ସତର୍କ କରାଇଲେ ପୂର୍ବତନ ସିଇଏ;ଆଇସିୟୁକୁ ଯାଉଛି ଅର୍ଥ ବ୍ୟବସ୍ଥା

କେମ୍ବ୍ରିଜ,୧୫-୧୨: ଭାରତ ଏବେ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ ସତର୍କ କରାଇଛନ୍ତି। ବର୍ତ୍ତମାନର ମାନ୍ଦାବସ୍ଥା ଗ୍ରେଟ୍‌ ସ୍ଲୋଡାଉନ ବା ବହୁତ ବଡ । ଭାରତୀୟ ଅର୍ଥନୀତି ଆଇସିୟୁ ଆଡକୁ ବଢୁଥିବାର ପ୍ରତୀୟମାନ ହେଉଛି। ଦ୍ୱେତ ବାଲାନ୍ସ ସିଟ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି ବୋଲି ହାଓ୍ବାର୍ଡ ୟୁନିଭର୍ସିଟିଠାରେ ଏକ ପେପର ପ୍ରେଜେନଟେଶନ ଅବସରରେ ସୁବ୍ରମଣ୍ୟନ ଏହା କହିଛନ୍ତି।
୨୦୧୪ ଡିସେମ୍ବରରେ ସିଇଏ ଥିବା ବେଳେ ସେ, ଦ୍ୱେତ ବାଲାନ୍ସ ସିଟ ସମସ୍ୟାନୁ ନେଇ ଚେତବାନୀ ଦେଇଥିଲେ। କର୍ପୋରେଟଗୁଡିକୁ ପ୍ରଦାନ କରାଯାଉଥିବା ଋଣ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହେଲେ ସାଧାରଣତଃ ଟ୍ବିନ ବାଲାନ୍ସ ସିଟ୍‌ ସମସ୍ୟା ଦେଖାଦେଇଥାଏ। ଏହା ବ୍ୟାଙ୍କଗୁଡିକର ସମସ୍ୟାକୁ ବଢାଇ ଦେଇଥାଏ। ଏଭଳି ସ୍ଥିତି ଯୋଗୁ ପ୍ରଥମତଃ ଶିଳ୍ପ ସଂସ୍ଥାଗୁଡିକ ଏହା ଦ୍ୱାରା ଚିନ୍ତାରେ ରହିବା ଯୋଗୁ ନୂଆ ନିବେଶ କରି ପାରନ୍ତି ନାହିଁ। ଏହାବାଦ ବର୍ଦ୍ଧିତ ଏନ୍‌ପିଏ ଯୋଗୁ ବ୍ୟାଙ୍କ ଋଣ ଯୋଗାଣ ଲାଗି ସମସ୍ୟା ସାମ୍ନା କରନ୍ତି। ଏହା ଯୋଗୁ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ମନ୍ଥର ସ୍ଥିତିକୁ ଚାଲିଯାଏ।
ସୁବ୍ରମଣ୍ୟନ ତାଙ୍କ ରିସର୍ଚ୍ଚ ପେପରରେ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ଇସ୍ପାତ, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ଋଣ ଏନ୍‌ପିଏ ହୋଇଛି ତାକୁ ଟ୍ବିନ୍‌ ବାଲାନ୍ସ ସିଟ୍‌-୧ ବୋଲି ବିଚାର କରିଛନ୍ତି। ବିମୁଦ୍ରୀକରଣ ପରେ ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ଆସିଥିବା ନଗଦ ସଙ୍କଟକୁ ସେ ଟ୍ବିନ ବାଲାନ୍ସ ସିଟ୍‌-୨ ବୋଲି କହିଛନ୍ତି। ସୁବ୍ରମଣ୍ୟନଙ୍କ କହିବାନୁଯାୟୀ, ଗତ ବର୍ଷ ସେପ୍ଟେମ୍ବରରେ ସାମ୍ନାକୁ ଆସିଥିବା ଆଇଏଲଆଣ୍ଡଏଫ୍‌ଏସ୍‌ ସଙ୍କଟ ଯୋଗୁ ୯୦ ହଜାର କୋଟି ଟଙ୍କାର ଋଣ ସମ୍ପର୍କରେ ପ୍ରଘଟ ହୋଇଥିଲା। ଏହା ଦ୍ୱାରା ବଜାର ପ୍ରଭାବିତ ହୋଇଥିବା ବେଳେ ଏନବିଏଫ୍‌ସି କ୍ଷେତ୍ରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ୬ ବର୍ଷର ସର୍ବନିମ୍ନ ସ୍ତର। ରପ୍ତାନି, ହ୍ରାସ ଆମଦାନୀ ଏବଂ ସରକାରଙ୍କ ରାଜସ୍ବ ହ୍ରାସ ଭଳି ପ୍ରସଙ୍ଗକୁ ଦେଖିଲେ ଅର୍ଥ ବ୍ୟବସ୍ଥା ସଙ୍କଟରେ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri