Posted inଜାତୀୟ

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା ଶଶି ଥରୁର ଟୁଇଟ୍‌ କରି ପରଭେଜ ମୁଶରଫଙ୍କୁ ଗୁଣଗାନ କରିଥିଲେ। ଏହାକୁ ନେଇ ଥରୁର ସୋସିଆଲ ମିଡିଆରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ମଧ୍ୟ ଶଶି ଥରୁରଙ୍କ ଟୁଇଟ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗଜେନ୍ଦ୍ର ଶେଖୱାତଙ୍କ ପ୍ରତିକ୍ରିୟାରେ ଶଶି ଥରୁର କହିଛନ୍ତି, ସେ (କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ) ମୋତେ ଇତିହାସ ବିଷୟରେ ଶିକ୍ଷା ଦେବା ଆବଶ୍ୟକ ନାହିଁ। କାର୍ଗିଲ ଯୁଦ୍ଧର ୪ ବର୍ଷ ପରେ ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ତାନ ସହ ଭାଜପା ସରକାର ଆଲୋଚନା କରିଥିଲେ। ୨୦୦୪ରେ ବାଜପେୟୀ-ମୁଶାରଫ ମଧ୍ୟ ହାତ ମିଳାଇ ଏକ ମିଳିତ ବିବୃତ୍ତି ପ୍ରଦାନ କରିଥିଲେ। ସେ (ମୁଶାରଫ) ଆମର ସବୁଠାରୁ ବଡ ଶତ୍ରୁ ଥିଲେ କିନ୍ତୁ ଏହା ପରେ ପ୍ରାୟ ୪ ବର୍ଷ ଧରି ସେ ଭାରତ ସହ ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ।
ଶଶି ଥରୁର ଆହୁରି କହିଛନ୍ତି, ଯେତେବେଳେ ଯଦି କେହି ମୃତ୍ୟୁବରଣ କରନ୍ତି, ଆମେ ତାଙ୍କ ବିଷୟରେ ସମସ୍ତ ଖରାପ ଏବଂ ଭଲ କଥା ମନେ ରଖିଥାଉ। ଏହାକୁ ଏକ ବିବାଦ କରିବା ଦର୍ଶାଉଛି ଯେ ଭାଜପାର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ।
ସୂଚନାଯୋଗ୍ୟ, ଶଶି ଥରୁର ପରଭେଜ ମୁଶରଫଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି, ଏକଦା ଭାରତର ଜଣେ ଶତ୍ରୁ ଥିବା ମୁଶାରଫ ୨୦୦୨-୨୦୦୭ ମଧ୍ୟରେ ଶାନ୍ତି ପାଇଁ ପ୍ରକୃତ ଶକ୍ତି ହୋଇପାରିଥିଲେ। ଶଶି ଥରୁରଙ୍କ ଏହି ବିବୃତ୍ତି ସମ୍ପର୍କରେ ଭାଜପା ଶଶି ଥରୁରଙ୍କୁ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri