‘ମାଟିହାଣ୍ଡି ମଟନ’

ବର୍ତ୍ତମାନ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଥାନୀୟ ଖାଦ୍ୟ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଭିନ୍ନ ଭିନ୍ନ ଡିସ୍‌ ପରଷୁଛନ୍ତି। ତେବେ ମୟୂରଭଞ୍ଜ ଆସିଲେ ଲୋକେ ଖାସି ମାଂସ ଖାଇବାକୁ ଭଲ ପାଇଥାନ୍ତି। କାରଣ ଏଠାକାର ମଟନର ସ୍ବାଦ ନିଆରା। ପୁଣି ଏହା ମାଟିପାତ୍ରରେ ହୋଇଥିବାରୁ ଏହାର ସ୍ବାଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବାରିପଦା କେସି ସର୍କିଲ ସ୍ଥିତ ହୋଟେଲ ମୟୂରଭଞ୍ଜ ଆଣ୍ଡ୍‌ ରେଷ୍ଟୁରାଣ୍ଟ ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଅବସରରେ ସମ୍ପୂର୍ଣ୍ଣ ଦେଶୀ ପଦ୍ଧତିରେ ପ୍ରସ୍ତୁତ ସ୍ବତନ୍ତ୍ର ଡିସ ‘ମାଟିହାଣ୍ଡି ମଟନ’ ଗ୍ରାହକଙ୍କୁ ଦିଆଯାଉଛି । ମାଟି ହାଣ୍ଡିରେ ରୋଷେଇ କରି ମାଟିପାତ୍ରରେ ଏହି ଡିସ୍‌କୁ ପରଷାଯାଉଛି। ଏହି ଡିସ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ହୋଟେଲର ମାଷ୍ଟର ସେଫ ରିଜବାନ ଅହମ୍ମଦ ଅଲି ଖାନ ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ ପାଇଁ )
ଖାସି ମାଂସ-୨୫୦ ଗ୍ରାମ୍‌
ଆଳୁ-୧୦୦ ଗ୍ରାମ୍‌
ପିଆଜ-୧୫୦ ଗ୍ରାମ୍‌
ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌
ସୋରିଷ ତେଲ-୧୫୦ ଗ୍ରାମ୍‌
ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା(ମିକ୍ସ),କଶ୍ମୀରୀ ଲଙ୍କା ପାଉଡର,
ସ୍ବାଦ ଅନୁସାରେ ଲୁଣ,
କିଛି ଡାଲଚିନି, ଲବଙ୍ଗ, ତେଜପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ଓ ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ…

ପ୍ରଥମେ ଗ୍ୟାସ କିମ୍ବା ଚୁଲାକୁ ଲଗାନ୍ତୁ। ତା’ ଉପରେ ଏକ ମାଟିହାଣ୍ଡିକୁ ବସାଇବେ। ହାଣ୍ଡି ଗରମ ହେବା ପରେ ସେଥିରେ ତେଲ ପକାଇବେ। ତେଲ ଗରମ ହେବା ପରେ ଡାଲଚିନି, ତେଜପତ୍ର, ଲବଙ୍ଗକୁ ପକାଇ ଭଲକରି ଭାଜିବେ। ଏହା ଉପରେ ପୂର୍ବରୁ ଛୋଟ ଛୋଟ କାଟି ରଖିଥିବା ପିଆଜକୁ ପକାଇ ଲାଇଟ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କିଛି ସମୟ ପରେ ମାଂସକୁ ହାଣ୍ଡିରେ ପକାଇବା ପରେ କଟା ଆଳୁ ମଧ୍ୟ ପକାଇ ଦିଅନ୍ତୁ। ଅଳ୍ପ ପାଣି ଦେଇ ମାଂସକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ମାଂସ ଭଲ ଭାବେ ସିଝିଲା ପରେ ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା (ମିକ୍ସ), ଲୁଣ ଓ କଶ୍ମୀରୀ ପାଉଡର ପକାଇ ମସଲାକୁ ଭଲ ଭାବେ ମାଂସ ସହ ଗୋଳାଇ ଦିଅନ୍ତୁ। ଅଳ୍ପ ସମୟ ପାଇଁ ଘାଣ୍ଟନ୍ତୁ। ଏବେ ତିଆରି ହୋଇଗଲା ମାଟିହାଣ୍ଡି ମଟନ। ଏହାକୁ ଏକ ମାଟି ପାତ୍ରରେ ଢାଳି କିଛି ଧନିଆ ପତ୍ର ଓ ଅଳ୍ପ ଦେଶୀ ଘିଅ ଉପରେ ପକାଇ ଗାର୍ନିସିଂ କରିଦିଅନ୍ତୁ। ଏହି ଡିସ୍‌କୁ ଆରାମରେ ନିଜେ ଘରେ ତିଆରି କରି ପାରିବେ। ନିଜେ ଖାଇ ଅନ୍ୟମାନଙ୍କୁ ବି ଖୁଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri