Posted inଜାତୀୟ

ସୋସିଆଲ ମିଡିଆରେ ଆଧାର ସଂଯୋଗ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସୋସିଆଲ ମିଡିଆ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସବୁ ମାମଲା ସର୍ବୋଚ୍ଚ ଅଦାଲତକୁ ଆସିବା ଆବଶ୍ୟକ ନାହଁ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ସେଠାକୁ ଯିବା ଲାଗି ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଅଦାଲତ କହିଥିଲେ।
ସୋସିଆଲ ମିଡିଆରେ ମିଥ୍ୟା ଓ ପଇସାଦିଆ ଖବର ଛପାଯାଉଥିବାରୁ ଏହାକୁ ରୋକିବା ଲାଗି ଉପାଧ୍ୟାୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ନକଲି ଓ ଜାଲ୍‌ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନକାରୀ ଅଦାଲତଙ୍କୁ ଅନୁରୋଧ କରିଥିଲେ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପେଡ୍‌ ନ୍ୟୁଜ୍‌ (ଟଙ୍କା ଦେଇ ପ୍ରସାରଣ କରାଯାଉଥିବା ଖବର) ଏବଂ ରାଜନୈତିକ ବିଜ୍ଞାପନ ଛପାକୁ ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ ଭାବେ ଘୋଷଣା କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମଧ୍ୟ ଆବେଦନକାରୀ ନିବେଦନ କରିଥିଲେ।
ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଭାଜପା ନେତା ଉପାଧ୍ୟାୟ ତାଙ୍କ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ପୂର୍ବରୁ ଫେସବୁକ୍‌ ପକ୍ଷରୁ ଦାଏର ପିଟିଶନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିସାରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ସଂଯୋଗ ସମ୍ପର୍କିତ କେତେକ ମାମଲା ମାଡ୍ରାସ, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟଗୁଡିକରେ ବିଚାରାଧୀନ ଥିଲାବେଳେ ସେଗୁଡିକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର ଲାଗି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଆବେଦନ କରିଥିଲେ। ଉପାଧ୍ୟାୟ ତାଙ୍କ ଆବେଦନରେ ଫେସ୍‌ବୁକ୍‌ ଓ ଟୁଇଟରରେ ସାମିଲ ଥିବା ବ୍ୟକ୍ତି ସେମାନଙ୍କ ବିବରଣୀ ସାମିଲ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରିଥିଲେ। ଏଥିସହିତ ମିଥ୍ୟା ଓ ପେଡ୍‌ ନ୍ୟୁଜ୍‌ ରୋକିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଲାଗି ନିର୍ବାଚନ କମିଶନ ଓ ଭାରତର ପ୍ରେସ୍‌ କାଉନସିଲଙ୍କୁ ନିର୍ଦ୍ଦେଶ ଦେବା ଲାଗି ପିଟିଶନରେ ଅନୁରୋଧ କରାଯାଇଥିଲା।
୩.୫ କୋଟି ଟୁଇଟର ହ୍ୟାଣ୍ଡଲ ମଧ୍ୟରୁ ୧୦ ପ୍ରତିଶତ ନକଲି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶତାଧିକ ଖ୍ୟାତନାମା ବ୍ୟକ୍ତିଙ୍କ ନାଁରେ ଜାଲ୍‌ ଟୁଇଟର୍‌ ଆକାଉଣ୍ଟ ଥିତ୍ବା ପିଟିଶନ୍‌ରେ ଦାବି କରାଯାଇଥିଲା। ସେହିପରି ଲକ୍ଷ ଲକ୍ଷ ଫେସ୍‌ବୁକ୍‌ ଆକାଉଣ୍ଟ ନକଲି ବୋଲି ଅଭିଯୋଗ ହୋଇଛି। ଉକ୍ତ ଜାଲ୍‌ ଆକାଉଣ୍ଟରେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଫଟୋ ବ୍ୟବହାର କରାଯାଇ ଏହାକୁ ଜାତିବାଦ, ସାମ୍ପ୍ରଦାୟିକତାବାଦ ଓ ବିଚ୍ଛିନ୍ନତାବାଦର ପ୍ରସାରଣ ଲାଗି ବ୍ୟବହାର କରାଯାଉଛି। ଏଭଳି କାର୍ଯ୍ୟ ଜାତୀୟ ସଂହତି ପାଇଁ ବିପଦ ସୃଷ୍ଟି କରିବା ସହ ଅଧିକାଂଶ ଦଙ୍ଗାର ମୂଳ କାରଣ ସାଜିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଠିକ୍‌ ତଥ୍ୟ ଭୋଟରମାନଙ୍କ ଲାଗି ଜରୁରୀ ହୋଇଥିଲା ହୋଇଥିଲାବେଳେ ଭୁଲ୍‌ ତଥ୍ୟ ସୋସିଆଲ ମିଡିଆରେ ଛାଡ଼ି ସେମାନଙ୍କୁ ବିଭ୍ରାନ୍ତ କରାଯାଉଥିବା ଭାଜପା ନେତା ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri