Posted inରାଜ୍ୟ

ମନ୍ତ୍ରୀପଦ ପାଇଁ ଯୋଗ୍ୟତା ମାପକାଠି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ରୂପରେଖକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ କାହାକୁ ସାମିଲ କରାଯିବ ସେହି ଆଡ଼କୁ ଦେଶବାସୀଙ୍କ ଧ୍ୟାନ ଆକର୍ଷିତ ହୋଇଛି। ଆସନ୍ତା ସପ୍ତାହରେ ଶପଥ ନେବାକୁ ଥିବା ମୋଦିଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ଓ କେଉଁ ପୁରୁଣାମୁହଁ ବାଦ୍‌ ପଡ଼ିପାରନ୍ତି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଭାଜପାର ପ୍ରଦର୍ଶନ ଭଲ ହୋଇଥିବାରୁ ଦୁଇ ରାଜ୍ୟକୁ କ୍ୟାବିନେଟରେ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଉପଯୁକ୍ତ ଏମ୍‌ପିଙ୍କୁ ଯୋଗ୍ୟତା ଅନୁସାରେ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯିବ। ତେଣୁ ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ ନ କରିବାକୁ ଶନିବାର ମୋଦି ନବ ନିର୍ବାଚିତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶା କଥାକୁ ବିଚାର କଲେ କେନ୍ଦ୍ରମନ୍ତ୍ରୀ ରହିଥିବା ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନୂଆ ତାଲିକା ବିଚାର ସମୟରେ ସର୍ବାଗ୍ରେ ରହିପାରେ। ଜୁଏଲ ପୂର୍ବରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ୍‌ରେ କାର୍ଯ୍ୟ କରିସାରିଛନ୍ତି। ଚଳିତ ଥର ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ଦେଶର ପୂର୍ବାଞ୍ଚଳରୁ ଜୁଏଲ ଦଳର ପ୍ରମୁଖ ଆଦିବାସୀ ନେତା । ତେଣୁ ପୁନର୍ବାର ସେ ମନ୍ତ୍ରୀ ହେବା ସମ୍ଭାବନା ରହିଥିବା କୁହାଯାଉଛି। ୨୦୧୪ରେ ଜୁଏଲ ରାଜ୍ୟରୁ ଏକମାତ୍ର ଭାଜପା ଏମ୍‌ପି ଭାବେ ବିଜୟୀ ହେବା ସହ ଆଦିବାସୀ କଲ୍ୟାଣ ବ୍ୟାପାର କ୍ୟାବିନେଟ୍‌ ମନ୍ତ୍ରୀ ହୋଇପାରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ହେଲେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟ

ଭାଜପା ସଙ୍ଗଠନର ପ୍ରମୁଖ ଚେହେରାଭାବେ ଉଭା ହୋଇଥିଲେ। ପ୍ରତିଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବହୁ କଂଗ୍ରେସ,ବିଜେଡି ନେତାଙ୍କୁ ଭାଜପାରେ ସାମିଲ କରାଇପାରିଥିଲେ। ପଞ୍ଚାୟତ ନିର୍ବାଚନରେ ଦଳକୁ ଆଶାତୀତ ସଫଳତା ମିଳିବାର ଶ୍ରେୟ ମଧ୍ୟ ଅନେକାଂଶରେ ଧର୍ମେନ୍ଦ୍ରଙ୍କୁ ଯାଇଥାଏ। ଭାଜପାର ସବୁ ପ୍ରମୁଖ ନେତା ନିର୍ବାଚନ ଲଢୁଥିଲେ। ହେଲେ ଧର୍ମେନ୍ଦ୍ର ସାରା ରାଜ୍ୟର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। କେନ୍ଦ୍ର ସରକାରଙ୍କ ପ୍ରମୁଖ ସଫଳତା ମଧ୍ୟରେ ଉଜ୍ଜ୍ୱଳା ଯୋଜନା ଅନ୍ୟତମ। ଧର୍ମେନ୍ଦ୍ରଙ୍କ ହାତରେ ରହିଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟକୁ ଏହାର ଶ୍ରେୟ ଯାଇଥାଏ। ବିଭିନ୍ନ ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀ ଏବଂ ପୀୟୂଷ ଗୋଏଲଙ୍କ ଭଳି ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ନିକଟତମ ରାଜନେତାଙ୍କ ମଧ୍ୟରୁ ଜଣେ। ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଧର୍ମେନ୍ଦ୍ର ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ତେଣୁ ଧର୍ମେନ୍ଦ୍ର ଲଗାତର ଦ୍ୱିତୀୟଥର କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ହେବା ସମ୍ଭାବନା ଅଧିକ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।
ଜୁଏଲ ଓ ଧର୍ମେନ୍ଦ୍ରଙ୍କୁ ବାଦ୍‌ ଦେଇ ରାଜ୍ୟରୁ ଜଣେ କିମ୍ବା ଦୁଇଜଣ ରାଷ୍ଟ୍ରମନ୍ତ୍ରୀ ଅଥବା ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ୱ) ପାଇପାରନ୍ତି। ଚଳିତ ନିର୍ବାଚନରେ ସୁନ୍ଦରଗଡରୁ ଜୁଏଲ ଓରାମ, ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, ବଲାଙ୍ଗୀରରୁ ସଙ୍ଗୀତା ସିଂ ଦେଓ , ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ଏବଂ କଳାହାଣ୍ଡିରୁ ବସନ୍ତ ପଣ୍ଡା ବିଜୟୀ ହୋଇଛନ୍ତି। ସୂତ୍ରରେ ମିଳୁଥିବା ଖବର ଅନୁଯାୟୀ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଯଦି ସଙ୍ଗଠନରେ ରଖିବାକୁ କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ ତେବେ ତାଙ୍କୁ ମନ୍ତ୍ରୀ ପଦ ନ ମିଳିପାରେ। ସେହିଭଳି ସୁରେଶ ପଶ୍ଚିମବଙ୍ଗର ସହପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେଠାରେ ଭାଜପା ଉତ୍ତମ ପ୍ରଦର୍ଶନ କରିଛି। ୨୦୨୧ରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସୁରେଶଙ୍କୁ ସାଙ୍ଗଠନିକ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ ନ ପାରେ। ସେହିଭଳି ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା, ବଲାଙ୍ଗୀରରୁ ଏକାଧିକ ଥର ଜିତିଥିବା ସଙ୍ଗୀତା ଏବଂ ବାଲେଶ୍ୱରରୁ ନିର୍ବାଚିତ ପ୍ରତାପ ଷ଼ଡଙ୍ଗୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଅନ୍ୟ କେତେକ ରାଜନୈତିକ ବିଶ୍ଳେଷକଙ୍କ କହିବାନୁଯାୟୀ, ଚଳିତଥର କେନ୍ଦ୍ରରେ ଏନ୍‌ଡିଏର ଆସନ ବୃଦ୍ଧି ପାଇଛି। ଏନ୍‌ଡିଏ ସହଯୋଗୀ ଦଳଗୁଡିକ ମଧ୍ୟ ପୂର୍ବାପେକ୍ଷା ଅଧିକ ଆସନ ପାଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପରିପକ୍ୱତା ଦେଖାଇ ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦେଇପାରନ୍ତି। ସେହିପରି ଭାଜପାର ନବନିର୍ବାଚିତ ଏମ୍‌ପିଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିପାରନ୍ତି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri