ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍‌ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ ବିଲ୍‌ରେ ଏଭଳି ନିୟାମକ ଗଠନ ନେଇ କୌଣସି ସୁବିଧା ନାହିଁ। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଗ୍ରାହକ କୌଣସି ଅସୁବିଧା ସାମ୍ନା କଲେ ଏହାର ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ। ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହନକାରୀଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା, ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର କ୍ଷମତା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଗ୍ରାହକଙ୍କ ଅଭିଯୋଗ ଉପରେ ଉକ୍ତ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଲ୍‌ରେ ପ୍ରସ୍ତାବ ରହିଛି। କର୍ତ୍ତୃପକ୍ଷ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ସୂଚନା ଦେଇଛନ୍ତି।
ପୂର୍ବରୁ ଗ୍ରାହକ ହଇରାଣ ହେଲେ ଅଭିଯୋଗ ସମାଧାନ ଲାଗି ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏଭଳି ପ୍ରସଙ୍ଗର ଗୁରୁତ୍ୱକୁ ବିଚାର କରି ସରକାର ଉକ୍ତ ବିଲ୍‌କୁ ମଞ୍ଜୁରି ଦେଇଥିବା ପାଶ୍ୱାନ କହିଛନ୍ତି। ଅଭିଯୋଗ ସମାଧାନ ଧାରା କିଭଳି ତ୍ୱରିତ ହୋଇ ପାରିବ ବିଲ୍‌ରେ ସେ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ,ସୁରକ୍ଷିତ ଏବଂ କଡାକଡି ପାଳନ କରିବାରେ ସହାୟକ ହେବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଉପଭୋକ୍ତା ଅଭିଯୋଗର ତଦନ୍ତ, ପୁନଃ ଆହ୍ବାନ, କ୍ଷତିପୂରଣ, ଜରିମାନା ଲାଗୁ କରିବାର ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ଉପଭୋକ୍ତା ଅଧିକାର ଉଲ୍ଲଘଂନ, ଅସ୍ବଚ୍ଛ ବାଣିଜ୍ୟ କାରବାର, ବିଭ୍ରାନ୍ତିକର ବିଜ୍ଞାପନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଉପଭୋକ୍ତା ଅଧିକାରକୁ ସୁନିଶ୍ଚତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଏଥିରେ ଉଲ୍ଲେଖ ରହିଛି।
ଜୁଲାଇ ୮ରେ ଏହି ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଖାଉଟି ସୁରକ୍ଷା ଆଇନ ୧୯୮୬ ବାଦ୍‌ ପଡିବ। ବିଧେୟକରେ ଖାଉଟି ବିବାଦ ସମାଧାନ କମିଶନ ଗଠନ ନେଇ ପ୍ରସ୍ତାବ ରହିଛି। ସେହିଭଳି ଅଭିଯୋଗ ବିଚାର ଲାଗି ଜାତୀୟ, ରାଜ୍ୟ ଏବଂ ଜିଲା ସ୍ତରରେ ଫୋରମ୍‌ ସ୍ଥାପନ ନେଇ ନିଷ୍ପତ୍ତି ହୋଇଛି। ଖାଉଟି ସୁରକ୍ଷା ବିଲ୍‌ ଲୋକସଭାରେ ପ୍ରଥମେ ଜାନୁୟାରୀ ୨୦୧୮ରେ ଆଗତ ହୋଇଥିଲା। ସେହିବର୍ଷ ଡିସେମ୍ବରରେ ଏହା ପାସ୍‌ ହୋଇଥିଲା। ମାତ୍ର ରାଜ୍ୟରେ ଏହା ପାସ୍‌ ହୋଇ ନ ହୋଇ ରହିଥିଲା। ପରେ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ଯୋଗୁ ଏହି ଧାରା ଆଗକୁ ବଢି ପାରି ନ ଥିଲେ। ସରକାର ନୂଆ କରି ଏହି ବିଲ୍‌କୁ ସଂଦସରେ ଉପସ୍ଥାପନ କରିଛନ୍ତି। ଯାହାକୁ ମଙ୍ଗଳବାର ଲୋକସଭାର ମଞ୍ଜୁରୀ ମିଳିଛି।
ବିଲ୍‌ରେ ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ
– ପ୍ରଡକ୍ଟ ଲାୟାବିଲିଟି
– କାର୍ଯ୍ୟାନୁଷ୍ଠାନ
– ଚଢାଉ, ଜବତ ଲାଗି ମହାନିର୍ଦ୍ଦେଶକଙ୍କୁ କ୍ଷମତା
– ଗୋଷ୍ଠୀଗତ ଅଭିଯୋଗ କ୍ଷେତ୍ରରେ ଜିଲାପାଳ ହସ୍ତକ୍ଷେପ କରିପାରିବେ
– ଖରାପ ପ୍ରଡକ୍ଟ ପ୍ରତ୍ୟାହାର ହୋଇ ପାରିବ
– ଅଭିଯୋଗ ଦାୟର ଲାଗି ସିସିପିଏକୁ ଅଧିକ କ୍ଷମତା
– ସେଲିବ୍ରିଟି ବିଜ୍ଞାପନ ଉପରେ ଲାୟାବିଲିଟି
– ଇ-କମର୍ସ ,ପ୍ରତ୍ୟକ୍ଷ ବିକ୍ରି, ଟେଲି ମାର୍କେଟିଂ ବିଚାର ପରିସରଭୁକ୍ତ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri