ମେ ୧ରୁ ୧୦୬ ସହରାଞ୍ଚଳରେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ମେ ପହିଲାରୁ ରାଜ୍ୟର ୧୦୬ ସହରାଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫଏସ୍‌ଏ) ଅଧୀନରେ ରାଶନ ପାଉଥିବା ସହରାଞ୍ଚଳ ହିତାଧିକାରୀ ଯେକୌଣସି ସହରରୁ ରାଶନ କାର୍ଡ ଦେଖାଇ ଚାଉଳ ଓ ଗହମ ନେଇପାରିବ। ଯେଉଁ ସହରରେ ହିତାଧିକାରୀମାନେ କାମ କରୁଥିବେ କିମ୍ବା ସ୍ଥାନାନ୍ତର ହୋଇଥିବେ ସେମାନେ ସେଠାରେ ଥିବା ଯେକୌଣସି ରାଶନ ଦୋକାନରୁ ଖାଦ୍ୟ ସାମଗ୍ରୀ ନେଇପାରିବେ। ସହରାଞ୍ଚଳଗୁଡିକରେ ୧୦୦ ପ୍ରତିଶତ ଆଧାର ଲିଙ୍କ୍‌ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ମେ ପହିଲାରୁ ହିତାଧିକାରୀଙ୍କୁ ୨ ମାସର (ମାର୍ଚ୍ଚ ଓ ଏପ୍ରିଲ) ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବ। ମାର୍ଚ୍ଚରୁ ଡିଲରମାନଙ୍କର ଲାଇସେନ୍ସ ନବୀକରଣ କରାଯାଉଥିବାରୁ ଏପ୍ରିଲରେ ରାଶନ ନ ଦେଇ ମେ ମାସରେ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆଧାରକାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବାକୁ ଯୋଗାଣ ବିଭାଗ ପକ୍ଷରୁ ସହରାଞ୍ଚଳର ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଧାର ପଞ୍ଜୀକୃତ ହୋଇଥିବା ସମସ୍ତ ହିତାଧିକାରୀ କାର୍ଡ ଦେଖାଇ ନିକଟସ୍ଥ ଡିଲରଙ୍କ ନିକଟରୁ ରାଶନ ନେଇପାରିବେ। ସହରାଞ୍ଚଳଗୁଡିକରେ ମୋଟ ୧୯୪୬ ଡିଲର ରହିଛନ୍ତି। ସେମାନଙ୍କୁ ଆଇଆରଆଇଏସ୍‌ ସ୍କାନର ମେଶିନ ଯୋଗାଇ ଦିଆଯାଇଛି। ଆଙ୍ଗୁଠି ଛାପ ସମସ୍ୟା ହେଲେ ଆଇଆରଆଇଏସ ମେଶିନ ଜରିଆରେ ହିତାଧିକାରୀଙ୍କ ଆଖିକୁ ଯାଞ୍ଚ କରି ରାଶନ ଦେବାକୁ ବ୍ୟବସ୍ଥା କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲାର କେତେକ ଦୁର୍ଗମ ଅଞ୍ଚଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ। ସେମାନେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥାରୁ ବାଦ୍‌ ପଡିବେ। ସେଠାରେ ହିତାଧିକାରୀଙ୍କୁ କେବଳ ନିଜ ଅଞ୍ଚଳର ସରକାରୀ ପାଇକାରୀ ଦୋକାନରୁ ରାଶନ ନେବାକୁ ଅନୁମତି ଦିଆଯିବ। ଇଣ୍ଟରନେଟ ସୁବିଧା ନ ହେବା ଯାଏ ସେହି ହିତାଧିକାରୀ କେବଳ ଗୋଟିଏ ସ୍ଥାନରୁ ରାଶନ ନେବେ। ରାଜ୍ୟର ସମସ୍ତ ଅଞ୍ଚଳରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ହୋଇଗଲେ ଓଡିଶାକୁ ଅନ୍ୟ ରାଜ୍ୟ ସହ ସଂଯୋଗ କରାଯିବ। ଫଳରେ ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନେ ଦେଶର ଯେ କୌଣସି ସ୍ଥାନରୁ ଖାଦ୍ୟ ସାମଗ୍ରୀ ନେଇ ପାରିବେ। କେନ୍ଦ୍ର ସରକାର ମଧ୍ୟ ତୁରନ୍ତ ଆଧାର ଲିଙ୍କ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମୋଟ ୩ କୋଟି ୨୬ ଲକ୍ଷ ଏନଏଫ୍‌ଏସଏ ହିତାଧିକାରୀ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ ବ୍ୟବସ୍ଥା ଲାଗୁ କରାଯାଇଛି। ବିଏମ୍‌ସି ଅଞ୍ଚଳର ୧୨୭ ସରକାରୀ ପାଇକାରୀ ଦୋକାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହାକୁ ନିୟମିତ ତଦାରଖ କରାଯାଉଛି। ବିଏମ୍‌ସି ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଥିବାରୁ ଏଠାରୁ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରାଯାଇଛି। ଅଙ୍ଗୁଳି ଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ରାଶନ ଯୋଗାଇ ଦିଆଯାଉଛି। ତେବେ ଯେଉଁମାନଙ୍କର ଆଙ୍ଗୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗ୍ୟରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ରାଶନ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?