Posted inଜାତୀୟ

ମାମଲାର ନିରପେକ୍ଷ ତଦନ୍ତ କର

ନୂଆଦିଲ୍ଲୀ,୧୪ା୮(ପି.ଟି.): ସିବିଆଇ ‘ରାଜନୈତିକ ହାତବାରିସୀ’ ଭାବେ ବ୍ୟବହୃତ ନହୋଇ ଅଧିକ ସ୍ବାଧୀନ ଓ ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ମଙ୍ଗଳବାର ପରାମର୍ଶ ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ସିବିଆଇ ଭଲ କାମ କରୁଛି ବୋଲି ସରକାର କେବେ ପ୍ରଶଂସା କରୁ ନ ଥିବାବେଳେ ଉକ୍ତ ସଂସ୍ଥା ନିରପେକ୍ଷ ଭାବେ କାର୍ଯ୍ୟ କରୁଛି ବୋଲି କିପରି କୁହାଯାଇ ପାରିବ?
ସାମଗ୍ରିକ ପ୍ରଶାସନିକ ନିୟନ୍ତ୍ରଣରୁ ସିବିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମୁକ୍ତ କରାଯିବା ଆବଶ୍ୟକ। ଉକ୍ତ ସଂସ୍ଥା ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସିବିଆଇର ପୂର୍ବତନ ପ୍ରତିଷ୍ଠାତା ନିର୍ଦ୍ଦେଶକ ଡି.ପି. କୋହଲି ୧୮ତମ ବାର୍ଷିକ ସ୍ମାରକୀ ବକ୍ତୃତାମାଳାରେ ଉଦ୍‌ବୋଧନ ଦେଇ ଗୋଗୋଇ କହିଲେ, କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍‌(ସିଏଜି)ଙ୍କୁ ଆଇନଗତ କ୍ଷମତା ଦିଆଯାଇଥିବାବେଳେ ସିବିଆଇକୁ ସେଭଳି ମାନ୍ୟତା ଦିଆଯିବା ଉଚିତ। ସିବିଆଇର କାର୍ଯ୍ୟ ପଦ୍ଧତିକୁ ବ୍ୟାପକ ଆଇନ ପ୍ରଣୟନ ଦ୍ୱାରା ସୁଦୃଢ଼ କରାଯିବା ଆବଶ୍ୟକ। ଏଥିପାଇଁ ସିବିଆଇର ଗଠନ ପ୍ରଣାଳୀ କାର୍ଯ୍ୟ ପରିସର, କ୍ଷମତାର ସୀମା, କ୍ଷମତା ହସ୍ତାନ୍ତର, ଅସାବଧାନତା ଯୋଗୁ ହୋଇଥିବା ଭୁଲ ଆଦି ସମସ୍ୟାଗୁଡିକୁ ସୁଧୁରାଯିବା ଆବଶ୍ୟକ। ସିବିଆଇ ଆଗରେ ଅନେକ ଆହ୍ବାନ ଅଛି। କ୍ଷମତା ହସ୍ତାନ୍ତର ଏବଂ ସିବିଆଇକୁ ନିୟନ୍ତ୍ରଣ କରିବା ଭଳି କ୍ଷମତା ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ, ୧୯୪୬ ଅନୁଯାୟୀ କାର୍ଯ୍ୟକାରିଣୀ ଅଧୀନରେ ରହିଛି। ତେଣୁ ସିବିଆଇକୁ ରାଜନୈତିକ ହାତବାରିସୀ କରିବା ଆଶଙ୍କା ରହିଥିବାରୁ କୌଣସି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ଏହାର କ୍ଷମତାଠାରୁ ଅଧିକ ପ୍ରୟୋଗ କରିପାରିବ ନାହିଁ। ସିବିଆଇରେ ସଂସ୍କାର ଆଣିବା ପାଇଁ ବିଚାର ବିଭାଗର ଅନେକ ସୁପାରିସ କେନ୍ଦ୍ର ସରକାରଙ୍କ ପାଖରେ ପଡିରହିଥିଲେ ସୁଦ୍ଧା ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସିବିଆଇକୁ ଏକ ଦକ୍ଷ ଏବଂ ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ବୋଲି ବର୍ଣ୍ଣନା କରିବା ବର୍ତ୍ତମାନ ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି ବୋଲି ଗୋଗୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri