ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍‌ ଟର୍ଚ୍ଚରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଣକ ପରେ ଜଣେ ୭ ଜଣ ରୋଗୀଙ୍କୁ ଦେଖି ସେମାନଙ୍କ ପାଇଁ ମେଡିସିନ୍‌ ମଧ୍ୟ ଲେଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଘଟଣା ଜିଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଡାକ୍ତର ରାଉଣ୍ଡରେ ବାହାରିଥିଲେ। ପ୍ରଥମେ ସେ ମେଡିସିନ ୱାର୍ଡ଼ର ଦୁଇଟି କୋଠରି ବୁଲିବା ପରେ ୩ ନମ୍ବର କୋଠରିକୁ ଯାଇଥିଲେ। ସେହି ସମୟରେ ହଠାତ୍‌ ବିଦ୍ୟୁତ୍‌ କଟିଯାଇଥିଲା। ୫ ମିନିଟ ବିତିବା ପରେ ମଧ୍ୟ ଲାଇନ୍‌ ଆସି ନ ଥିଲା। ଫଳରେ ସେଠାରେ ଥିବା ଜଣେ ବ୍ୟକ୍ତି ମୋବାଇଲ୍‌ରେ ଟର୍ଚ୍ଚ ଲାଇଟ ପକାଇବାରୁ ଡାକ୍ତର ରୋଗୀଙ୍କୁ ଦେଖିଥିଲେ। ଏହା ପରେ ୱାର୍ଡ଼ରେ ଥିବା ଦିଦି ଜଣକ ଲାଇନମ୍ୟାନ୍‌ଙ୍କୁ ଫୋନ୍‌ କରି କହିବା ପରେ ବିଦ୍ୟୁତ୍‌ ଯୋଗାଣ ହୋଇଥିଲା। ହେଲେ ଜେନେରେଟର ଦ୍ୱାରା ଲାଇନ୍‌ ସଂଯୋଗ କରାଯାଇଥିଲେ ମଧ୍ୟ ୫ ମିନିଟ ପରେ ପୁନର୍ବାର କଟିଯାଇଥିଲା। ଏଭଳି ପ୍ରାୟ ଅଧଘଣ୍ଟା କାଳ ବିଦ୍ୟୁତ୍‌ର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ଡାକ୍ତର ଅପେକ୍ଷା ନ କରି ଜଣକ ପରେ ଜଣେ ମେଡ଼ିସିନ୍‌ ୱାର୍ଡ଼ରେ ଥିବା ୭ ଜଣ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଦେଖିଥିଲେ। ସେମାନଙ୍କ ପାଇଁ ଔଷଧ ମଧ୍ୟ ଲେଖିଥିଲେ। ପୂର୍ବରୁ ୨୭ ସେପ୍ଟେମ୍ବର ୨୦୧୮ରେ ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଟର୍ଚ୍ଚ ଲାଇଟରେ ଚିକିତ୍ସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri