‘ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯’: ପ୍ଲାଟିନମ୍‌ ବର୍ଗରେ ୱାର୍ଲଡ୍‌ ଟାଇଟଲ ଜିତିଲେ ସୋନାଲୀ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ଗ୍ରାଣ୍ଡ୍‌ ଫିନାଲେର ପ୍ଲାଟିନମ୍‌ ବର୍ଗରେ ଓଡ଼ିଆ ମହିଳା ସୋନାଲୀ ରାଜ୍‌ ମହାନ୍ତି ‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ୱାର୍ଲଡ୍‌ ଟାଇଟଲ ହେତେଇଛନ୍ତି। ତୁଷାର ଧଲିୱାଲ ଏବଂ ଅର୍ଚ୍ଚନା ତୋମାରଙ୍କ ଦ୍ୱାରା ମରିସସ୍‌ଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପାଜେଣ୍ଟର ଟ୍ୟାଲେଣ୍ଟ ରାଉଣ୍ଡରେ ସୋନାଲୀ ‘ମିସେସ୍‌ ଟ୍ୟାଲେଣ୍ଟ’ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ‘ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯’ର ଭୁବନେଶ୍ୱର ଅଡିଶନ୍‌ରେ ରାଜ୍ୟର ବିଭିନ୍ନ ସହରରୁ ପ୍ରାୟ ୬୦ ମହିଳା ଭାଗ ନେଇଥିଲେ। ତନ୍ମମଧ୍ୟରୁ ୯ ଜଣଙ୍କୁ ଜାତୀୟସ୍ତରକୁ ଚୟନ କରାଯାଇଥିଲା। ମରିସସ୍‌ଠାରେ ଆୟୋଜିତ ଜାତୀୟସ୍ତର ପ୍ରତିଯୋଗିିତାରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ‘ମିସେସ ଇଣ୍ଡିଆ ୟୁନିଭର୍ସ ଗୋଲ୍ଡ’ ଏବଂ ‘ମିସେସ ଇଣ୍ଡିଆ ୟୁନିଭର୍ସ ପ୍ଲାଟିନମ୍‌’ ଦୁଇଟି ଶ୍ରେଣୀଭୁକ୍ତ କରାଯାଇଥିଲା। ଗୋଲ୍ଡ ଶ୍ରେଣୀରେ ୨୦-୩୫ ବର୍ଷୀୟା ମହିଳାମାନେ ଭାଗ ନେଇଥିବାବେଳେ ପ୍ଲାଟିନମ୍‌ ବର୍ଗରେ ୩୫-୫୦ ବର୍ଷୀୟା ମହିଳାମାନେ ଭାଗ ନେଇଥିଲେ। ମରିସସ୍‌ରେ ୧୧ ଦିନର ରହଣି ମଧ୍ୟରେ ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ବିଭିନ୍ନ ବର୍ଗରେ ପ୍ରତିଯୋଗୀଙ୍କ ଦକ୍ଷତା ବଲିଉଡ଼ ତଥା ଫ୍ୟାଶନ୍‌ ଜଗତର ପ୍ରତିଷ୍ଠିତ ବିଚାରକ ମଣ୍ଡଳୀ ବିଚାର କରିଥିଲେ। ସୋନାଲି କହିଛନ୍ତି ଯେ, ମୋର ଦୃଢ଼ତା ଏବଂ ପ୍ରତିବଦ୍ଧତା ସର୍ବଦା ମୋର ସଫଳତାର ଏକ ସ୍ତମ୍ଭ ଭାବେ ଛିଡ଼ା ହୋଇଛି। ଭୁବନେଶ୍ୱରର ଜଣେ ଉଦ୍ୟୋଗପତି ତଥା ସୌନ୍ଦର୍ଯ୍ୟ ବିଶେଷଜ୍ଞ ବା ବିୟୁଟିସିଆନ୍‌ ଭାବେ ୩୭ ବର୍ଷୀୟା ସୋନାଲୀ ପିଲାଟି ଦିନରୁ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ଲାଗି ବେଶ୍‌ ଆଗ୍ରହୀ ଥିଲେ। ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ସ୍ତରରେ ମିସେସ୍‌ ଇଣ୍ଡିଆ ୟୁନିଭର୍ସରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri