‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ସହ ବଡ ବଡ ଲକ୍ଜୁରୀ ତଥା ତାରକା ହୋଟେଲ, ମଲ୍ଟି କୁଇଜିନ୍‌ ରେଷ୍ଟୁରାଣ୍ଟ, ବିଭିନ୍ନ ପ୍ରକାର ପ୍ରାକୃତିକ ଓ କୃତ୍ରିମ ପରିବେଶର ମନଲୋଭା ଦୃଶ୍ୟର ମଜା ନେଇପାରିବେ ଦର୍ଶକ। କେବଳ ଏତିକି ନୁହେଁ, ଆମ୍ୟୁଜମେଣ୍ଟ ପାର୍କ ସହ ଆକର୍ଷଣୀୟ ଗାଲିଚା, କୃତ୍ରିମ ହ୍ରଦ, ଝରଣା, ମନ୍ଦିର, ପ୍ୟାଲେସ୍‌, ରେକର୍ଡିଂ ରୁମ୍‌ ଓ ଥିଏଟର ଇତ୍ୟାଦି ଅନ୍ୟତମ ଆକର୍ଷଣ ସାଜିବ। ଚିଲିକାରେ ହେବାକୁ ଥିବା ଏହି ଫିଲ୍ମ ସିଟି ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଓଡ଼ିଶା ଆସିବେ। ୨୦୧୭ ରେ ରାଜ୍ୟବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ହେଲେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। ନୂଆ ଫିଲ୍ମ ଷ୍ଟୁଡିଓ ତ ଦୂରର କଥା କଳିଙ୍ଗ ଷ୍ଟୁଡିଓକୁ ବି ଠିକ୍‌ ଭାବେ ସଜଡ଼ାଗଲା ନାହିଁ। ଫଳରେ ଏବେ ବି ଫିଲ୍ମ ଶୁଟିଂ ହେଉ କି ଷ୍ଟୁଡିଓ ବୁଲିବା ହେଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। ଶିଳ୍ପ ସହ ପର୍ଯ୍ୟଟନର ବିକାଶ ପାଇଁ ଥିମ୍‌ ପାର୍କରୁ ଆରମ୍ଭ କରି ଆମ୍ୟୁଜମେଣ୍ଟ ପାର୍କ ଓ ଫିଲ୍ମ ଷ୍ଟୁଡିଓ ନିର୍ମାଣ ପର୍ଯ୍ୟନ୍ତ, ସରକାର ଏକାଧିକ ଯୋଜନା କରୁଥିଲେ ମଧ୍ୟ ତାହା କେବଳ ଘୋଷଣାରେ ସୀମିତ ରହିଯାଉଛି।
୫ ହଜାର କୋଟି ଟଙ୍କା ବ୍ୟୟରେ ଫିଲ୍ମ ସିଟି ଭଳି ଏକ ମେଗା ପ୍ରୋଜେକ୍ଟ ଓଡ଼ିଶାରେ କରିବାକୁ ୨୦୧୭ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ‘ଗ୍ରୁପ୍‌ ଅଫ୍‌ ବମ୍ବେ’। ୨୦୧୬ରେ ବଲିଉଡ୍‌ ଫିଲ୍ମ ପ୍ରଯୋଜକ ମୁସ୍ତାକ୍‌ ନାଡିଆଓ୍ବାଲା ପ୍ରଥମେ ଏଥିପାଇଁ ପ୍ରସ୍ତାବ ଦେଇଥିବା ବେଳେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଏହି ଇନ୍‌ଭେଷ୍ଟମେଣ୍ଟ ପାଇଁ ରାଜ୍ୟ ସରକାର ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲେ। ୧ ହଜାର ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ଚିଲିକା ଫିଲ୍ମ ସିଟି ପାଇଁ ହାଇଦ୍ରାବାଦ ପରେ ଓଡ଼ିଶା ସମଗ୍ର ବିଶ୍ୱରେ ଫିଲ୍ମ ମେକରଙ୍କ ପାଇଁ ପ୍ରମୁଖ ଡେଷ୍ଟିନେଶନରେ ପରିଣତ ହେବ ବୋଲି କୁହାଯାଇଥିଲା। ଜଣେ ନିର୍ମାତା କେବଳ ନିଜ ସ୍କ୍ରିପ୍ଟ ସହ ଏହା ମଧ୍ୟରେ ପ୍ରବେଶ କରିବା ପରେ ପୂରା ଫିଲ୍ମ ସହ ବାହାରକୁ ଆସିଥାନ୍ତା। କେବଳ ଫିଲ୍ମ ଜଗତ ନୁହେଁ, ଓଡ଼ିଶା ପର୍ଯ୍ୟଟନ ପାଇଁ ମଧ୍ୟ ଏହା ବିଶେଷ ଲାଭଦାୟକ ହେବାସହ ପର୍ଯ୍ୟଟନର ଏକ ବୃହତ୍‌ ଉତ୍ସରେ ପରିଣତ ହୋଇଥାନ୍ତା। ଫିଲ୍ମ ନିର୍ମାଣ ପାଇଁ ରାଜ୍ୟରେ ଥିବା ଏକମାତ୍ର କଳିଙ୍ଗ ଷ୍ଟୁଡିଓ ୧୯୯୯ ବାତ୍ୟାରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ପଡିଥିବା ବେଳେ ଏହାର ମରାମତି ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଯେଉଁ ଗୋଟିଏ ଷ୍ଟୁଡିଓ ରହିଛି ସେଥିରେ ଅଧିକାଂଶ ସମୟରେ କଁା ଭଁା ଧାରାବାହିକ ଶୁଟିଂ ହେଉଥିବା ବେଳେ ଫିଲ୍ମ ନିର୍ମାତାମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ଏହା ମଧ୍ୟରେ ଥିବା ଭିଲେଜ୍‌ କମ୍ପ୍ଲେକ୍ସ ଏବଂ ଭାଙ୍ଗିରୁଜି ଯାଇଥିବା ଘରଗୁଡିକୁ କିଛିଦିନ ତଳେ ସଜଡ଼ା ଯାଇଥିବା ବେଳେ ବାତ୍ୟା ଫନୀରେ ତାହା ବି ଭାଙ୍ଗିଯାଇଛି। ଏଭଳିସ୍ଥଳେ ଫିଲ୍ମ ନିର୍ମାଣ କରିବାକୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକମାନଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଅଧିକାଂଶ ପ୍ରଯୋଜକ ରାମୋଜୀ ଫିଲ୍ମ ସିଟିକୁ ଶୁଟିଂ ପାଇଁ ଯାଉଛନ୍ତି। ଏଭଳିସ୍ଥିତିରେ ଯଦି ଏହି ଫିଲ୍ମ ସିଟି ନିର୍ମାଣ ହୋଇଥାନ୍ତା ତାହା ହେଲେ ଓଡ଼ିଆ ନିର୍ମାତାମାନଙ୍କୁ ଆଉ ବାହାରକୁ ଯିବାକୁ ପଡି ନ ଥାନ୍ତା। ଯିବା ଆସିବା ଖର୍ଚ୍ଚରୁ ମୁକ୍ତି ମିଳିବା ସହ ସ୍ବଳ୍ପ ବଜେଟ୍‌ରେ ଫିଲ୍ମ ନିର୍ମାଣ ହୋଇପାରନ୍ତା। କେବଳ ଏତିକି ନୁହେଁ, ଓଡ଼ିଶା ଯୁବପିଢିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାନ୍ତା। ହେଲେ ଏହା ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ତ ଦୂରର କଥା ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ବି ହୋଇପାରିଲା ନାହିଁ। ଏ ନେଇ ପଚାରିବାରେ କାହାପାଖରେ କିଛି ଉତ୍ତର ନ ଥିବା ବେଳେ ବିଭାଗଗୁଡ଼ିକ ପରସ୍ପର ଉପରେ ଦୋଷ ଲଦି ଦେଇ ଚୁପ୍‌ ହୋଇ ବସି ଯାଉଛନ୍ତି। ସିନେ ସମୀକ୍ଷକ ଦିଲୀପ ହାଲିଙ୍କୁ ପଚାରିବାରେ, ଓଡ଼ିଆ ସିନେମାର ଏବେ ଯେଉଁଭଳି ଅବସ୍ଥା ରହିଛି ସେଥିପାଇଁ ଏକ ଷ୍ଟୁଡିଓ ନିହାତି ଆବଶ୍ୟକ। ଫିଲ୍ମ ଷ୍ଟୁଡିଓ ଯେତେଶୀଘ୍ର ନିର୍ମାଣ ହୋଇଥାନ୍ତା ଇଣ୍ଡଷ୍ଟ୍ରିରେ ସେତେ ଶୀଘ୍ର ପରିବର୍ତ୍ତନ ଆସିପାରିଥାନ୍ତା। ଏହାଦ୍ବାରା ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହ ରାଜ୍ୟର ମଧ୍ୟ ଉତ୍ତରୋତ୍ତର ବିକାଶ ଘଟିଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?