ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍‌ ଟର୍ଚ୍ଚରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଣକ ପରେ ଜଣେ ୭ ଜଣ ରୋଗୀଙ୍କୁ ଦେଖି ସେମାନଙ୍କ ପାଇଁ ମେଡିସିନ୍‌ ମଧ୍ୟ ଲେଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଘଟଣା ଜିଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଡାକ୍ତର ରାଉଣ୍ଡରେ ବାହାରିଥିଲେ। ପ୍ରଥମେ ସେ ମେଡିସିନ ୱାର୍ଡ଼ର ଦୁଇଟି କୋଠରି ବୁଲିବା ପରେ ୩ ନମ୍ବର କୋଠରିକୁ ଯାଇଥିଲେ। ସେହି ସମୟରେ ହଠାତ୍‌ ବିଦ୍ୟୁତ୍‌ କଟିଯାଇଥିଲା। ୫ ମିନିଟ ବିତିବା ପରେ ମଧ୍ୟ ଲାଇନ୍‌ ଆସି ନ ଥିଲା। ଫଳରେ ସେଠାରେ ଥିବା ଜଣେ ବ୍ୟକ୍ତି ମୋବାଇଲ୍‌ରେ ଟର୍ଚ୍ଚ ଲାଇଟ ପକାଇବାରୁ ଡାକ୍ତର ରୋଗୀଙ୍କୁ ଦେଖିଥିଲେ। ଏହା ପରେ ୱାର୍ଡ଼ରେ ଥିବା ଦିଦି ଜଣକ ଲାଇନମ୍ୟାନ୍‌ଙ୍କୁ ଫୋନ୍‌ କରି କହିବା ପରେ ବିଦ୍ୟୁତ୍‌ ଯୋଗାଣ ହୋଇଥିଲା। ହେଲେ ଜେନେରେଟର ଦ୍ୱାରା ଲାଇନ୍‌ ସଂଯୋଗ କରାଯାଇଥିଲେ ମଧ୍ୟ ୫ ମିନିଟ ପରେ ପୁନର୍ବାର କଟିଯାଇଥିଲା। ଏଭଳି ପ୍ରାୟ ଅଧଘଣ୍ଟା କାଳ ବିଦ୍ୟୁତ୍‌ର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ଡାକ୍ତର ଅପେକ୍ଷା ନ କରି ଜଣକ ପରେ ଜଣେ ମେଡ଼ିସିନ୍‌ ୱାର୍ଡ଼ରେ ଥିବା ୭ ଜଣ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଦେଖିଥିଲେ। ସେମାନଙ୍କ ପାଇଁ ଔଷଧ ମଧ୍ୟ ଲେଖିଥିଲେ। ପୂର୍ବରୁ ୨୭ ସେପ୍ଟେମ୍ବର ୨୦୧୮ରେ ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଟର୍ଚ୍ଚ ଲାଇଟରେ ଚିକିତ୍ସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ‘ଜିରୋ କାଜୁଆଲ୍ଟି ଓଡ଼ିଶା ମଡେଲ’? ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri