ ନୂଆ ଓ୍ବାର୍ଡ ନିର୍ମାଣ କରାଯିବ। କର୍ମଚାରୀମାନଙ୍କ ପାଇଁ ସରକାରୀ ବାସଗୃହ ଏବଂ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ୨ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ। ସେହିପରି ମାଲକାନଗିରି ସଦର ମହକୁମା ହସ୍ପିଟାଲରେ ଡାକ୍ତରମାନଙ୍କ ପାଇଁ ବାସଗୃହ ଓ ଟ୍ରାନଜିଟ୍‌ ହୋମ ନିର୍ମାଣ ହେବ। ଶଯ୍ୟା ସଂଖ୍ୟା ୨୦୦କୁ ମଧ୍ୟ ବୃଦ୍ଧି କରାଯିବ। ମୋଟୁଠାରୁ ମାଲକାନଗିରି ପର୍ଯ୍ୟନ୍ତ ସବୁଦିନିଆ ବସ୍‌ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ। ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ସେହିପରି ନବରଙ୍ଗପୁର ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ସହିତ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ। ୨୦୦ ବେଡ୍‌ ବିଶିଷ୍ଟ ନୂତନ ହସ୍ପିଟାଲ ବିଲ୍ଡିଂ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୋମବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଟି ଜିଲା ପାଇଁ କେତେକ ଘୋଷଣା କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୧୦ ଦିନ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପୋଲିସ ଓ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଦୃଷ୍ଟି ନିବେଶ କରାଯାଇଥିଲା। ନିଜେ ୧୨୦ ଟି କଲ କରିଛି । ଲୋକମାନଙ୍କ ପ୍ରତିକ୍ରିୟା ବହୁତ ଉତ୍ସାହଜନକ ଥିଲା। ଯୋଜନା ଅନୁଯାୟୀ ପ୍ରଥମେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଅତି କମ୍‌ରେ ୧୫ଟି ଜିଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋକ ଦେଖାଣିଆ: ଭାଜପା
ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ତିନି ପଛୁଆ ଜିଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମାଧାନରେ ସହାୟକ ହେବନାହିଁ । ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ନବରଙ୍ଗପୁର ପୂର୍ବତନ ଏମପି ବଳଭଦ୍ର ମାଝି ଓ କୋରାପୁଟ ପୂର୍ବତନ ଏମପି ଜୟରାମ ପାଙ୍ଗୀ ଏକ ମିଳିତ ପ୍ରେସ୍‌ ବିବୃତିରେ କହିଛନ୍ତି। ଭାଜପାର ଏହି ତିନି ତୁଙ୍ଗ ନେତା କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତ୍ତର ଦେଇଥିଲେ । ବିନା ଡାକ୍ତରରେ ନବୀନ ବାବୁ କି ରୋଗୀ ସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ୍‌ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖାଏ ଦିଆଯିବା ସମୁଦ୍ରକୁ ଶଙ୍ଖେ। ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ରହିଛି। କାଜୁଆଲ୍‌ଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ମାତ୍ର ୪ଟି ପୂରଣ ହୋଇଛି। ଏହି ତିନୋଟି ଯାକ ଜିଲା ରାଜ୍ୟରେ ଗର୍ଭବତୀ ମା’ ଓ ନବଜାତଶିଶୁ ମୃତ୍ୟୁ ହାରରେ ଅଗ୍ରଣୀ ସ୍ଥାନରେ ରହିଛିି ବୋଲି ସରକାରୀ ତଥ୍ୟ କହୁଛି। ୨୦ ବର୍ଷରେ ଏହି ଜିଲାର ସ୍ବାସ୍ଥ୍ୟ ସେବା କାହିଁକି ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟବାସୀଙ୍କୁ ଏହାର ଜବାବ ଦେବା ଦରକାର ବୋଲି ଭାଜପା ନେତାମାନେ କହିଛନ୍ତି।
ସେହିପରି ରବିବାର ସୁନ୍ଦରଗଡର ଭାରାପ୍ରାପ୍ତ ସିଡିଏମ୍‌ଓଙ୍କୁ ନିଲମ୍ବନ କରାଯିବା ନେଇ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ପ୍ରତିବାଦ କରିଛନ୍ତି। ଏସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ତର୍ଜମା କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଛନ୍ତି। ଏହି ନିଲମ୍ବନର ପ୍ରତିବାଦରେ ସୋମବାର ସ୍ଥାନୀୟ ଅଞ୍ଚଳରେ ୬ ଘଣ୍ଟିଆ ବନ୍ଦ ପାଳନ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri