ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣ: ୮ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଓଡିଶାର ପ୍ରଥମ ଇଂରାଜୀ ପ୍ରକାଶନ ମାଇଁ ସିଟି ଲିଙ୍କସ୍‌ ପକ୍ଷରୁ ମାଇଁ ସିଟି ଆୱାର୍ଡସ୍‌ର ଦ୍ୱିତୀୟ ସଂସ୍କରଣ ବୁଧବାର ସ୍ଥାନୀୟ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର, କଟକ ଓ ପୁରୀକୁ ନେଇ ଗଠିତ ସ୍ବର୍ଣ୍ଣିମ ତ୍ରିିଭୂଜର ନୂତନ ଚିନ୍ତାଧାରାର ବ୍ୟକ୍ତି ଓ ପ୍ରତିଷ୍ଠାନମାନଙ୍କୁ ମାଇଁ ସିଟି ଆୱାର୍ଡସ୍‌ରେ ସମ୍ବର୍ଦ୍ଧିତ କରାଯିବା ସହ ସମାଜ ପାଇଁ ଅଙ୍ଗୀକାରବଦ୍ଧତା ଓ ଉତ୍କୃଷ୍ଟ କାର୍ଯ୍ୟକଳାପ ନିମନ୍ତେ ସେମାନଙ୍କୁ ସମ୍ମାନିତ କରାଯାଇଛି। ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଶକ୍ତି, ଉଦ୍ୟୋଗ, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଚଳିତ ସଂସ୍କରଣର ମାଇଁ ସିଟି ଆୱାର୍ଡସ୍‌ରେ ସ୍ବସ୍ତି ଗ୍ରୁପ୍‌ର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ମହାନ୍ତି, ମେ’ଫେୟାର ହୋଟେଲ, କଳା ଓ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି, ଗୁପ୍ତା ପାୱାର ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଗୁପ୍ତା, ଅଳୀ ମହୋତ୍ସବର ଡ. ଶ୍ରୁତି ମହାପାତ୍ର, ମଦର୍ସ୍‌ ପବ୍ଲିକ୍‌ ସ୍କୁଲର ପଲ୍ଲୀ ପଟ୍ଟନାୟକ, ଅନୀଲ ଧୀର୍‌, ସୁପରିଚିତ ରଘୁ ଦହିବରା ଭାବେ ଜଣାଶୁଣା ରଘୁନାଥ ସାସମଲ୍‌, ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସୁରକ୍ଷା ନିମନ୍ତେ ପୁରୀଠାରୁ ଏକ ଅଭିଯାନରେ ବାହାରିଥିବା ପ୍ରସିଦ୍ଧ ପରିବେଶବିତ୍‌ ଓ ସାମାଜିକ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ ଏବଂ ଦିଲୀପ କୁମାର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଆକାଶ ଦାଶ ନାୟକ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଭିନେତା କୁନା ତ୍ରିପାଠୀ, ସ୍ପିଣ୍ଟର ଦୂତୀ ଚାନ୍ଦ ପ୍ରମୁଖ ଯୋଗଦେଇଥିଲେ। ଏଥିମାଇଁ ସିଟି ଲିଙ୍କସ୍‌ର ସହକାରୀ ସମ୍ପାଦିକା ଦୀକ୍ଷା ତିୱାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଭୁବନେଶ୍ୱର ରନ୍‌ ୱେ ୱିକ୍‌ ନାମକ ଏକ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri