ମୁକୁଳା ପଡ଼ିଛି ଆଡ଼ିବନ୍ଧ

ଭଦ୍ରକ ଅଫିସ, ୧୮।୬ – ପ୍ରତିବର୍ଷ ବର୍ଷାଋତୁ ଆସିଲେ ଚିନ୍ତା ବଢ଼େ। ପ୍ରଶାସନ ପକ୍ଷରୁ ବର୍ଷାକୁ ଆଖି ଆଗରେ ରଖି ବିଭିନ୍ନ ନଦୀବନ୍ଧ, ଆଡିବନ୍ଧକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ ନେଇ ପ୍ରତିବର୍ଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସମୀକ୍ଷା କରାଯାଉ ନାହିଁ। ଫଳରେ ବର୍ଷ ବର୍ଷ ଧରି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁଛି। ମୁକୁଳା ନଦୀବନ୍ଧକୁ ନେଇ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି।
ଭଦ୍ରକ ସହରରେ ସାଳନ୍ଦୀ ନଦୀର ଆଡିବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ୩ ବର୍ଷ ବିତିଲାଣି। ହେଲେ ଏଯାଏ ଶେଷ ହେଉନାହିଁ। ୧୧ ଶହ ମିଟର ଲମ୍ବର ଆଡିବନ୍ଧ ନିର୍ମାଣକୁ ୩ ବର୍ଷ ଲାଗିଲାଣି। ତଥାପି ବନ୍ଧ ନିର୍ମାଣ ସରିନାହିଁ କି ବନ୍ଧରେ ପଥରପ୍ୟାକିଂ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ନାହିଁ। ଆଗକୁ ବର୍ଷାଋତୁ ଆସୁଥିବା ବେଳେ ସାଳନ୍ଦୀ ନଦୀର ଏହି ମୁକୁଳା ନଦୀବନ୍ଧକୁ ନେଇ ଏବେ ଲୋକେ ଚିନ୍ତାରେ ରହିଛନ୍ତି। ସାଳନ୍ଦୀ ନଦୀରେ ବଡ଼ ବନ୍ୟା ଆସିଲେ ବନ୍ୟାଜଳ ସାହିବସ୍ତିରେ ପଶିବାର ନଜିର ରହିଛି। ପୂର୍ବରୁ ନଦୀର ଡାହାଣପାର୍ଶ୍ୱରେ ଆଡିବନ୍ଧ ନିର୍ମାଣ ଏବଂ ପଥରପ୍ୟାକିଂ କାମ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ବାମପାର୍ଶ୍ୱ କାମ ବାକି ଥିଲା। ଗତବର୍ଷ ଭଦ୍ରକ ସହରକୁ ବନ୍ୟାମୁକ୍ତ କରିବାକୁ ତଥା ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଗବସାହି, ଜେନାସାହିଠାରୁ ୧୬ ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା। ୧୧ ଶହ ମିଟର ଏହି ଆଡିବନ୍ଧ ନିର୍ମାଣ ଲାଗି ୩୨ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। କାର୍ଯ୍ୟାରମ୍ଭର ୬ ମାସ ମଧ୍ୟରେ ବନ୍ଧ ନିର୍ମାଣ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଜଳସେଚନ ବିଭାଗ ଅଧୀନରେ ହେଉଥିବା ଏହି ପ୍ରକଳ୍ପ ନିର୍ମାଣ ଅଧାରେ ଅଟକିଛି। ସାଳନ୍ଦୀ ନଦୀର ବନ୍ୟାପାଣିକୁ ନିୟନ୍ତ୍ରଣ ଲକ୍ଷ୍ୟରେ କରାଯାଉଥିବା ଆଡିବନ୍ଧ କାମ ବର୍ଷା ପୂର୍ବରୁ ସମ୍ପୂର୍ଣ୍ଣ ହୋଇ ନ ପାରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବାମପଦ ତ୍ରିପାଠୀଙ୍କୁ ପଚାରିବାରୁ ଜମିଜମା ବିବାଦ କାରଣରୁ ଉକ୍ତ ସ୍ଥାନଗୁଡ଼ିକରେ ବନ୍ଧ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri