ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବିନା ବ୍ୟାଟେରି, ବିଦ୍ୟୁତ୍‌ରେ ବାଜୁଛି ରେଡିଓ

ପୁରୀ ଅଫିସ,୨୬ା୫: ବର୍ତ୍ତମାନ ରେଡିଓର ଆଉ ଚାହିଦା ନାହିଁ। ଟିଭି, ମୋବାଇଲ ଯୁଗରେ ରେଡିିଓ ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ହେଲେ ଏମିତି ଅଲୋଡ଼ା ପଡିଥିବା ଏକ ରେଡ଼ିଓରେ ଦେଖିବାକୁ ମିଳିଛି ଚମତ୍କାରିତା। ବିନା ବ୍ୟାଟେରି ଏବଂ ବିଦ୍ୟୁତ୍‌ରେ ବାଜୁଛି ରେଡିିଓ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁରୀ ସହର ମାଟିଆପଡ଼ା ରାଧାକୃଷ୍ଣ ଲେନ୍‌ର ଉମାକାନ୍ତ ରଥଙ୍କ ଘରେ ଘଟିଛି ଏପରି ଏକ ଚମତ୍କାରିତା। ବାତ୍ୟାରେ ତାଙ୍କ ଘର ର଼୍ୟାକ୍‌ ଉପରୁ ତଳେ ପଡ଼ି ଭାଙ୍ଗିଯିବା ପରେ ସେବେଠାରୁ ରେଡ଼ିଓ ବାଜୁଛି। ଏହି କଥା ପ୍ରଘଟ ହେବା ପରେ ଆଖପାଖର ଲୋକେ ଉମାକାନ୍ତଙ୍କ ଘରେ ପହଞ୍ଚତ୍ ଏହାର ସତ୍ୟତା ପରଖୁଛନ୍ତି।

ବାତ୍ୟା ‘ଫନୀ’ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ପରେ ପୁରୀ ଜିଲାବାସୀ ଭୟଭୀତ ହୋଇପଡ଼ିିଥିଲେ। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କଡ଼ରେ ରହୁଥିବା ଉମାକାନ୍ତଙ୍କ ପରିବାର ବି ସତର୍କ ହୋଇପଡିଥିଲେ। ବିଦ୍ୟୁତ୍‌ କଟିଯିବ, ତେଣୁ ଟିଭି ଚାଲିବନି। ବାତ୍ୟା ବିଷୟରେ ଜାଣିବା ପାଇଁ ଘରେ ଥିବା ଏକ ପୁରୁଣା ରେଡ଼ିଓ ବାହାର କରିଥିଲେ। ସେଥିରେ ୩ଟି ନୂଆ ବ୍ୟାଟେରି ପକାଇବା ପରେ ତାହା ବାଜିଥିଲା। ତେବେ ରେଡିଓରେ ଘଟିଥିବା ଚମତ୍କାରିତା ସମ୍ପର୍କରେ ଉମାକାନ୍ତ କହିଛନ୍ତି, ୨ତାରିଖ ବିଳମ୍ବିତ ରାତିରୁ ବର୍ଷା, ପବନ ଆରମ୍ଭ ହୋଇଥିଲେ ହେଁ ୩ତାରିଖ ଭୋରୁ ପବନର ବେଗ ବଢିଥିଲା। ସକାଳ ପ୍ରାୟ ସାଢେ ୮ଟାରେ ଘର ର଼୍ୟାକ୍‌ ଉପରେ ଥିବା ରେଡିଓଟି ତଳକୁ ଖସିପଡ଼ିଥିଲା। ଫଳରେ ରେଡିଓ ଭାଙ୍ଗିଯିବା ସହ ବ୍ୟାଟେରି ଛିଟିକି ଏଣେତେଣେ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ବ୍ୟାଟେରି ନ ଥିଲେ ମଧ୍ୟ ରେଡ଼ିଓ ବାଜୁଥିଲା। ପରିବାର ଲୋକେ ଏହା ଦେଖି ହଠାତ୍‌ କିଛି ବୁଝିପାରି ନ ଥିଲେ। ତେବେ କେମିତି କ’ଣ ଭିତରେ ହୋଇଯାଇଥିବ ଭାବି ରେଡିଓକୁ ବନ୍ଦ କରିଦେଲୁ। ତାହା ବନ୍ଦ ହୋଇଗଲା। ହେଲେ ପୁଣି ଅନ୍‌ କରିବାରୁ ଏହା ବାଜିଲା। କିନ୍ତୁ ବ୍ୟାଟେରି ପକାଇ ନ ଥିଲୁ। ଇତିମଧ୍ୟରେ ୨୩ଦିନ ହେଲାଣି, ବିନା ବ୍ୟାଟେରି ଓ ବିଦ୍ୟୁତ୍‌ରେ ରେଡିଓ ବାଜୁଛି।

୧୯୯୮ରେ ୩୫୦ ଟଙ୍କା ଦେଇ ସେ ଏହି ରେଡିଓ କିଣିଥିଲେ। ଟିଭି ଆସିବା ପରେ ୭/୮ ବର୍ଷ ହେବ ରେଡିଓକୁ ଘର ର଼୍ୟାକ୍‌ ଉପରେ ରଖିଦେଇଥିଲେ। ଏହାର କୌଣସି ଆବଶ୍ୟକତା ପଡ଼ି ନ ଥିଲା। ହେଲେ ଏବେ ବିନା ବ୍ୟାଟେରିରେ ରେଡିିଓ ବାଜୁଥିବା ଜାଣିବା ପରେ ଆଖପାଖର ଲୋକେ ତାଙ୍କ ଘରକୁ ଆସି ଏହାକୁ ଦେଖୁଛନ୍ତି। ଏପରି କି ଜଣେ ରେଡିିଓ ମେକାନିକ ମଧ୍ୟ ତାଙ୍କ ଘରକୁ ଆସି ଏହାକୁ ପରଖିଛନ୍ତି। ହେଲେ କେମିତି ବାଜୁଛି ସେ ବି ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ଉମାକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri