ମନ୍‌ବଲ ଥିଲେ ସବୁ ସମ୍‌ଭବ: ପର୍‌ମାନ କରି ଦେଖେଇଛନ୍‌ ଦିବ୍ୟାଙ୍ଗ ଦମ୍ପତି

କଣ୍ଟାବାଞ୍ଜି, ୧୦ା୧(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ପଚେଁତ୍‌ ସଦର ଗଁାର ପବିତ୍ର ପୁଟେଲ(୨୫)ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଜନମ୍‌ ବେଲେ ସେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଲାରୁ ତାକର ଦୁଇଗୋଡ଼ ଅଚଲ ହେଇଯାଇଛେ। ହେଲେ ସେ ଜୀବନ୍‌ରେ ହାର ନାଇଁ ମାନି। ଦୁଖେ କଷ୍‌ଟେ ପାଠ୍‌ ଦୁଇଅଖର ପଢ଼ବାର ସଂଗେ ସେ ଝନେ ଦିବ୍ୟାଙ୍ଗ ମହିଲାକୁଁ ବିହା ହେଇଛନ୍‌। ଏହେଦେ ଇ ଦିବ୍ୟାଙ୍ଗ ଦମ୍ପତି କାହାର ଉପରେ ଆଶ୍‌ରା ନାଇଁକରି କରି ଗୁରସ୍‌ ବିକି ନିଜର ତେଲ୍‌ନୁନ୍‌ ସଁସାର ଚଲଉଛନ୍‌।
ସୂଚନା ଅନ୍‌ସାରେ ଚଟୁଅନକା ପଚେଁତ୍‌ ସଦର ଗଁାର ଚତ୍ରୁ ପୁଟେଲ ଆର ଉମେ ପୁଟେଲକଁର ୪ ପୁଓ ଆର ୫ ଝି’। ବପିତ୍ର ସବୁନୁ ସାନ ଆଏ। ପବିତ୍ର ଜନ୍‌ମୁ ଦିବ୍ୟାଙ୍ଗ ହେବାର ଲାଗି ମା’ବାପ୍‌, ଭାଇଭହେନ୍‌ ତାହାକୁ କେଭେ ଅନ୍‌ଦେଖା ନାଇଁକରି। ସେ ମାଟ୍ରିକ ତକ୍‌ ପାଠ୍‌ ବି ପଢ଼ିଛନ୍‌। ବଏସ୍‌ ହେଲାରୁ ନିଜର ବୁଧି ବିବେକ ଖଟେଇ ନିଜର ଦିବ୍ୟାଙ୍ଗ ଭତାକେ ସଁଚି ଭଏଁଷ୍‌ ପଟେ ଘିନ୍‌ଲେ। ସେ ଭଏଁଷ୍‌ର ଗୁରସ୍‌ ବିକି ଭଲ ଦୁଇପଏସା ରୁଜଗାର କଲେ। ଏହେଦେ ସେ ପଏସାରୁ ଆରଗୁଟେ ଭଏଁଷ୍‌ ଘିନି ବେପାର ବଢ଼େଇଛନ୍‌। ଦୁଇ ଭଏଁଷ୍‌ ଫିଦିନ୍‌ ୮ରୁ ୧୦ ଲିଟର ଗୁରସ୍‌ ଦେଉଛନ୍‌। ପବିତ୍ର ଫିଦିନ ସଖାଲୁ ନିଜର ଟ୍ରାଇସାଇକେଲରେ ଗୁରସ୍‌ ଆନି କଣ୍ଟାବାଞ୍ଜି ସହରର ଭିନେ ଭିନେ ହୋଟେଲ ଆର ଲଗାନି କରିଥିବାର ଲୁକ୍‌କୁ ଦେଉଛନ୍‌। ସବୁ ଖରଚ୍‌ ଯାଇ ଫିଦିନ୍‌ ୧୫୦ରୁ ୩୦୦ ଟଁକା ତକ୍‌ ରୁଜ୍‌ଗାର କରୁଥିବାର ସେ କହିଛନ୍‌। ସେ ପାସର ଗଁା ମହଖଣ୍ଡର ଝନେ ଦିବ୍ୟାଙ୍ଗ ଟୁକେଲ ପରମାବତୀକୁଁ ବିହା ହେଇଛନ୍‌। ଏହେଦେ ଇ ଦିବ୍ୟାଙ୍ଗ ଦମ୍ପତିକଁର ଗୁଟେ ଝି’ ଲଭଲି(୭) ଆର ପୁଓ ଅମିତ(୩) ରହିଛନ୍‌। ଗୁରସ୍‌ ବିକି ପବିତ୍ର ୪ ପରାନୀ କୁଟୁମକେ ହଁସ୍‌ଖୁସିରେ ଚଲେଇ ନେଉଛନ୍‌। ଇ କାମ୍‌ରେ ମାଏକିନା ପରମାବତୀ ବି ପବିତ୍ରକୁଁ ସାହାଯ୍‌ କରୁଛନ୍‌। ପରମାବତୀ ଫିଦିନ୍‌ ପହଁତିଆରୁ ଉଠି ଭଏଁଷ୍‌କୁ ଦାନାପାନୀ ଦେବାର ସଂଗେ ଗୁରସ୍‌ ଦୁହୁଛନ୍‌। ସେଟାକେ ବୁତଲମାନକେ ଭରି ପବିତ୍ରକଁର ଟ୍ରାଇସାଇକେଲରେ ଲଦି ଦେଉଛନ୍‌। ଇ ଗୁରସ୍‌ ବିକା ପଏସାରୁ ପରିବାର ଚଲାବାର ସଂଗେ ଦୁଇ ଝି’ପୁଓକେ ପାଠ୍‌ପଢ଼େଇ ଭଲ ମୁନୁଷ୍‌ କରବାର ଲକ୍ଷ ରଖିଛନ୍‌ ଦିବ୍ୟାଙ୍ଗ ଦମ୍ପତି। ପରିବାରଟା ନିହାତି ଗରିବ୍‌ ଘରଡିହ ଖଁଡ୍‌କ ଛାଡ଼ିଦେଲେ ସଁପତି ବଲି କିଛି ନାଇଁ। ପବିତ୍ରକୁଁ ସରକାରୀ ଯୋଜନାରେ ଗୁଟେ ଇନ୍ଦିରା ଆବାସ ମିଲିଛେ। ମାସିକ ୭ଶହ ଟଁକା ଦିବ୍ୟାଙ୍ଗ ଭାତା ପାଉଛନ୍‌। ହେଲେ ମାଏକିନା ପରମାବତୀ ଦିବ୍ୟାଙ୍ଗ ହେଇଥିଲେ ବି ଭତାରୁ ବଁଚିତ୍‌ ହେଇ ରହିଥିବାର ପବିତ୍ର କହିଛନ୍‌। ସେନ୍‌ତା ଉନିଅଁାମାନେ ଯେନ୍‌ତା କୁଟୁମ ପୁଷୁଛନ୍‌ ମୁଇଁ ବି ମୋର କୁଟୁମ୍‌ ପୁଷୁଛେଁ। ଉନିଅଁାମାନେ ସବୁ କାମ୍‌ କରିପାରୁଛନ୍‌, ହେଲେ ମୁଇଁ ନାଇଁ କରିପାରେଁ। ଫରକ୍‌ କହେଲେ ଏତ୍‌କି। ହେଲେ ମୋର କାହାରି ଉପରେ କିଛି ଅଭିଯୋଗ ନଁାଇଁନ। ପରଶାସନ ମୋର ପରିବାର ଉପରେ ଦୁରୁଷ୍‌ଟି ଦେଇ ମୋତେ କେହେନ୍‌ସି ଗୁଟେ ଲୋନ ଦେଲେ ମୋର ବେପାରଟାକେ ବଢ଼େଇ ପାରତି ଆର ମୋର ଦୁଇଛୁଆକୁ ଭଲ ପାଠ୍‌ ଦୁଇଅଖର ପଢ଼େଇ ମୁନୁଷ୍‌ କରିପାରତି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri