ମାନିଲେନି ବ୍ୟବସ୍ଥାବଳୀ

ପୁରୀ ଅଫିସ,୧୮।୬: ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ବ୍ୟବସ୍ଥାବଳୀ ଊର୍ଦ୍ଧ୍ୱକୁ ଯାଇ କେହି କିଛି କରିବେ ନାହିଁ। ଦେଶ ବିଦେଶର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନଙ୍କର ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ସମସ୍ତେ ଧ୍ୟାନ ଦେବେ। ବ୍ୟବସ୍ଥାବଳୀକୁ ଯିଏ ଅବମାନନା କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ନାନଯାତ୍ରା ପୂର୍ବରୁ ଏମିତି ନୀତି ନିୟମ ଏବଂ କଟକଣାର ପାଠ ପଢାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ହେଲେ ଠିକଣା ବେଳକୁ କିଛି ସେବାୟତଙ୍କ କ୍ଷେତ୍ରରେ ଏହା ଫେଲ୍‌ ମାରିଛି। ସେମାନେ ନିଜ ଆଚରଣରେ ସୁଧାର ଆଣି ପାରି ନ ଥିବା ଦେଖିବାକୁ ମିଳିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଠିଆ ହେବାଠାରୁ ଆରମ୍ଭ କରି ଭକ୍ତଙ୍କୁ ତୁଳସୀ ବାଣ୍ଟି ପଇସା ଆଦାୟ କରିଛନ୍ତି। ବାରମ୍ବାର ଡାକବାଜି ଯନ୍ତ୍ର ଯୋଗେ ଶ୍ରୀବିଗ୍ରହଙ୍କୁ ଆଡ଼ କରି ଠିଆ ନ ହେବା ପାଇଁ କୁହାଯାଇଥିଲା। ହେଲେ ଅଳ୍ପ କେତେଜଣ ସେବାୟତ ବ୍ୟବସ୍ଥାବଳୀକୁ ଭୁଲିଯାଇଥିବା ଭଳି ଜଣାପଡୁଥିଲା। କିନ୍ତୁ ଗତବର୍ଷ ତୁଳନାରେ ଏଥର ସ୍ନାନମଣ୍ଡପ ଅଧିକ ଶୃଙ୍ଖଳିତ ରହିଥିଲା।
ଏଥର ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ବିଗତବର୍ଷ ଭଳି ଏଥର ମଧ୍ୟ ଠାକୁରଙ୍କ ଆଗରେ ଠିଆ ହୋଇଥିଲେ କେତେଜଣ ସେବକ। ସେମାନଙ୍କ ମଧ୍ୟରୁ କେହି ଦାରୁବିଗ୍ରହଙ୍କ ସମ୍ମୁଖରେ ବସି ରହିଥିଲେ। ଫଳରେ ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଥିଲା। ଦାୟିତ୍ୱରେ ଥିବା ଅଧିକାରୀ କହିବା ପରେ ସମ୍ପୃକ୍ତ ସେବକମାନେ ଠାକୁରଙ୍କ ଆଗରୁ ହଟି ଯାଉଥିବାବେଳେ ପୁଣି ଆସି ଠିଆ ହେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କେତେଜଣ ସେବାୟତ ଏଥର ସଚେତନ ଥିବା ଭଳି ଜଣାପଡୁଥିଲା। ଯେଉଁମାନେ ଠାକୁରଙ୍କ ଆଗରେ ଠିଆହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରୁଥିଲେ ସେମାନଙ୍କୁ ବାରଣ କରୁଥିଲେ। ଆଉ କେତେଜଣ ମଧ୍ୟ ଭକ୍ତଙ୍କ ଦର୍ଶନ ବାଟରେ ଭିଡ଼ର କାରଣ ସାଜିଥିଲେ। ଧାଡ଼ିରେ ଯାଉଥିବା ଭକ୍ତଙ୍କୁ ଠାକୁରଙ୍କ ତୁଳସୀ ଓ ଫୁଲ ଦେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହେଉଥିଲା। କେହି କେହି ଏହି ଫୁଲ ଓ ତୁଳସୀ ନେବାକୁ ଅପେକ୍ଷା କରି ଛିଡା ହେଉଥିବାରୁ ପୋଲିସକୁ ନାକେଦମ୍‌ ହେବାକୁ ପଡୁଥିଲା। ଏହି ସେବାୟତଙ୍କ ମଧ୍ୟରୁ କେତେଜଣ ତୁଳସୀ ବାଣ୍ଟି ଟଙ୍କା ଆଦାୟ କରିବାକୁ ପଛାଇ ନ ଥିଲେ। ବ୍ୟବସ୍ଥାବଳୀରେ ଉଲ୍ଲେଖ ହୋଇଛି ଯେ, ର଼୍ୟାମ୍ପରେ ଭକ୍ତମାନେ ଦର୍ଶନ କରୁଥିବା ସମୟରେ ପଇସା, ଫୁଲ କେହି ସ୍ନାନମଣ୍ଡପ ଉପରକୁ ଫିଙ୍ଗିବେ ନାହିଁ। ସେହିପରି ଯେଉଁ ସେବକ ସ୍ନାନମଣ୍ଡପ ବାଡ଼ ପାର୍ଶ୍ୱରେ ଠିଆହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରୁଛନ୍ତି କିମ୍ବା ତୁଳସୀ ଇତ୍ୟାଦି ବାଣ୍ଟୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରହିବେ। ଯେଉଁ ସେବକ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri