ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରେମିକଙ୍କ ଟେର ପାଉନି ପୋଲିସ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଜୟବିହାରରେ ଭଡ଼ାରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏବେବି ସସ୍‌ପେନ୍ସ ଲାଗିରହିଛି। ତାଙ୍କର ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ର ହତ୍ୟା କରିଛନ୍ତି ନା ଏହା ଏକ ଆତ୍ମହତ୍ୟା ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ପୋଲିସ। ବିକ୍ରମ ଫେରାର ରହିଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିବାରେ ଲାଗିଛି। ତାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍‌ ବାଲେଶ୍ୱର ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ୱର ଜିଲାର ସିମୁଳିଆରେ ନ ଥିବା ଜଣାପଡିଛି। ପୋଲିସ ବିକ୍ରମଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ସେମାନେ ଉଭୟଙ୍କ ବିବାହ ପାଇଁ ରାଜିଥିଲେ। ହେଲେ ଏଭଳି ଘଟଣା କିଭଳି ଘଟିଲା ସେମାନେ କିଛି ଜାଣି ନ ଥିବା କହିଛନ୍ତି। ଏହାସହ ବିକ୍ରମ ତାଙ୍କୁ ହତ୍ୟା କରି ନ ଥିବା ପରିବାର ଲୋକେ ପୋଲିସ ଆଗରେ ଦୃଢ଼ତାର ସହ କହିଛନ୍ତି। ବିକ୍ରମ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ବୁଲୁଥିବା ପୋଲିସ ତାଙ୍କ ମୋବାଇଲ୍‌ ଫୋନ୍‌ ରେକର୍ଡରୁ ଜାଣିବାକୁ ପାଇଛି। ତେଣୁ ତାଙ୍କୁ ଧରିବାକୁ ଆଉ ଦୁଇଟି ଟିମ୍‌ ପଠାଇବା ପାଇଁ ପୋଲିସ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ଘଟଣାର ମୂଳରେ ପହଞ୍ଚିବା ପାଇଁ ପୋଲିସ ସୋମବାର ଦୀପାଳିଙ୍କ ସାନଉଭଣୀ ସେଫାଳି ଏବଂ ଭାଇଙ୍କୁ ପଚରାଉଚରା କରିଛି। ସେମାନେ ଦୀପାଳି ଓ ବିକ୍ରମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏବଂ ଉଭୟ ବିବାହ କରିଥାନ୍ତେ ବୋଲି କହିଛନ୍ତି। ବିକ୍ରମଙ୍କ ବିରୋଧରେ ସେମାନେ କିଛିବି କହିନାହାନ୍ତି। ଏପରି କି ଉଭୟଙ୍କ ମଧ୍ୟରେ କୌଣସି ଝଗଡ଼ା କିମ୍ବା ମାରପିଟ୍‌ ହୋଇ ନ ଥାଏ ବୋଲି ପୋଲିସ ଆଗରେ ଦୀପାଳିଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ଦେଖିବାକୁ ଗଲେ କେତେକ ଘଟଣା ପୋଲିସକୁ ରହସ୍ୟ ଘେରକୁ ନେଇଯାଇଛି। ମୃତଦେହ ନିକଟ ବେଡ୍‌ରୁ ପାଣି ବୋତଲ ଓ ଅଧାପୋଡ଼ା ସିଗାରେଟ୍‌ ମିଳିବା ସହ ରୁମ୍‌ରେ ମଦ ବୋତଲ ରହିଥିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହାସହ ଦୀପାଳି ଅବିବାହିତ ଥିବା ବେଳେ ସେ ମୁଣ୍ଡରେ ସିନ୍ଦୂର ଓ ହାତରେ ଚୂଡି ପିନ୍ଧିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ତେଣୁ ବିକ୍ରମ ଧରାପଡ଼ିଲେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri