Posted inଖେଳ

ମାଇକେଲ ହୋଲ୍‌ଡିଂଙ୍କ ଅଭିଯୋଗ

ଲଣ୍ଡନ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦାନ ଆକାରରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ (ସିଡବ୍ଲ୍ୟୁଆଇ)କୁ ଦେଇଥିବା ଅଧା ନିୟୁତ ଡଲାରର ଠିକଣା ଉପଯୋଗ କରିନାହିଁ। ଏହି ଅଭିଯୋଗ କରିଛନ୍ତି ଦେଶର ମହାନ୍‌ ଫାଷ୍ଟ ବୋଲର ମାଇକେଲ ହୋଲ୍‌ଡିଂ। ଏକ ୟୁଟ୍ୟୁବ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ୟାନେଲ କେର୍‌ ଫୋଷ୍ଟର(ପିକେଏଫ୍‌)ର ଅଡିଟ୍‌ ରିପୋର୍ଟକୁ ସେ ଉପସ୍ଥାପନ କରିଥିଲେ। କ୍ୟାରିବିୟନରେ କ୍ରିକେଟ ପରିଚାଳନାରେ ଅନେକ ତ୍ରୁଟି ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୩-୧୪ରେ ବିସିସିଆଇ ୫ଲକ୍ଷ ଆମେରିକୀୟ ଡଲାର ଦାନ କରିଥିଲା। ଏହି ଅର୍ଥକୁ ବିଶେଷ କରି ପୂର୍ବତନ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା ଲାଗି କହିଥିଲା। ମାତ୍ର ତାହା କରାଯାଇ ନାହିଁ। ମୁଁ ଜଣେ ପୂର୍ବତନ ଖେଳାଳି, ଦାନ ଅର୍ଥରୁ ମୋତେ କିଛି ମିଳୁ ବୋଲି ମୁଁ ଦାବି କରୁନାହିଁ। କିନ୍ତୁ ବହୂ ପୂର୍ବତନ ଖେଳାଳି ଅଛନ୍ତି, ଯେଉଁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ଅବା ଟଙ୍କାଟିଏ ହେଲେ ପାଇ ନାହାନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡଠାରୁ ମିଳିଥିବା ଏହି ଅର୍ଥକୁ କେଉଁ ବାଟେ ଖର୍ଚ୍ଚ କରାଯାଇଛି ସେ ସମ୍ପର୍କରେ ମୁଁ ଖୁବ୍‌ଶୀଘ୍ର ଜଣାଇବି ବୋଲି କହିଛନ୍ତି ୬୬ ବର୍ଷୀୟ ହୋଲ୍‌ଡିଂ। ସିଡବ୍ଲ୍ୟୁଆଇ ଅଡିଟ୍‌ ରିପୋର୍ଟକୁ କାହିଁକି ସାଧାରଣରେ ପ୍ରକାଶ କଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଥିଲେ। ରିପୋର୍ଟରେ ଯାହା ଉଲ୍ଲେଖ କରାଯାଇଛି, ଯଦି ଅଧିକ ପ୍ରକାଶ କରିବି ତେବେ ମୁଁ ନିଜେ ଉତ୍ତେଜିତ ହୋଇପଡ଼ିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?