ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପାରମ୍ପରିକ ଇନ୍ଧନରେ ଚାଲୁଥିବା ଗାଡ଼ିର ନୂଆ ପଞ୍ଜୀକରଣ ଓ ପୁରୁଣାର ନବୀକରଣ ଚାର୍ଜକୁ ବହୁଗୁଣ ବଢ଼ାଇ ଦେବା ଲାଗି ଚିଠା ବିଜ୍ଞପ୍ତି ଜାରି କରି ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ନୂଆ ଦୁଇ ଚକିଆ ଯାନ ଲାଗି ପଞ୍ଜୀକରଣ ଚାର୍ଜ ବର୍ତ୍ତମାନର ୫୦ ଟଙ୍କା ବଦଳରେ ୧୦୦୦ ଟଙ୍କା,୩ଚକିଆ ପାଇଁ ୫ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), ଏଲ୍‌ଏମ୍‌ଭି ବ୍ୟକ୍ତିଗତ(କାର୍‌/ଜିପ୍‌) ୫ ହଜାର ଟଙ୍କା(ପୂର୍ବରୁ ୬ଶହ ଟଙ୍କା), ଏଲ୍‌ଏମ୍‌ଭି କମର୍ସିଆଲ ପାଇଁ ୧୦ହଜାର ଟଙ୍କା(ପୂର୍ବରୁ ୧ ହଜାର ଟଙ୍କା), ମିଡିୟମ ଏବଂ ହେଭି ଭେହିକିଲ୍‌(ଗୁଡ୍ସ ଏବଂ ପାସେଞ୍ଜର) ପାଇଁ ୨୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଶୁଳ୍କ ଆଦାୟ କରାଯିବ। ୧୫ ବର୍ଷ ପୁରୁଣା ଗାଡ଼ିର ନବୀକରଣକୁ ନିରୁତ୍ସାହିତ କରିବାକୁ ଯାଇ ୨ ଚକିଆ ଗାଡ଼ି ଲାଗି ଶୁଳ୍କ ୨୦୦୦ ଟଙ୍କା(ପୂର୍ବରୁ ୫୦ଟଙ୍କା),୩ଚକିଆ ପାଇଁ ୧୦ ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), କାର୍‌/ଜିପ ପାଇଁ ୧୫ ହଜାର ଟଙ୍କା(ପୂର୍ବରୁ ୬୦୦ଟଙ୍କା), କମର୍ସିଆଲ ଗାଡିରୁ ୨୦ ହଜାର ଟଙ୍କା(ପୂର୍ବରୁ ୧ହଜାର ଟଙ୍କା), ମିଡିୟମ ଏବଂ ହେଭି ଗାଡି ପାଇଁ ୪୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଆଦାୟ କରାଯିବ। ସେହିପରି ୧୫ ବର୍ଷ ପୁରୁଣା ଗାଡ଼ି ଲାଗି ପ୍ରତି ୬ ମାସରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ବର୍ଷକରେ ଥରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ପଡୁଥିଲା। ପ୍ରସ୍ତାବ ଅନୁଯାୟୀ, କ୍ୟାବ୍‌ର ପଞ୍ଜୀକରଣ ତଥା ନବୀକରଣ ଚାର୍ଜ କ୍ରମଶଃ ୧୦ ହଜାର ଏବଂ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧ ହଜାର ଟଙ୍କା ଥିଲା। ଚିଠା ବିଜ୍ଞପ୍ତି ଅନୁଯାୟୀ ଆମଦାନୀ ହେଉଥିବା ଗାଡ଼ିର ପଞ୍ଜୀକରଣ ଚାର୍ଜ ୫ ହଜାର ଟଙ୍କାରୁ ବୃଦ୍ଧି କରି ୪୦ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆମଦାନୀ ହେଉଥିବା ଦୁଇଚକିଆ ଗାଡ଼ିର ପଞ୍ଜୀକରଣ ଚାର୍ଜକୁ ବର୍ତ୍ତମାନର ୨୫୦୦ ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୪୦ରୁ ୪୫ ଦିନ ଭିତରେ ଚୂଡାନ୍ତ ନିୟମ ଘୋଷଣା କରାଯିବ। ଏଥିପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, କମର୍ସିିଆଲ ଗାଡ଼ି ବିଶେଷକରି ବସ୍‌,ଟ୍ରକ ତଥା ଅନ୍ୟ ଗାଡ଼ିର ନବୀକରଣ ଚାର୍ଜକୁ ୨୭ ଗୁଣା ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡ଼ିକୁ ଏହାର ମାଲିକଙ୍କ ଦ୍ୱାରା କବାଡି ବାଲାକୁ ବିକ୍ରି କରିବାକୁ ବାଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri