‘ମାଟିହାଣ୍ଡି ମଟନ’

ବର୍ତ୍ତମାନ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଥାନୀୟ ଖାଦ୍ୟ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଭିନ୍ନ ଭିନ୍ନ ଡିସ୍‌ ପରଷୁଛନ୍ତି। ତେବେ ମୟୂରଭଞ୍ଜ ଆସିଲେ ଲୋକେ ଖାସି ମାଂସ ଖାଇବାକୁ ଭଲ ପାଇଥାନ୍ତି। କାରଣ ଏଠାକାର ମଟନର ସ୍ବାଦ ନିଆରା। ପୁଣି ଏହା ମାଟିପାତ୍ରରେ ହୋଇଥିବାରୁ ଏହାର ସ୍ବାଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବାରିପଦା କେସି ସର୍କିଲ ସ୍ଥିତ ହୋଟେଲ ମୟୂରଭଞ୍ଜ ଆଣ୍ଡ୍‌ ରେଷ୍ଟୁରାଣ୍ଟ ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଅବସରରେ ସମ୍ପୂର୍ଣ୍ଣ ଦେଶୀ ପଦ୍ଧତିରେ ପ୍ରସ୍ତୁତ ସ୍ବତନ୍ତ୍ର ଡିସ ‘ମାଟିହାଣ୍ଡି ମଟନ’ ଗ୍ରାହକଙ୍କୁ ଦିଆଯାଉଛି । ମାଟି ହାଣ୍ଡିରେ ରୋଷେଇ କରି ମାଟିପାତ୍ରରେ ଏହି ଡିସ୍‌କୁ ପରଷାଯାଉଛି। ଏହି ଡିସ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ହୋଟେଲର ମାଷ୍ଟର ସେଫ ରିଜବାନ ଅହମ୍ମଦ ଅଲି ଖାନ ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ ପାଇଁ )
ଖାସି ମାଂସ-୨୫୦ ଗ୍ରାମ୍‌
ଆଳୁ-୧୦୦ ଗ୍ରାମ୍‌
ପିଆଜ-୧୫୦ ଗ୍ରାମ୍‌
ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌
ସୋରିଷ ତେଲ-୧୫୦ ଗ୍ରାମ୍‌
ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା(ମିକ୍ସ),କଶ୍ମୀରୀ ଲଙ୍କା ପାଉଡର,
ସ୍ବାଦ ଅନୁସାରେ ଲୁଣ,
କିଛି ଡାଲଚିନି, ଲବଙ୍ଗ, ତେଜପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ…

ପ୍ରଥମେ ଗ୍ୟାସ କିମ୍ବା ଚୁଲାକୁ ଲଗାନ୍ତୁ। ତା’ ଉପରେ ଏକ ମାଟିହାଣ୍ଡିକୁ ବସାଇବେ। ହାଣ୍ଡି ଗରମ ହେବା ପରେ ସେଥିରେ ତେଲ ପକାଇବେ। ତେଲ ଗରମ ହେବା ପରେ ଡାଲଚିନି, ତେଜପତ୍ର, ଲବଙ୍ଗକୁ ପକାଇ ଭଲକରି ଭାଜିବେ। ଏହା ଉପରେ ପୂର୍ବରୁ ଛୋଟ ଛୋଟ କାଟି ରଖିଥିବା ପିଆଜକୁ ପକାଇ ଲାଇଟ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କିଛି ସମୟ ପରେ ମାଂସକୁ ହାଣ୍ଡିରେ ପକାଇବା ପରେ କଟା ଆଳୁ ମଧ୍ୟ ପକାଇ ଦିଅନ୍ତୁ। ଅଳ୍ପ ପାଣି ଦେଇ ମାଂସକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ମାଂସ ଭଲ ଭାବେ ସିଝିଲା ପରେ ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା (ମିକ୍ସ), ଲୁଣ ଓ କଶ୍ମୀରୀ ପାଉଡର ପକାଇ ମସଲାକୁ ଭଲ ଭାବେ ମାଂସ ସହ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପାଇଁ ଘାଣ୍ଟନ୍ତୁ। ଏବେ ତିଆରି ହୋଇଗଲା ମାଟିହାଣ୍ଡି ମଟନ। ଏହାକୁ ଏକ ମାଟି ପାତ୍ରରେ ଢାଳି କିଛି ଧନିଆ ପତ୍ର ଓ ଅଳ୍ପ ଦେଶୀ ଘିଅ ଉପରେ ପକାଇ ଗାର୍ନିସିଂ କରିଦିଅନ୍ତୁ। ଏହି ଡିସ୍‌କୁ ଆରାମରେ ନିଜେ ଘରେ ତିଆରି କରି ପାରିବେ। ନିଜେ ଖାଇ ଅନ୍ୟମାନଙ୍କୁ ବି ଖୁଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri