ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ

ବାଳକାଟୀ,୧ା୭(ଡି.ଏନ୍‌.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ ଆରମ୍ଭ ହେଉ ହେଉ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ପୋଲିସ ସୂଚନା ମୁତାବକ, ବାଙ୍କୀ ଅଞ୍ଚଳର ଜନୈକ ଯୁବକଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ କିଛିଦିନ ପୂର୍ବେ ବାଲିଅନ୍ତା ଥାନା ଭଇଁଚୁଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଫଳରେ ଯୁବକ ଜଣକ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିବାବେଳେ ମହିଳା ଜଣକ ବାପ ଘରେ ରହୁଥିଲେ। ତେବେ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଉକ୍ତ ଯୁବକ ତୃତୀୟ ବିବାହ ପାଇଁ ମନ ବଳାଇଥିଲେ। ଏଥିପାଇଁ ବାଳକାଟୀ ପ୍ରତାପଶାସନ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ କନ୍ୟାଘର ଯୁବକଙ୍କ ପୂର୍ବସ୍ଥିତି ସମ୍ପର୍କରେ କୌଣସି ଖବର ପାଇପାରି ନଥିଲେ। ଇତିମଧ୍ୟରେ ଯୁବକ ଜଣକ ବିବାହ ପ୍ରସ୍ତାବ ଦେଇ ରବିବାର ତିଥି ଅନୁଯାୟୀ ବାଳକାଟୀସ୍ଥିତ ଗହୀର ଦୁଲାଦେଈ ମନ୍ଦିରରେ ବିବାହ ଆୟୋଜନ ହୋଇଥିଲା। କନ୍ୟାପକ୍ଷ ବର ରୋଶଣିକୁ ସ୍ବାଗତ ଜଣାଇ ମନ୍ଦିରକୁ ପାଛୋଟି ନେଇଥିଲେ। ବାହାଘର ପାଇଁ ବର ଓ କନ୍ୟା ବେଦୀରେ ବସିଥିବାବେଳେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି ସମୟରେ ହଠାତ ଘଟଣାସ୍ଥଳରେ ବାଳକାଟୀ ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ପହଞ୍ଚତ୍ ଯୁବକଙ୍କୁ ଉଠାଇ ଥାନାକୁ ନେଇଆସିଥିଲେ। ଥାନାରେ ମଧ୍ୟସ୍ଥଙ୍କ ଜରିଆରେ ଦ୍ୱିତୀୟ ସ୍ତ୍ରୀଙ୍କ ସହ ଯୁବକଙ୍କ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଫାଣ୍ଡି ଅଧିକାରୀ ସାହୁ କହିଛନ୍ତି। ଅପରପକ୍ଷେ ବାହାବେଦିରୁ ମଙ୍ଗୁଳା କନ୍ୟାକୁ ନେଇ କନ୍ୟାପିତା ଘରକୁ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri