Posted inଖେଳ

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ ଇତିହାସର ସବୁଠୁ ସଫଳ ଦଳ ହୋଇଥିବା ବେଳେ ଶ୍ରୀଲଙ୍କା ଡିଫେଣ୍ଡିଂ ଚାମ୍ପିୟନ। ଏହା ଟୁର୍ନାମେଣ୍ଟର ଦଶମ ସଂସ୍କରଣ। ଉଭୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛନ୍ତି। ଗତ ସଂସ୍କରଣରେ ଭାରତକୁ ହରାଇ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏସିଆ କପ୍‌ ଟ୍ରଫି ଉଠାଇଥିଲା। ଏହାସତ୍ତ୍ୱେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ମ୍ୟାଚ୍‌ ଲାଗି ଫେଭରାଇଟ୍‌ ବିବେଚନା କରାଯାଉଛି।

ଟୁର୍ନାମେଣ୍ଟରେ ଭାରତ ପାଇଁ ଦୁଇ ଓପନର ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ବ୍ୟାଟିଂ ଭାର ସମ୍ଭାଳିଛନ୍ତି। ଶେଫାଳି ୨ ଅର୍ଦ୍ଧଶତକ ସହ ସର୍ବାଧିକ ୧୬୮ ରନ କରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଧିମା ଓ ସ୍ପିନ-ଫ୍ରେଣ୍ଡଲି ପିଚ୍‌ରେ ତାଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି।

ସେହିଭଳି ଏକ ଦର୍ଶନୀୟ ଶତକ ସହ ମନ୍ଧାନା ୧୫୪ ରନ କରିଛନ୍ତି। ଏଣୁ ଭାରତ ଦୃଷ୍ଟିରୁ ଉଭୟ ବ୍ୟାଟରଙ୍କ ଉପରେ ଅନେକ କିଛି ନିର୍ଭର କରିବ। କାରଣ ମିଡିଲ ଅର୍ଡରର ସମସ୍ତ ବ୍ୟାଟର ଦ୍ରୁତ ଗତିରେ ରନ କରିବାରେ ସଂଘର୍ଷ କରୁଛନ୍ତି। ଅଧିନାୟିକା ହରମନପ୍ରୀତ, ଉଇକେଟକିପର-ବ୍ୟାଟର ରିଚା ଘୋଷ ଓ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କଠାରୁ ଡେଥ୍‌ ଓଭରରେ ଯୋଗଦାନର ଆବଶ୍ୟକତା ରହିଛି। ଟୁର୍ନାମେଣ୍ଟରେ ମିଳିତ ସର୍ବାଧିକ ୧୧ ଉଇକେଟ ନେଇଥିବା ଦୀପ୍ତି ବୋଲିଂ ବିଭାଗର ନେତୃତ୍ୱ ନେବେ। ତାଙ୍କ ସହିତ ଶ୍ରୀ ଚରନି ଓ ପ୍ରେମା ରାଓ୍ବତ ଭଲ ରିଦିମ ବୋଲିଂ କରୁଛନ୍ତି।

୨୦୨୪ ସଂସ୍କରଣ ଫାଇନାଲରେ ଭାରତକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଥିବା ଚାମାରି ଆଥାପାଥଥୁଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଏଥର ମଧ୍ୟ ସମାନ ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଦଳ ଏପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରିଛି। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ୧୩୧ ରନର ଟାର୍ଗେଟ ପିଛା କରୁଥିବା ଶ୍ରୀଲଙ୍କା ଏକଦା ୭ ଓଭର ସୁଦ୍ଧା ୩୩ ରନରେ ୪ ଉଇକେଟ ହରାଇ ସଂଘର୍ଷ କରୁଥିଲା। ସଙ୍କଟ ପରିସ୍ଥିତିରେ ହର୍ଶିତା ସମରଓ୍ବିକ୍ରମା ୩୬ ଓ କଭିଶା ଦିଲହାରି ୩୩ ରନ କରି ଦଳକୁ ବିଜୟ ପଥକୁ ଆଣିଥିଲେ। ପରେ ନିଳାକ୍ଷୀ ସିଲଭା ଓ କୌଶିନି ନୁଥୟାଙ୍ଗାନା ମ୍ୟାଚ୍‌ ଫିନିଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?