ମହାନାଳ ସଫେଇ କାର୍ଯ୍ୟ ତଦାରଖ

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସହରରେ ମହାନାଳ ସମେତ ବିଭିନ୍ନ ନାଳଗୁଡିକ ପୋତି ହୋଇଯାଇଥିବାରୁ ବର୍ଷା ହେବାମାତ୍ରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସହରବାସୀ ବାରମ୍ବାର ପୌରଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଆସୁଥିଲେ। ଏପରିକି ନବନିର୍ବାଚିତ ବିଧାୟକ ମଦନମୋହନ ଦତ୍ତଙ୍କୁ ମଧ୍ୟ ଅବଗତ କରାଇଥିଲେ ା ବର୍ଷା ଋତୁ ଆଗକୁ ଆସୁଥିବାରୁ ବିଧାୟକ ଦତ୍ତ ମହାନାଳଗୁଡିକ ସଫା ହେବା ନିହାତି ଆବଶ୍ୟକ ଥିବା ଉପଲବ୍ଧି କରି ପୌରପାଳିକା ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଖୁବ୍‌ଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ା
ଏହି ପରିପ୍ରେକ୍ଷୀରେ ବିଧାୟକ ସୋମବାର ସହରର ମହାନାଳ ସଫେଇ କାର୍ଯ୍ୟକୁ ତଦାରଖ କରିଛନ୍ତି। ସମ୍ପୃକ୍ତ କାର୍ଯ୍ୟ ମୌସୁମୀ ଆସିବା ପୂର୍ବରୁ ଶେଷ କରିବା ପାଇଁ ପୌରପାଳିକା ନିର୍ବାହୀଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ସହର ରାସ୍ତା ଓ କଲଭର୍ଟଗୁଡିକର ସ୍ଥିତିକୁ ନିଜେ ବୁଲି ସମୀକ୍ଷା କରିବା ସହ ଏହାର ଏକ ରିପୋର୍ଟ ଜିଲାପାଳ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ା ଆଗାମୀ ଦିନରେ ବର୍ଷାଦିନରେ ସହରରେ କୃତ୍ରିମ ବର୍ଷା ନ ହେବା ପାଇଁ ମିଳିତ ଉଦ୍ୟମ ଆବଶ୍ୟକତା ରହିଛି। ସହରରେ ସମ୍ପୂର୍ଣ୍ଣ ୩୫ କି.ମି. ମହାନାଳ ସଫେଇ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ବାଇଁ, ଚିତ୍ତରଞ୍ଜନ ପଣ୍ଡା, ସୁଜିତ ଦେବ, ଯୋଗେନ ରଣା, ରାଧାକାନ୍ତ ଦାସ, ଗଙ୍ଗାଧର ରାଉତ, ସର୍ବେଶ୍ୱର ପାତ୍ର, ପିଙ୍କି ପ୍ରଧାନ, ଶ୍ରୀୟା ଦାସ, ରଣଜିତ୍‌ ପୃଷ୍ଟି, ବିକାଶ ପାଢୀ, ବିବେକ ମହାନ୍ତି, ଧିରଜ ମହାନ୍ତି, ଅରୂପ ଜେନା, ସେକ୍‌ ଅଫଜଲ ଓ ଗୈାରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri