ମାର୍କେଟ ବିଲ୍ଡିଂରେ ଆତଙ୍କ ସୃଷ୍ଟି କରିବା ଘଟଣା: ପୁଣି ୩ ଅଭିଯୁକ୍ତଙ୍କ ନାମରେ ଏନ୍‌ଏସ୍‌ଏ ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ମଙ୍ଗଳବାର ପୁଣି ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୋଲିସ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ଲଗାଇଛି। ଅଭିଯୁକ୍ତ ଗୋପୀନାଥ ନାୟକ, ସ୍ମୃତିସାଗର ମହାପାତ୍ର, ସୁରଜ ଶାହାଙ୍କ ନାଁରେ ଆଇନ୍‌ ଶୃଙ୍ଖଳା ଭଙ୍ଗ ଓ ସାମାଜିକ ସ୍ଥିତି ବିଗାଡ଼ିବା ଅଭିଯୋଗରେ ଏନ୍‌ଏସ୍‌ଏ ଲଗାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମାର୍କେଟ ବିଲ୍ଡିଂ କେଶରୀ ମଲ ଆଗରେ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନ ରହିଛି। ସେଠାରେ ନୀତିଶ କୁମାର ନାମକ ଜଣେ ଯୁବକ କାର୍ଯ୍ୟ କରନ୍ତି। ଗତ ୯ ତାରିଖ ରାତି ୯ଟାରେ ଜଣେ ଯୁବତୀ ଘଣ୍ଟା ନେବା ପାଇଁ ସେଠାକୁ ଯାଇଥିଲେ। ଘଣ୍ଟାର ଦାମ୍‌କୁ ନେଇ ନୀତିଶଙ୍କ ସହିତ ଯୁବତୀଙ୍କର ବଚସା ହୋଇଥିଲା। ଏହାପରେ ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ କରି ଜଣାଇଥିଲେ। ଫଳରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ପରଦିନ ଅର୍ଥାତ ଗତ ୧୦ ତାରିଖ ଯୁବତୀଙ୍କ ଭାଇ ଚିଣ୍ଟୁଙ୍କ ସହଯୋଗ ନେଇଥିଲେ। ଫଳରେ ଚିଣ୍ଟୁ ଓ ତାଙ୍କର କେତେଜଣ ସହଯୋଗୀ ପ୍ରାୟ ୩୮ ପିଲାଙ୍କୁ ଧରି ଖଣ୍ଡା, ଲୁହାରଡ଼, ବନ୍ଧୁକ ସହ ସନ୍ଧ୍ୟା ୭ଟାରେ ମାର୍କେଟ ବିଲ୍ଡିଂରେ ପହଞ୍ଚିଥିଲେ। ଦେଖୁ ଦେଖୁ ସେମାନେ ପ୍ରାୟ ୪୦ ଉଠା ଦୋକାନରେ ଭଙ୍ଗାରୁଜା କରିବା ସହ ଗ୍ରାହକ, ବ୍ୟବସାୟୀ ଯିଏ ଆଗରେ ପଡ଼ିଲେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶିବନାଥ ରାୟ, ରାଜେଶ ଦାଶ, ସମେନ୍ଦ୍ର ଶାହା, କୃଷ୍ଣା ରାଉତରାୟ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri