Odisha Elections 2024

ମହାପ୍ରଭୁଙ୍କ କାମ ହିଁ ମୋ ପାଇଁ ବିଭୂତି – ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର

ମହାପ୍ରଭୁଙ୍କର ନୀଳଚକ୍ରରେ ଉଠୁଥିବା ପତିତପାବନ ବାନା ବର୍ଷ ସାରା ତିଆରି ହୁଏ ଆଉ ବନ୍ଧା ମଧ୍ୟ ହୋଇଥାଏ। କେତେଜଣ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ବାନା ଯାଚିଥାଆନ୍ତି। ମୁଖ୍ୟ ବାନା ବ୍ୟତୀତ ଆହୁଛି ଛୋଟ ବଡ (ମୁଖ୍ୟ ବାନାଠାରୁ କମ୍‌ ଲମ୍ବ ବିଶିଷ୍ଟ) ବାନା ତିଆରି ହୁଏ। ଏହାକୁ ‘ଧ୍ୱଜା ପତାକା ସେବା’ କହନ୍ତି । ଆମ ପରିବାର କାହିଁ କେତେ ପିଢ଼ି ହେଲା ଏହି ସେବା କାର୍ଯ୍ୟ କରିଆସୁଛନ୍ତି। ଏହି ବାନା ତିଆରି କରୁଥିବା ମୁଖ୍ୟ ଦରଜୀଙ୍କୁ ‘ଦରଜୀ ସର୍ଦ୍ଦାର’ କୁହାଯାଏ। ଆଉ ଏହି ଦାୟିତ୍ୱ ଗତ ୨୩ ବର୍ଷ ଧରି ବେଶ୍‌ ସୁଚାରୁ ରୂପେ ନିର୍ବାହ କରିଆସୁଛି। ବାନା ତିଆରି କରିବା ବ୍ୟତୀତ ରଥ କନା ସିଲେଇ, ମହାପ୍ରଭୁଙ୍କ ଶେଯ, ମାଣ୍ଡି କାମ ମଧ୍ୟ ଦରଜୀ ସର୍ଦ୍ଦାରଙ୍କ ମାଧ୍ୟମରେ ସମ୍ପାଦିତ ହୁଏ। ପତିତପାବନ ବାନା ଏବଂ ଅନ୍ୟାନ୍ୟ ବାନା କେବଳ ଆମ ଘର ଲୋକ ହିଁ ତିଆରି କରନ୍ତି। ସେମାନଙ୍କ ଭିତରେ ଜଣେ ମୁଖ୍ୟ (ଦରଜୀ ସର୍ଦ୍ଦାର) ବ୍ୟତୀତ ଆଉ ୧୮ ଜଣ ଏହି କାମରେ ନିୟୋଜିତ ଅଛନ୍ତି। ଏହି କାମ ଦିନ ରାତି ଚାଲିଥାଏ। ଆମର ଘରେ ଦିନକୁ ପ୍ରାୟ ୩୦୦-୪୦୦ ପତାକା ତିଆରି ହୋଇଥାଏ। ମନ୍ଦିରରେ ଯେତେ ପତାକା ଆବଶ୍ୟକ ହୁଏ ସେଗୁଡିକୁ କେବଳ ଦରଜୀ ସର୍ଦ୍ଦାରଙ୍କର ଘରୁ ହିଁ ଯୋଗାଇ ଦିଆଯାଏ। କେତେଜଣ ଭକ୍ତ ନିଜର ମନସ୍କାମନା ପୂରଣ ହେବା ଲାଗି ନୀଳଚକ୍ରରେ ବାନା ବାନ୍ଧିବାକୁ ଯାଚିଥାଆନ୍ତି। ସେମାନେ କେବଳ ଆମରି ପାଖରୁ ସେହି ବାନାଗୁଡିକୁ ନେଇ ମନ୍ଦିରର କାର୍ଯ୍ୟାଳୟରେ ଡିପୋଜିଟ କରନ୍ତି। ତା’ପରେ ତାହା ଚୂନରା ସେବକଙ୍କ ନିକଟକୁ ଯାଇଥାଏ ଏବଂ ସେମାନେ ସେଗୁଡିକୁ ନେଇ ବାନ୍ଧନ୍ତି। ଏ ନେଇ ଅନୁଭୂତି ତ ନିଶ୍ଚୟ ନିଆରା। ମହାପ୍ରଭୁଙ୍କ କାମ ହିଁ ମୋ ପାଇଁ ବିଭୂତି। ତାଙ୍କର କାମ କରିବା ବେଳେ ମନ ସବୁବେଳେ ଆନନ୍ଦିତ ଥାଏ।“


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଦେଖିବାକୁ ଭୁବନେଶ୍ୱରରେ ଜନସମୁଦ୍ର

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ଅତୀତକୁ ବଦଳାଇପାରିବି ନାହିଁ, ଭବିଷ୍ୟତ ତିଆରି କରିପାରିବି: ସଂତୃପ୍ତ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଲୋକ ସଭା ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୪ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି କଟକ ସଂସଦୀୟ ଆସନର...

ଭୁବନେଶ୍ୱରରୁ ପ୍ରଚାର ଆରମ୍ଭ କରିବେ ହେମାମାଳିନୀ

ଭୁବନେଶ୍ୱର,୧୭।୫(ଅନୁରାଧା ମହାରଣା): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍‌ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri