ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୨ ପ୍ରକଳ୍ପ ଉଦ୍‌ଘାଟିତ: ‘ପୁଞ୍ଜିନିବେଶରେ ଶୀର୍ଷ ୩ କ୍ଷେତ୍ରରେ ସ୍ଥାନ ପାଇବ ଓଡ଼ିଶା’

ଭୁବନେଶ୍ୱର, ୮ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୨ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସଚିବାଳୟରୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ୧୦ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୧୨ଟିର ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି। ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ସମଗ୍ର ଦେଶରେ ପୁଞ୍ଜିନିବେଶ କ୍ଷେତ୍ରରେ ଶୀର୍ଷ ତିନି ସ୍ଥାନରେ ରହିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହାସଲ କରିବାକୁ ହେଲେ ୫‘ଟି ’ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏହା ହେଉଛି ଦଳଗତ ପ୍ରଦର୍ଶନ (ଟିମ୍‌ ଓ୍ବାର୍କ), ବୈଷୟିକ ବିଦ୍ୟା (ଟେକ୍ନୋଲୋଜି), ସ୍ବଚ୍ଛତା (ଟ୍ରାନ୍ସପରେନ୍ସି), ପରିବର୍ଦ୍ଧନ (ଟ୍ରାନ୍ସଫରମେଶନ) ଏବଂ ସମୟାନୁବର୍ତ୍ତୀ (ଟାଇମ୍‌ ମ୍ୟାନର)ରେ କରାଯିବ। ଏହି ପ୍ରକଳ୍ପଗୁଡିକ ଦ୍ୱାରା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହୋଇପାରିବ। ଭବିଷ୍ୟତରେ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେବ।
୨୨ ପ୍ରକଳ୍ପରେ ସର୍ବମୋଟ ୪୪୬୧.୪୨ କୋଟି ଟଙ୍କା ବିନିଯୋଗ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପୁଞ୍ଜିନିବେଶ ଦ୍ୱାରା ସିଧାସଳଖ ୯୪୫୧ ନିଯୁକ୍ତି ସୃଷ୍ଟି ହେବ। ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨୦ ମାସ ମଧ୍ୟରେ ରାଜ୍ୟ ସରକାର ୧୨୦ ଶିଳ୍ପ ୟୁନିଟ୍‌ର ଗ୍ରାଉଣ୍ଡ ବ୍ରେକିଙ୍ଗ ଏବଂ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ୯୨,୬୮୬ କୋଟି ଟଙ୍କା ବିନିଯୋଗ ହେବାସହ ୧.୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବା କମ୍ପାନୀଗୁଡିକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଆବଶ୍ୟକ ସମସ୍ତ ପ୍ରଶାସନିକ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଇଛି, ରେଙ୍ଗାଲି ସ୍ଥିତ ୦.୭୭ଏମ୍‌ଟିପିଏ ଷ୍ଟିଲ ମେକିଙ୍ଗ, ଯାଜପୁର ସ୍ଥିତ କଳିଙ୍ଗ ନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ଏବଂ ଟ୍ୟୁବ୍ସ ଆଣ୍ଡ ପାଇପ୍‌ ଶିଳ୍ପ, କଟକ ସ୍ଥିତ ଆଠଗଡରେ ୦.୨ଏମ୍‌ଟି ଆଲଏ ଷ୍ଟିଲ ରୋଲିଂ ମିଲ୍‌, ଘଣ୍ଟିଖାଲରେ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ରକଳ୍ପ ଓଆରତି ଷ୍ଟିଲ୍‌ର ସମ୍ପ୍ରସାରଣ, ସମ୍ବଲପୁର ସ୍ଥିତ ଲପଙ୍ଗାରେ ସୋଲାର ପାଓ୍ବାର, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପିଇଟି ପ୍ରି ଫର୍ମ ଫର୍‌ ଫୁଡ୍‌ ଆଣ୍ଡ ବେଭରେଜ ଇଣ୍ଡଷ୍ଟ୍ରି, ବୌଦ୍ଧ ସ୍ଥିତ ତିତେରିକତା ଠାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ, କଟକ ସ୍ଥିତ ରାମଦାସପୁରରେ ମସଲା, ପାସ୍ତା, ନୁଡୁଲ୍‌ସ ପରି ଦ୍ରବ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ଲାଷ୍ଟିକ ପିଭିସି ଓ ଏଚ୍‌ଡିପି ପାଇପ୍‌ ଫିଟିଙ୍ଗ ପ୍ରକଳ୍ପ। ସେହିପରି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଥିବା ପ୍ରମୁଖ ପ୍ରକଳ୍ପଗୁଡିକ ହେଉଛି, କେନ୍ଦୁଝର ସ୍ଥିତ କରାକୋହ୍ଲାରେ ଇସ୍ପାତ ଶିଳ୍ପର ବୃଦ୍ଧୀକରଣ, ସୁନ୍ଦରଗଡ଼ରେ ସ୍ପଞ୍ଜ ଆଇରନ ପ୍ଲାଣ୍ଟ, ସାତପଡାରେ ଗଲ୍ଫ ରିସୋଟର୍‌ସ, ରାୟଗଡା ଟିକିରିରେ ମାନୁଫାକ୍ଚରିଂ, କଟକ ରାମଦାସପୁରରେ ପ୍ଲାଷ୍ଟିକ ପାଇପ ଆଣ୍ଡ ଫିଟିଙ୍ଗ, ଲଜିଷ୍ଟିକ, ଡାଲି ପ୍ରକ୍ରିୟାକରଣ ଇତ୍ୟାଦି ପ୍ରକଳ୍ପ।
ସେହିପରି ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ ସମ୍ପର୍କିତ ଏକ କଫିଟେବଲ ପୁସ୍ତକ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏବଂ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri