ମେଡିକାଲ ସାଇନ୍ସରେ ରିସର୍ଚ୍ଚ କରିବି: ଆଶୁତୋଷ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ୨୦୧୯ର ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର ୟୁବୋଦୟ କଲେଜ ଛାତ୍ର ଆଶୁତୋଷ ପଣ୍ଡା ସମୁଦାୟ ୭୨୦ରୁ ୬୮୨ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ଆଶୁତୋଷଙ୍କ ର଼୍ୟାଙ୍କ୍‌ ୭୩ ରହିଛି । ଏହି ଅବସରରେ ତାଙ୍କୁ ଭେଟିଥିଲେ ଧରିତ୍ରୀ ଖବରଦାତା । ତାଙ୍କ ପ୍ରତିକ୍ରିୟାକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…

ଓଡ଼ିଶା ଟପ୍ପର ହେବେ ବୋଲି ଭାବିଥିଲେ ?
-ନିଟ୍‌ ପରୀକ୍ଷାରେ ଭଲ କରିବି ଓ ଭଲ ର଼୍ୟାଙ୍କ୍‌ ପାଇବି ବୋଲି ଆଶା ଥିଲା। କିନ୍ତୁ ଓଡ଼ିଶା ଟପ୍ପର ହେବି ବୋଲି ଆଶା ମୋର ନ ଥିଲା। ଏଭଳି ସଫଳତା ପାଇବା ପରେ ମୋତେ ଖୁସି ଲାଗୁଛି।
ପରୀକ୍ଷା ପାଇଁ କି ଭଳି ପ୍ରସ୍ତୁତି କରିଥିଲେ?
-ଯୁକ୍ତ୨ ପଢ଼ିବା ଦିନଠାରୁ ଡାକ୍ତରୀ ପଢ଼ିବା ପାଇଁ ଲକ୍ଷ୍ୟ ରଖିଥିଲି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ପ୍ରତିଦିନ ମୁଁ ୮ରୁ ୯ ଘଣ୍ଟା ପଢୁଥିଲି। ଯୁକ୍ତ୨ ପରୀକ୍ଷାରେ ମୁଁ ୯୦ ପ୍ରତିଶତ ମାର୍କ ରଖି ପାସ୍‌ କଲାପରେ ଭୁବନେଶ୍ୱର ୟୁବୋଦୟ ଆଡ଼ଭାନ୍ସ କ୍ଳାସେସ୍‌ରେ ଗୋଟିଏ ବର୍ଷ କୋଚିଂ ନେଇଥିଲି। ସକାଳ ୮ଟାରୁ କୋଚିଂ କ୍ଳାସ୍‌କୁ ଯାଇ ମୁଁ ରାତି ୯ଟାରେ ଫେରୁଥିଲି। ସର୍ବଭାରତୀୟ ସ୍ତରରେ ଭଲ ର଼୍ୟାଙ୍କ୍‌ରେ ପାସ୍‌ କରିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା।
ବଲାଙ୍ଗୀରରୁ ଓଡ଼ିଶା ଟପ୍ପର କେତେ କଷ୍ଟକର ଥିଲା?
-ପ୍ରତି ପରୀକ୍ଷା ପାଇଁ ଉଚିତ୍‌ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ସେଥିପାଇଁ ସବୁଦିନ ରୁଟିନ୍‌ ତିଆରି କରି ପାଠ ପଢ଼ିବା ଆରମ୍ଭ କରିଥିଲି ।
ଏହି ସଫଳତାର ଶ୍ରେୟ କାହାକୁ ଦେବେ ?
-ସଫଳତାର ଶ୍ରେୟ ମୋର ମୁଁ ମୋ ମା’ ବାପାଙ୍କୁ ଦେବି। ମୋର ଭଉଣୀ ଓ ପରିବାରବର୍ଗଙ୍କ ସହଯୋଗ ଯୋଗୁ ମୁଁ ସଫଳତା ପାଇଛି । ମୋ ବାପା ରାଜକିଶୋର ପଣ୍ଡା ଜଣେ ପ୍ରତିଷ୍ଠିତ ମେଡିସିନ୍‌ ରିଜିଓନାଲ୍‌ ସେଲ୍ସ ମ୍ୟାନେଜର ଓ ମା’ସୁଷମା ପାଢ଼ୀ ଜଣେ ଆଇସିଡିଏସ୍‌ ସୁପରଭାଇଜର। ମୁଁ ଡାକ୍ତର ହୁଏ ବୋଲି ସେମାନେ ସ୍ବପ୍ନ ଦେଖିଥିଲେ। ମା’ବାପାଙ୍କ ସ୍ବପ୍ନ ଓ ମୋର ନିଜସ୍ବ ଲକ୍ଷ୍ୟ ହାସଲ କରିଥିବାରୁ ମୁଁ ଆଜି ଖୁବ୍‌ ଖୁୁସି।
ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତି ?
-ଡାକ୍ତରୀ ପାଠ ପଢ଼ିବାର ଲକ୍ଷ୍ୟ ରହିଛି। ରୋଗୀଙ୍କ ପାଖରେ ଭଲ ଡାକ୍ତରଟିଏ ହୋଇ ସେବା କରିବି। ମେଡିକାଲ ସାଇନ୍ସରେ ଅଧିକ ରିସର୍ଚ୍ଚ କରି କିଭଳି ଅଧିକ ସଫଳତା ପାଇବି ତା’ମୋର ପ୍ରଥମ କାମ ହେବ ।
ଆପଣଙ୍କ ହବି କ’ଣ?
-ବ୍ୟାଡ଼ମିଣ୍ଟନ, ଫୁଟବଲ ଖେଳିବା, ଭିଡିଓ ଗେମ୍‌ ସହିତ ସିନେମା ଦେଖିବା ମୋର ପସନ୍ଦ। ପାଠ ପଢ଼ାରୁ ସମୟ ମିଳିଲେ ମୁଁ ଖେଳିବା ସହ ସିନେମା ଦେଖେ।
ଉପସ୍ଥାପନା: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

୪୦ ମିନିଟର ଫୋନ କଲ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ବଡ଼ ମେସେଜ୍‌: ‘ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛି…’

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହୋଇଛନ୍ତି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମ…

‘ଭାରତ ନିଷ୍ପତ୍ତି ନେବ’, ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଭାରତର ଭୂମିକା ଉପରେ ସର୍ଗିଓଙ୍କ ବଡ଼ ବୟାନ

ଓ୍ବାଶିଂଟନ୍‌,୧୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ପାକିସ୍ତାନ ଏବଂ ଇଜିପ୍ଟର ପ୍ରୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri