ମାଛଚାଷ କରିଛି ସ୍ବାବଲମ୍ବୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର)- ବର୍ତ୍ତମାନ ସମୟରେ ଯୁବକମାନେ କୃଷି ଭିତ୍ତିକ କାର୍ଯ୍ୟଠାରୁ ଦୂରେଇ ଯାଉଥିବାବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗ୍ରାମର ଯୁବକ ଅଶୋକ କୁମାର ବାରିକ ଏକ ଭିନ୍ନ ବ୍ୟତିକ୍ରମ। ରିଲାଏନ୍ସ ଫାଉଣ୍ଡେଶନ ପରିଚାଳିତ ଦେୟମୁକ୍ତ ଫୋନ ଯୋଗେ ସେ ବିଶେଷଜ୍ଞଙ୍କ ଠାରୁ ମାଛ ଚାଷ ସମ୍ପର୍କରେ ସୂଚନା ସଂଗ୍ରହ କରି ନିଜ ଜମିର ପୋଖରୀରେ ମାଛ ଚାଷ ଆରମ୍ଭ କରିଥିଲେ। ଆଧୁନିକ କୌଶଳ ଓ ପଦ୍ଧତି ଅନୁସରଣ କରି ସେ ଏହି ଚାଷ କାର୍ଯ୍ୟ କରି ଆଜି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଯୁବକମାନେ ଚାକିରି ପଛରେ ନ ଗୋଡ଼ାଇ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ କଲେ ଏହା ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇବ ବୋଲି ସେ କହିଛନ୍ତି।
ଅଶୋକ କହିଛନ୍ତି, ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ମାଟ୍ରିକ ପାଠପଢ଼ା ସାରିବା ପରେ ଆଉ ଅଧିକ ପଢି ପାରି ନ ଥିଲେ। ତାଙ୍କ ଉପରେ ପରିବାରର ଭରଣପୋଷଣ ଦାୟିତ୍ୱ ପଡ଼ିଥିଲା। ଏଭଳି ସ୍ଥିତିରେ ସେ କିଭଳି ପରିବାର ପ୍ରତିପୋଷଣ କରିବେ ଭାବି ଭାବି କିଛି ବାଟ ପାଇ ନ ଥିଲେ। ଶେଷରେ ବାହାର ରାଜ୍ୟକୁ ଯାଇ ଚାକିରି କରିିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେ ନିଜର ମନ ପରିବର୍ତ୍ତନ କରି ନିଜ ଜମିରେ ମାଛ ଚାଷ କରିବାକୁ ସ୍ଥିର କରିଥିଲେ। ଏହାପରେ ସେ ନିଜ ପୋଖରୀକୁ ମାଛଚାଷ ଉପଯୋଗୀ କରି ଏଥିରେ ଭାକୁଡ଼, ରୋହୀ ଓ ଅନ୍ୟ ପ୍ରକାରର ମାଛ ଚାଷ ଆରମ୍ଭ କରିିଥିଲେ। ରିଲାଏନ୍ସ ଫାଉଣ୍ଡେଶନର ଜିଲା ସଂଯୋଜକ ଦିଲୀପ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ସେ ଯାଆଁଳ ଛାଡ଼ିବା ସାଙ୍ଗକୁ ମାଛଙ୍କ ପାଇଁ ଖାଦ୍ୟ ଏବଂ ରୋଗ ନିରାକରଣ ସମ୍ପର୍କରେ ଜ୍ଞାନ ଆହରଣ କରି ଏଥିରେ ସଫଳତା ଲାଭ କରିଛନ୍ତି। ବର୍ତ୍ତମାନ ମାଛ ଚାଷରୁ ସେ ବାର୍ଷିକ ୮୦ ହଜାରରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ଏଣୁ ଆଗକୁ ମାଛଚାଷର ସମ୍ପ୍ରସାରଣ କରିବାକୁ ସେ ଯୋଜନା କରିଥିବା କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?