ମିଳିଲାନି ମହାପ୍ରୟାଣ ଗାଡ଼ି, ଖଟିଆରେ ବୁହା ହେଲା ମୃତଦେହ: ତଳିଆ କର୍ମଚାରୀ ସସ୍‌ପେଣ୍ଡ; ଇନ୍‌ଚାର୍ଜ, କାର୍ଯ୍ୟରତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୨୯।୬(ଡି.ଏନ୍‌.ଏ.)- ମିଳିଲାନି ମହାପ୍ରୟାଣ ଗାଡ଼ି। ଖଟିଆରେ ବୁହାହେଲେ ରୋଗୀଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଠାରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେ ହେଲେ ଶ୍ରାନିକେତା ଅଞ୍ଚଳର କିରଣ ପ୍ରଧାନ। ତେବେ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କୁ ପରିବାର ଲୋକେ ପ୍ରାୟ ୩ କିମି ଦୂର ନିଜ ଗ୍ରାମକୁ ଖଟରେ ବୋହି ନେଇଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏ ନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲା ସ୍ବାସ୍ଥ୍ୟାଧିକାରୀ ସମିର କୁମାର ଦାସ ସେଦିନ ଡ୍ୟୁଟିରେ ଥିବା ୱାର୍ଡ଼ ଆଟେଣ୍ଡାଣ୍ଟ ନିରାକାର ବେହେରାଙ୍କୁ ଶନିବାର ସସ୍‌ପଣ୍ଡ କରିଛନ୍ତି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡ୍ୟୁଟିରେ ରହିଥିବା ଦୁଇଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଏନେଇ ସେନାପତି କହିଛନ୍ତି, ରୋଗୀଙ୍କ ଘର ଦାରିଙ୍ଗବାଡ଼ିଠାରୁ ମାତ୍ର ୩ କିମି ଦୂରରେ। ଦାରିଙ୍ଗବାଡ଼ିରେ ମହାପ୍ରୟାଣ ଯୋଜନାରେ ଗାଡ଼ି ନ ଥିବାରୁ ଆଟେଣ୍ଡାଣ୍ଟ ନିରାକାର ମୃତ କିରଣଙ୍କ ବାପା ଝାଙ୍କେଶ୍ୱର ପ୍ରଧାନଙ୍କୁ ବାଲିଗୁଡ଼ାରୁ ମହାପ୍ରୟାଣ ଗାଡ଼ି ଡକାଯାଇଛି ବୋଲି କହିଥିଲେ। ଦାରିଙ୍ଗବାଡ଼ିଠାରୁ ବାଲିଗୁଡ଼ାର ଦୂରତା ୫୦ କିମି ହୋଇଥିବାରୁ ଗାଡ଼ି ଆସିବା ବିଳମ୍ବ ହେବ। ଏଣୁ ଆମେ ନିଜ ସୁବିଧା କରି ନେଇଯିବୁ ବୋଲି କହିବା ସହ ଲିଖିତ ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ଜଣାଇ କିରଣଙ୍କ ମୃତଦେହକୁ ଖଟିଆରେ ବୋହି ନେଇଥିଲେ। କୌଣସି ମନ୍ଦ ଉଦ୍ଦେଶ୍ୟ କି ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ବିଳମ୍ବ ଯୋଗୁ ରୋଗୀଙ୍କୁ ନେଉଥିବା ସେ ଲିଖିତ ଭାବେ ଦେଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରିଥିବା ଇନ୍‌ଚାର୍ଜ ସେନାପତିଙ୍କୁ ଜଣାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକରେ ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହାପ୍ରୟାଣ ଯୋଜନାରେ ଗାଡ଼ି ରହିଥିଲା। କିଛି ଦିନ ଦାରିଙ୍ଗବାଡ଼ିରେ ରହିବା ପରେ ଗାଡ଼ିଟିକୁ ଅନ୍ୟତ୍ର ନିଆଯାଇଛି। ଫଳରେ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ମୃତଦେହ ନେବା ପାଇଁ ବାଲିଗୁଡ଼ା କିମ୍ବା ଅନ୍ୟ ସ୍ଥାନରୁ ମହାପ୍ରୟାଣ ଗାଡ଼ି ଅଣାଯାଉଛି। ଫଳରେ ଲୋକେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି। କିଛି ଗରିବ ଲୋକ ବାଧ୍ୟ ହୋଇ ଖଟିଆ କିମ୍ବା କାନ୍ଧରେ ମଧ୍ୟ ମୃତଦେହ ବୋହିନେବା ନଜିର ରହିଛି। ଜିଲା ପ୍ରଶାସନ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପାଇଁ ଏକ ମହାପ୍ରୟାଣ ଗାଡ଼ି ଶୀଘ୍ର ଯୋଗାଇଦେବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁରେଶ ବଳିଆରସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri