ସତର୍କ କରାଇଲେ ପୂର୍ବତନ ସିଇଏ;ଆଇସିୟୁକୁ ଯାଉଛି ଅର୍ଥ ବ୍ୟବସ୍ଥା

କେମ୍ବ୍ରିଜ,୧୫-୧୨: ଭାରତ ଏବେ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ ସତର୍କ କରାଇଛନ୍ତି। ବର୍ତ୍ତମାନର ମାନ୍ଦାବସ୍ଥା ଗ୍ରେଟ୍‌ ସ୍ଲୋଡାଉନ ବା ବହୁତ ବଡ । ଭାରତୀୟ ଅର୍ଥନୀତି ଆଇସିୟୁ ଆଡକୁ ବଢୁଥିବାର ପ୍ରତୀୟମାନ ହେଉଛି। ଦ୍ୱେତ ବାଲାନ୍ସ ସିଟ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି ବୋଲି ହାଓ୍ବାର୍ଡ ୟୁନିଭର୍ସିଟିଠାରେ ଏକ ପେପର ପ୍ରେଜେନଟେଶନ ଅବସରରେ ସୁବ୍ରମଣ୍ୟନ ଏହା କହିଛନ୍ତି।
୨୦୧୪ ଡିସେମ୍ବରରେ ସିଇଏ ଥିବା ବେଳେ ସେ, ଦ୍ୱେତ ବାଲାନ୍ସ ସିଟ ସମସ୍ୟାନୁ ନେଇ ଚେତବାନୀ ଦେଇଥିଲେ। କର୍ପୋରେଟଗୁଡିକୁ ପ୍ରଦାନ କରାଯାଉଥିବା ଋଣ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହେଲେ ସାଧାରଣତଃ ଟ୍ବିନ ବାଲାନ୍ସ ସିଟ୍‌ ସମସ୍ୟା ଦେଖାଦେଇଥାଏ। ଏହା ବ୍ୟାଙ୍କଗୁଡିକର ସମସ୍ୟାକୁ ବଢାଇ ଦେଇଥାଏ। ଏଭଳି ସ୍ଥିତି ଯୋଗୁ ପ୍ରଥମତଃ ଶିଳ୍ପ ସଂସ୍ଥାଗୁଡିକ ଏହା ଦ୍ୱାରା ଚିନ୍ତାରେ ରହିବା ଯୋଗୁ ନୂଆ ନିବେଶ କରି ପାରନ୍ତି ନାହିଁ। ଏହାବାଦ ବର୍ଦ୍ଧିତ ଏନ୍‌ପିଏ ଯୋଗୁ ବ୍ୟାଙ୍କ ଋଣ ଯୋଗାଣ ଲାଗି ସମସ୍ୟା ସାମ୍ନା କରନ୍ତି। ଏହା ଯୋଗୁ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ମନ୍ଥର ସ୍ଥିତିକୁ ଚାଲିଯାଏ।
ସୁବ୍ରମଣ୍ୟନ ତାଙ୍କ ରିସର୍ଚ୍ଚ ପେପରରେ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ଇସ୍ପାତ, ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ଋଣ ଏନ୍‌ପିଏ ହୋଇଛି ତାକୁ ଟ୍ବିନ୍‌ ବାଲାନ୍ସ ସିଟ୍‌-୧ ବୋଲି ବିଚାର କରିଛନ୍ତି। ବିମୁଦ୍ରୀକରଣ ପରେ ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ଆସିଥିବା ନଗଦ ସଙ୍କଟକୁ ସେ ଟ୍ବିନ ବାଲାନ୍ସ ସିଟ୍‌-୨ ବୋଲି କହିଛନ୍ତି। ସୁବ୍ରମଣ୍ୟନଙ୍କ କହିବାନୁଯାୟୀ, ଗତ ବର୍ଷ ସେପ୍ଟେମ୍ବରରେ ସାମ୍ନାକୁ ଆସିଥିବା ଆଇଏଲଆଣ୍ଡଏଫ୍‌ଏସ୍‌ ସଙ୍କଟ ଯୋଗୁ ୯୦ ହଜାର କୋଟି ଟଙ୍କାର ଋଣ ସମ୍ପର୍କରେ ପ୍ରଘଟ ହୋଇଥିଲା। ଏହା ଦ୍ୱାରା ବଜାର ପ୍ରଭାବିତ ହୋଇଥିବା ବେଳେ ଏନବିଏଫ୍‌ସି କ୍ଷେତ୍ରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ୬ ବର୍ଷର ସର୍ବନିମ୍ନ ସ୍ତର। ରପ୍ତାନି, ହ୍ରାସ ଆମଦାନୀ ଏବଂ ସରକାରଙ୍କ ରାଜସ୍ବ ହ୍ରାସ ଭଳି ପ୍ରସଙ୍ଗକୁ ଦେଖିଲେ ଅର୍ଥ ବ୍ୟବସ୍ଥା ସଙ୍କଟରେ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri