‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଗୁରୁବାର ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରକୃତ ମାଲିକ ଚାଷୀ। ତେଣୁ ସେମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ଯୋଜନା ଠିକ୍‌ ଭାବେ ତାଙ୍କ କାର୍ଯ୍ୟରେ ଆସୁଛି ନା ନାହିଁ, ତାହାକୁ ପରଖିବା ‘ମୋ ସରକାର’ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ ହେବ। ସେମାନଙ୍କ ସମସ୍ୟା ତଥା ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ବିଭାଗର ପ୍ରାଥମିକତା ହେବ।
କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୯୯ ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶସ୍ୟ ଯୋଗାଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ରାଜ୍ୟକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଏହି ସମସ୍ତ ସଫଳତାର ଶ୍ରେୟ ଚାଷୀ ଭାଇଙ୍କର। ଚାଷୀମାନଙ୍କ କାର୍ଯ୍ୟ ସବୁ ସମୟରେ ରାଜ୍ୟକୁ ଗର୍ବିତ କରି ଆସିଛି। ତେଣୁ ଓଡ଼ିଶା ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଇଥାଆନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ସରକାର କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ। ସେହିପରି ଚାଷୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହିତାଧିକାରୀଙ୍କ ସହ କଥା ହେବେ। ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରୁହେ, ତେବେ କର୍ମଚାରୀମାନଙ୍କୁ ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ଦିଆଯିବ। ଅପରପକ୍ଷରେ ନକାରାତ୍ମକ ପ୍ରତିକ୍ରିୟା ଆସିଲେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣିକି ବିଭାଗ ପକ୍ଷରୁ ଇଣ୍ଟରଆକ୍ଟିଭ ଭଏସ୍‌ ରେସପନ୍ସ(ଆଇଭିଆର) ସହ ସିଧାସଳଖ କଲ୍‌ ସେଣ୍ଟରରୁ ହିତାଧିକାରୀଙ୍କଠାରୁ ପ୍ରତିକ୍ରିୟା ନିଆଯିବ। ଏଥିପାଇଁ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନଂ- ୧୮୦୦-୧୦୨୫୧୬୬ ଜାରି କରାଯାଇଛି। ଏହି ନମ୍ବରରେ ଆସୁଥିବା ଅଭିଯୋଗ ତଥା ଗଠନଧର୍ମୀ ପ୍ରସ୍ତାବ ନେଇ ତୁରନ୍ତ ଗ୍ରହଣ କରାଯିବ। ଯଦି ଏହା ନ ହୁଏ, ତେବେ ୨୪ ଘଣ୍ଟା ମଧ୍ୟରେ ଭଏସ୍‌ ବାର୍ତ୍ତା ପ୍ରେରଣ କରାଯିବ।
ସେହିଭଳି କାଳିଆ ଯୋଜନାରେ ଅଭିଯୋଗ ଶୁଣାଣି ପଦକ୍ଷେପକୁ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ବିତ କରାଯିବ। ଯୋଗ୍ୟ ହୋଇଥିବା କୌଣସି ହିତାଧିକାରୀ ଯଦି କାଳିଆ ସହାୟତାରୁ ବଞ୍ଚିତ ହୁଅନ୍ତି, ତେବେ ‘ଗ୍ରିଭାନ୍ସ ରିଡ୍ରେସାଲ ପୋର୍ଟାଲ’ ଦ୍ୱାରା ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ। ଏହା କାଳିଆ ଯୋଜନା ପାଇଁ ରହିଥିବା ସରକାରୀ ୱେବ୍‌ସାଇଟ୍‌ http://kalia.odisha.gov.in ରେ ଉପଲବ୍ଧ। ତେଣୁ କୌଣସି ହିତାଧିକାରୀଙ୍କୁ ଅଯଥାରେ ସରକାରୀ ଅଫିସ ଗସ୍ତ କରିବାର ଆବଶ୍ୟକତା ରହିବ ନାହିଁ ବୋଲି କୁହାଯାଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଚାଷୀଙ୍କ ଆୟ ଦ୍ୱିଗୁଣା କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ବିଭାଗର ଅନେକ ଯୋଜନା ରହିଛି। ପ୍ରତିଟି ଯୋଜନା ଯେପରି ତାହାର ମୂଳ ଲକ୍ଷ୍ୟ ହାସଲ କରିବ ସେଥିପାଇଁ ସମସ୍ତେ ସଂକଳ୍ପବଦ୍ଧ। ମୋ ସରକାର ଲାଗୁ ହେବା ଦ୍ୱାରା ହିତାଧିକାରୀଙ୍କ ସହ ରାଜ୍ୟ ଶୀର୍ଷ ପ୍ରଶାସନ ଆହୁରି ସିଧାସଳଖ ଯୋଡି ହେବ। ତେଣୁ ଚାଷୀଙ୍କଠାରୁ ଅଭିଯୋଗ କିମ୍ବା ଉପଯୁକ୍ତ ଗଠନଧର୍ମୀ ପ୍ରସ୍ତାବ ଆସିଲେ, ତାହାର ତୁରନ୍ତ ସମାଧାନ/କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଚିବ ସୌରଭ ଗର୍ଗ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ଶୁଭାରମ୍ଭ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗର୍ଗ କହିଥିଲେ ଯେ ବିଭାଗ ପକ୍ଷରୁ ୨୦ ଟାସ୍କ ଦିଆଯାଇଛି। ଏହି ଟାସ୍କଗୁଡିକର ଶୁଭାରମ୍ଭ ହୋଇଛି। ଚାଷୀଙ୍କ ଆୟ ଦ୍ୱିଗୁଣା କରିବା, ପୋଖରୀ ଖନନ କାର୍ଯ୍ୟ ଆଦି କରାଯିବ। ଅନ୍ୟ ବିଭାଗ ଭଳି ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫-ଟିର ଉପଯୋଗିତା ଏବଂ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ସୌରଭ କହିଛନ୍ତି। ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାସ୍ତରୀୟ କୃଷି ଅଧିକାରୀଙ୍କୁ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri