Posted inରାଜ୍ୟ

ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି ଯାଇଛି। ଆସନ୍ତା ୩୧ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଆହୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ତାତି ଜ୍ୱାଳାରେ ଛଟପଟ ହେଉଛି । ସୂର୍ଯ୍ୟଦେବଙ୍କ କୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଭୟଙ୍କର ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଉଛି । ସକାଳ ୭ଟାରୁ ମାଡି ଆସୁଛି ଭୟଙ୍କର ତାତି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଦେହ ମୁହଁ ଜଳି ପୋଡିଗଲା ଭଳି ଲାଗୁଛି। ଗତ ଦୁଇ ତିନି ସପ୍ତାହ ଧରି ରାଜ୍ୟରେ ଜାରି ରହିଥିବା ଏଭଳି ପ୍ରତିକୂଳ ପାଗ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ଅସ୍ତବ୍ୟସ୍ତ କରିଛି। ଦିନ କିମ୍ବା ରାତିରେ ମଧ୍ୟ ଆଶ୍ୱସ୍ତି ମିଳୁ ନାହିଁ।
ଆଭ୍ୟନ୍ତରୀଣ ଏବଂ ପଶ୍ଚମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକାଂଶ ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲସିୟସ ଉପରେ ରହୁଛି । ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଛି। ୨ଟି ସହରରେ ପାରଦ ୪୬ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୧୩ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଟିଟିଲାଗଡ଼ରେ ରାଜ୍ୟରେ ସର୍ବାଧିକ ୪୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୬.୩, ତାଳଚେର ୪୫.୭, ଝାରସୁଗୁଡା ୪୫.୨, ସମ୍ବଲପୁର ୪୫.୨, ଚାନ୍ଦବାଲି ୪୦.୨, କଟକ ୪୦.୫, ସୁନ୍ଦରଗଡ଼ ୪୩, ହୀରାକୁଦ ୪୪.୫, ଭବାନୀପାଟଣା ୪୪.୩, ମାଲକାନଗିରି ୪୩,ସୋନପୁର ୪୪.୮, ଭୁବନେଶ୍ୱର ୩୯.୫ ଏବଂ କେନ୍ଦୁଝର ସର୍ବାଧିକ ୩୯.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ୮୦ରୁ ୯୫ ପ୍ରତିଶତ ରହୁଥିବାରୁ ଦେହ ମୁଣ୍ଡରୁ ଗମ୍‌ ଗମ୍‌ ଝାଳ ବାହାରି ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିଛିି। ଆସନ୍ତା ୩୧ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ଶାରେ ତାତି ଆହୁରି ବଢ଼ିବା ସହ ଗ୍ରୀଷ୍ମପ୍ରବାହ ଜାରିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?