Posted inଜାତୀୟ

ମାତୃତ୍ୱ ଯୋଜନାର ଲାଭ ଉଠାଇବା ପାଇଁ ମୃତ ଶିଶୁ ବଦଳରେ ଅଟା ପିଣ୍ଡୁଳାକୁ ନେଇ ହସ୍ପିଟାଲ ଗଲେ ମହିଳା

ଭୋପାଳ,୨୪।୮: ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ନିଜର ମାତୃତ୍ୱ ଭାବନାକୁ ବି ବଳି ପକାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ମା’ ହେବା ଜଣେ ମହିଳାଙ୍କ ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହୋଇଥିବା ବେଳେ ଏବେ କିନ୍ତୁ ଜଣେ ମହିଳା ଶିଶୁଙ୍କୁ ଅସ୍ତ୍ର କରି ଜାଲିଆତି କରିଥିବା ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତି ଭୋପାଳର କୈଲାଶରାସ ହସ୍ପିଟାଲରେ ୩ମହିଳା ପହିଞ୍ଚିଥିଲେ। ଏକ ନାଲି କପଡ଼ାରେ ଅଟାର ପିଣ୍ଡୁଳାକୁ ଗୁଡ଼ାଇ ତାହା ମୃତ ଶିଶୁ ବୋଲି ମହିଳାଜଣକ ଡାକ୍ତରଙ୍କ ପାଖରେ ଉପସ୍ଥାପିତ କରିଥିଲେ। ଏଥିସହ ତାଙ୍କୁ ମୁଖ୍ୟମନ୍ତ୍ରୀ ମ୍ୟାଟରନିଟି ଆଡ୍‌ ସ୍କିମରେ ସାମିଲ କରାଯାଉ ବୋଲି କହିଥିଲେ। ଏହାପରେ ଜଣେ ନର୍ସ ତାଙ୍କୁ ମୃତ ଶିଶୁଙ୍କ ମୁହଁ ଦେଖାଇବାକୁ କହିବାରୁ ମହିଳାଜଣଙ୍କ ମନା କରିଥିଲେ। ଦୁଇ ଜଣଙ୍କ ଯୁକ୍ତିତର୍କ ମଧ୍ୟରେ ଅଟା ପିଣ୍ଡୁଳାଟି ତଳକୁ ଖସିପଡ଼ିଥିଲା। ଏନେଇ ଡାକ୍ତର ପୋଲିସକୁ ଖବର ଦେଇଥିଲେ। ପୋଲିସର ପଚରାଉଚରା ସମୟରେ ମୃତ ଶିଶୁର କ୍ଷତିପୂରଣ ପାଇଁ ସେ ଏଭଳି କରିଥିବା ମହିଳାଜଣଙ୍କ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ପୋଲିସ ତାଙ୍କୁ ଛାଡିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?