Posted inଜାତୀୟ

ମାମଲାର ନିରପେକ୍ଷ ତଦନ୍ତ କର

ନୂଆଦିଲ୍ଲୀ,୧୪ା୮(ପି.ଟି.): ସିବିଆଇ ‘ରାଜନୈତିକ ହାତବାରିସୀ’ ଭାବେ ବ୍ୟବହୃତ ନହୋଇ ଅଧିକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ମଙ୍ଗଳବାର ପରାମର୍ଶ ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ସିବିଆଇ ଭଲ କାମ କରୁଛି ବୋଲି ସରକାର କେବେ ପ୍ରଶଂସା କରୁ ନ ଥିବାବେଳେ ଉକ୍ତ ସଂସ୍ଥା ନିରପେକ୍ଷ ଭାବେ କାର୍ଯ୍ୟ କରୁଛି ବୋଲି କିପରି କୁହାଯାଇ ପାରିବ?
ସାମଗ୍ରିକ ପ୍ରଶାସନିକ ନିୟନ୍ତ୍ରଣରୁ ସିବିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମୁକ୍ତ କରାଯିବା ଆବଶ୍ୟକ। ଉକ୍ତ ସଂସ୍ଥା ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସିବିଆଇର ପୂର୍ବତନ ପ୍ରତିଷ୍ଠାତା ନିର୍ଦ୍ଦେଶକ ଡି.ପି. କୋହଲି ୧୮ତମ ବାର୍ଷିକ ସ୍ମାରକୀ ବକ୍ତୃତାମାଳାରେ ଉଦ୍‌ବୋଧନ ଦେଇ ଗୋଗୋଇ କହିଲେ, କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍‌(ସିଏଜି)ଙ୍କୁ ଆଇନଗତ କ୍ଷମତା ଦିଆଯାଇଥିବାବେଳେ ସିବିଆଇକୁ ସେଭଳି ମାନ୍ୟତା ଦିଆଯିବା ଉଚିତ। ସିବିଆଇର କାର୍ଯ୍ୟ ପଦ୍ଧତିକୁ ବ୍ୟାପକ ଆଇନ ପ୍ରଣୟନ ଦ୍ୱାରା ସୁଦୃଢ଼ କରାଯିବା ଆବଶ୍ୟକ। ଏଥିପାଇଁ ସିବିଆଇର ଗଠନ ପ୍ରଣାଳୀ କାର୍ଯ୍ୟ ପରିସର, କ୍ଷମତାର ସୀମା, କ୍ଷମତା ହସ୍ତାନ୍ତର, ଅସାବଧାନତା ଯୋଗୁ ହୋଇଥିବା ଭୁଲ ଆଦି ସମସ୍ୟାଗୁଡିକୁ ସୁଧୁରାଯିବା ଆବଶ୍ୟକ। ସିବିଆଇ ଆଗରେ ଅନେକ ଆହ୍ବାନ ଅଛି। କ୍ଷମତା ହସ୍ତାନ୍ତର ଏବଂ ସିବିଆଇକୁ ନିୟନ୍ତ୍ରଣ କରିବା ଭଳି କ୍ଷମତା ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ, ୧୯୪୬ ଅନୁଯାୟୀ କାର୍ଯ୍ୟକାରିଣୀ ଅଧୀନରେ ରହିଛି। ତେଣୁ ସିବିଆଇକୁ ରାଜନୈତିକ ହାତବାରିସୀ କରିବା ଆଶଙ୍କା ରହିଥିବାରୁ କୌଣସି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ଏହାର କ୍ଷମତାଠାରୁ ଅଧିକ ପ୍ରୟୋଗ କରିପାରିବ ନାହିଁ। ସିବିଆଇରେ ସଂସ୍କାର ଆଣିବା ପାଇଁ ବିଚାର ବିଭାଗର ଅନେକ ସୁପାରିସ କେନ୍ଦ୍ର ସରକାରଙ୍କ ପାଖରେ ପଡିରହିଥିଲେ ସୁଦ୍ଧା ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସିବିଆଇକୁ ଏକ ଦକ୍ଷ ଏବଂ ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ବୋଲି ବର୍ଣ୍ଣନା କରିବା ବର୍ତ୍ତମାନ ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି ବୋଲି ଗୋଗୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri