ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଗାଡ଼ି କ୍ରୟ;ପଞ୍ଜୀକରଣ, ନବୀକରଣ ବହୁଗୁଣା ବୃଦ୍ଧି

ନୂଆଦିଲ୍ଲୀ,୨୮-୭: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ି କିଣାକୁ ନିରୁତ୍ସାହିତ କରିବା ତଥା ପୁରୁଣା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସଡ଼କରୁ ହଟାଇବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପାରମ୍ପରିକ ଇନ୍ଧନରେ ଚାଲୁଥିବା ଗାଡ଼ିର ନୂଆ ପଞ୍ଜୀକରଣ ଓ ପୁରୁଣାର ନବୀକରଣ ଚାର୍ଜକୁ ବହୁଗୁଣ ବଢ଼ାଇ ଦେବା ଲାଗି ଚିଠା ବିଜ୍ଞପ୍ତି ଜାରି କରି ପ୍ରସ୍ତାବ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ନୂଆ ଦୁଇ ଚକିଆ ଯାନ ଲାଗି ପଞ୍ଜୀକରଣ ଚାର୍ଜ ବର୍ତ୍ତମାନର ୫୦ ଟଙ୍କା ବଦଳରେ ୧୦୦୦ ଟଙ୍କା,୩ଚକିଆ ପାଇଁ ୫ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), ଏଲ୍‌ଏମ୍‌ଭି ବ୍ୟକ୍ତିଗତ(କାର୍‌/ଜିପ୍‌) ୫ ହଜାର ଟଙ୍କା(ପୂର୍ବରୁ ୬ଶହ ଟଙ୍କା), ଏଲ୍‌ଏମ୍‌ଭି କମର୍ସିଆଲ ପାଇଁ ୧୦ହଜାର ଟଙ୍କା(ପୂର୍ବରୁ ୧ ହଜାର ଟଙ୍କା), ମିଡିୟମ ଏବଂ ହେଭି ଭେହିକିଲ୍‌(ଗୁଡ୍ସ ଏବଂ ପାସେଞ୍ଜର) ପାଇଁ ୨୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଶୁଳ୍କ ଆଦାୟ କରାଯିବ। ୧୫ ବର୍ଷ ପୁରୁଣା ଗାଡ଼ିର ନବୀକରଣକୁ ନିରୁତ୍ସାହିତ କରିବାକୁ ଯାଇ ୨ ଚକିଆ ଗାଡ଼ି ଲାଗି ଶୁଳ୍କ ୨୦୦୦ ଟଙ୍କା(ପୂର୍ବରୁ ୫୦ଟଙ୍କା),୩ଚକିଆ ପାଇଁ ୧୦ ହଜାର ଟଙ୍କା(ପୂର୍ବରୁ ୩୦୦ ଟଙ୍କା), କାର୍‌/ଜିପ ପାଇଁ ୧୫ ହଜାର ଟଙ୍କା(ପୂର୍ବରୁ ୬୦୦ଟଙ୍କା), କମର୍ସିଆଲ ଗାଡିରୁ ୨୦ ହଜାର ଟଙ୍କା(ପୂର୍ବରୁ ୧ହଜାର ଟଙ୍କା), ମିଡିୟମ ଏବଂ ହେଭି ଗାଡି ପାଇଁ ୪୦ ହଜାର ଟଙ୍କା(ପୂର୍ବରୁ ୧୫୦୦ଟଙ୍କା) ଆଦାୟ କରାଯିବ। ସେହିପରି ୧୫ ବର୍ଷ ପୁରୁଣା ଗାଡ଼ି ଲାଗି ପ୍ରତି ୬ ମାସରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ବର୍ଷକରେ ଥରେ ଫିଟ୍‌ନେସ୍‌ ସାର୍ଟିଫିକେଟ ନେବାକୁ ପଡୁଥିଲା। ପ୍ରସ୍ତାବ ଅନୁଯାୟୀ, କ୍ୟାବ୍‌ର ପଞ୍ଜୀକରଣ ତଥା ନବୀକରଣ ଚାର୍ଜ କ୍ରମଶଃ ୧୦ ହଜାର ଏବଂ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧ ହଜାର ଟଙ୍କା ଥିଲା। ଚିଠା ବିଜ୍ଞପ୍ତି ଅନୁଯାୟୀ ଆମଦାନୀ ହେଉଥିବା ଗାଡ଼ିର ପଞ୍ଜୀକରଣ ଚାର୍ଜ ୫ ହଜାର ଟଙ୍କାରୁ ବୃଦ୍ଧି କରି ୪୦ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଆମଦାନୀ ହେଉଥିବା ଦୁଇଚକିଆ ଗାଡ଼ିର ପଞ୍ଜୀକରଣ ଚାର୍ଜକୁ ବର୍ତ୍ତମାନର ୨୫୦୦ ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ୪୦ରୁ ୪୫ ଦିନ ଭିତରେ ଚୂଡାନ୍ତ ନିୟମ ଘୋଷଣା କରାଯିବ। ଏଥିପୂର୍ବରୁ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, କମର୍ସିିଆଲ ଗାଡ଼ି ବିଶେଷକରି ବସ୍‌,ଟ୍ରକ ତଥା ଅନ୍ୟ ଗାଡ଼ିର ନବୀକରଣ ଚାର୍ଜକୁ ୨୭ ଗୁଣା ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ୧୫ ବର୍ଷ ପୁରୁଣା ଗାଡ଼ିକୁ ଏହାର ମାଲିକଙ୍କ ଦ୍ୱାରା କବାଡି ବାଲାକୁ ବିକ୍ରି କରିବାକୁ ବାଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri