ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି କଲଚୁରାଲ ଏକାଦେମିର ମିଳିତ ସହଯୋଗରେ ରେମୁଣା ବାମପଦାସ୍ଥିତ ନୋସି ବିଜିନେସ୍‌ ପାର୍କଠାରେ ଆୟୋଜିତ ପଟିଦିଅଁ ଅଙ୍କନ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସ୍ବୀକୃତି ପ୍ରଦାନ କରିଥିବା ନୀଳଗିରି ଜଗନ୍ନାଥ ମନ୍ଦିର, ମୋତିଗଞ୍ଜ ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଶାସଙ୍ଗ ଜଗନ୍ନାଥ ମନ୍ଦିର, ଜୟଦେବ କସବା ଜଗନ୍ନାଥ ମନ୍ଦିର ଓ ଦୁବଲାଗଡ଼ି ପତିତପାବନ ଜଗନ୍ନାଥ ମନ୍ଦିରର ପ୍ରତିନିଧିମାନେ ପଟିଦିଅଁଙ୍କୁ ତୁରୀ, ଭେରୀ ବଜାଇ ଆଲଟଚାମର କରି ବିରାଟ ଶୋଭାଯାତ୍ରାରେ ନିଜ ନିଜ ମନ୍ଦିରକୁ ବିଜେ କରାଇଥିଲେ।

ବାଲେଶ୍ୱରରେ ପ୍ରଥମଥର ଗତ ନବକଳେବର ବର୍ଷରୁ ଉତ୍କଳା ଶିଳ୍ପଗ୍ରାମରେ ଆରମ୍ଭ ହୋଇଥିଲା ପଟିଦିଅଁ ଅଙ୍କନ ଉତ୍ସବ। ଏହି ଉତ୍ସବରେ ଚିତ୍ରକରମାନେ ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରେ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ରୂପରେ ଆଙ୍କିବା ପାଇଁ ସ୍ବୀକୃତି ପାଇଥିଲେ। କପଡ଼ାରେ ତିଆରି ମୋଟା ପଟି ଉପରେ ଦିଅଁମାନଙ୍କ ଚିତ୍ର ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆଙ୍କି ଅଣସର ସମୟରେ ଜଗନ୍ନାଥ ମନ୍ଦିରରେ ପୂଜା ପାଇଁ ପ୍ରଦାନ କରନ୍ତି। ଚଳିତବର୍ଷ ମଧ୍ୟ ଯଥାରୀତି ବାଲେଶ୍ୱରର ୫ଟି ଜଗନ୍ନାଥମନ୍ଦିର ପାଇଁ ଶିଳ୍ପୀ କେଶୁ ଦାସ ଓ ଅରୁଣ ବାରିକ ଜଗନ୍ନାଥଙ୍କ ଅନନ୍ତ ନାରାୟଣ, ଦେବାଶିଷ ପତି ଓ ଭବାନୀ ନାୟକ ବଳଭଦ୍ରଙ୍କ ଅନନ୍ତ ବାସୁଦେବ, ଶୁଭମ୍‌ ନାୟକ ଓ ଆଦିତ୍ୟ ଉପାଧ୍ୟାୟ ମା’ ସୁଭଦ୍ରାଙ୍କ ଭୁବନେଶ୍ୱରୀ ଚିତ୍ର ଆଙ୍କିବା ପାଇଁ ବିଧି ପୂର୍ବକ ଚିତ୍ରକର ସ୍ବୀକୃତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri