ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ୍‌ ଭଣ୍ଡାରଙ୍ଗୀ ପଞ୍ଚାୟତର ବାରାବଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଘଟିଥିବା ଜଣାପଡ଼ିଛି। ବାରାବଣ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଗୃହ ଭାବରେ ୩୫ବର୍ଷ ତଳେ ତିଆରି ହୋଇଥିଲା। ତାହା ଅସୁରକ୍ଷିତ ଭାବେ ରହିଥିବା ବେଳେ ସେହି ଗୃହରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଏ। ସେହିପରି ଶନିବାର ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ପୂର୍ବାହ୍ନ ୯ଟା ସମୟରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ ଗୃହର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ସମସ୍ତ ଛାତ୍ରୀଛାତ୍ର ସମେତ ଶିକ୍ଷକ ଓ ରାନ୍ଧୁଣିଆ ବଡ଼ ଅଘଟଣାରୁ ବର୍ତ୍ତି ଗଲେ।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୫୩ ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ଶନିବାର ୪୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟରେ ଉପସ୍ଥିତ ଥିଲେ। ସେହି ଅସୁରକ୍ଷିତ ଗୃହ ଭାଙ୍ଗିଲା ବେଳେ କୌଣସି ଛାତ୍ରୀଛାତ୍ର, ଶିକ୍ଷକ କିମ୍ବା ରାନ୍ଧୁଣିଆ ସେଠାରେ ନ ଥିଲେ। ଏହି ବାବଦରେ କାର୍ଯ୍ୟରତ ସହଶିକ୍ଷକ ବସିଆ ନନ୍ଦ କହଁରଙ୍କୁ କହିଛନ୍ତି, ବର୍ଷା ଲାଗି ରହିଛି ସେହି ଗୃହ କେତେବେଳେ ଭାଙ୍ଗି ଯାଇପାରେ ତେଣୁ ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ସେହି ଗୃହଠାରୁ ଦୂରରେ ରହିବା ପାଇଁ ସୂଚନା ଦେବା ସହିତ ବାରଣ ମଧ୍ୟ କରିଥିବା ବେଳେ ହଠାତ କାନ୍ଥ ଭାଙ୍ଗି ପଡ଼ିଲା।

ଅଳ୍ପକେ ଆମେ ସମସ୍ତେ ରକ୍ଷା ପାଇଲୁ ବୋଲି କହିଛନ୍ତି। ଏହି ବାବଦରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପାତ୍ର କହିଛନ୍ତି, କାନ୍ଥ ଭାଙ୍ଗିବା ଖବର ପାଇ ଆମେ ଗ୍ରାମବାସୀ ତୁରନ୍ତ ସେଠାକୁ ପହଞ୍ଚି ଯାଇ ଦେଖିଲୁ। ପିଲାମାନଙ୍କର କୌଣସି ଅସୁବିଧା ହୋଇନାହିଁ। ଭଗବାନ ଆମ ପିଲାମାନଙ୍କୁ ରକ୍ଷା କଲେ ବୋଲି କହିଛନ୍ତି।

ତେବେ ଦୁଖଃ ଓ ପରିତାପର ବିଷୟ ଯେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଉତ ଦେଶୀନାୟକ ଗଣେଶ ପୂଜା ପାଇଁ ଜିନିଷ କିଣାକୁ ନେଇ ଛୁଟିରେ ଥିବା ବେଳେ ତାଙ୍କୁ ପଚାରିବରୁ ସେ ଶନିବାର ସକାଳୁ ସ୍କୁଲ ଗୃହର କାନ୍ଥ ଭାଙ୍ଗିଲା ବୋଲି ଭୁଲ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ପରିଚାଳନା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବାବଦରେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଜଗନ୍ନାଥ ପ୍ରଧାନ କହିଛନ୍ତି, ମୋ ପାଖରେ ଏମିତି କୌଣସି ଖବର ନାହିଁ କିମ୍ବା ସେହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୌଣସି ସୂଚନା ଦେଇନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?