ମନୋଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍‌: ସୁଲ୍‌ତାନ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ଏଥିରେ ସାମିଲ ଥିବା ୨ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାହାକ ଓ ହୃଷୀକେଶ ପାତ୍ରଙ୍କୁ ପୋଲିସ ପୂର୍ବରୁ ଏନ୍‌କାଉଣ୍ଟର କରିଥିବାବେଳେ ବୁଧବାର ମାଷ୍ଟରମାଇଣ୍ଡ ସୁଲ୍‌ତାନ ଓରଫ ସୁନୀଲ କୁମାର ନାହାକଙ୍କ ସମେତ ଅନ୍ୟ ୪ ସୁପାରିକିଲରଙ୍କୁ ଗିରଫ କରିଛି। ସେମାନେ ହେଲେ ଆନନ୍ଦ ସ୍ବାଇଁ, ଶଙ୍କର ରାଉତ, ଶିବରାମ ବେହେରା ଓ କାର୍ତ୍ତିକ ନାହାକ। ଅଭିଯୁକ୍ତଙ୍କଠାରୁ କେତେକ ମାରଣାସ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ବୁଧବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ା
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବଦିନ ଅର୍ଥାତ୍‌ ମେ ୨୨ରେ ମନୋଜ କେତେକ ସହଯୋଗୀଙ୍କ ସହିତ କାରରେ ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ମନୋଜ ୧୬ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ୍‌ ଅକ୍ସଫୋର୍ଡ ସ୍କୁଲ ନିକଟରେ ଗାଡି ପାର୍କିଂ କରି ପରିସ୍ରା କରିବାକୁ ଯାଇଥିଲେ। ୨ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚି ମନୋଜଙ୍କ ଗଳା କାଟିଦେବା ସହ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଅପରାଧ ଘଟାଇ ଅଭିଯୁକ୍ତମାନେ ଆନ୍ଧ୍ର ଆଡ଼କୁ ୨ଟି ବାଇକ୍‌ରେ ଦ୍ରୁତଗତିରେ ଯାଉଥିବାବେଳେ ଗୋଳନ୍ଥରା ନିକଟରେ ଗୋଟିଏ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନେ ସେଠାରେ ବାଇକ୍‌ ଓ ଏକ ମାଉଜର ଛାଡ଼ି ଚମ୍ପଟ ମାରିଥିଲେ, ଯାହାକୁ ପୋଲିସ ଜବତ କରିଥିଲା। ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମେ ୨୩ ବିଳମ୍ବିତ ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଭାଲୁ ଓ ସୁଲ୍‌ତାନଙ୍କ ସମେତ ୭ ଜଣଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ୧୦୧/୧୯ରେ ମାମଲା ରୁଜୁ ହୋଇଥିଲା। ସେପଟେ ଅନୁସନ୍ଧାନ ବେଳେ ଅଭିଯୁକ୍ତମାନେ ଆସିକା ଅଞ୍ଚଳର ବୋଲି ପୋଲିସ ସ୍ପଷ୍ଟ କରିଥିଲା। ମେ ୩୧ ରାତି ପ୍ରାୟ ସାଢ଼େ ୧୧ଟାରେ କେତେଜଣ ଅଭିଯୁୁକ୍ତଙ୍କ ସହିତ ଗୋଳନ୍ଥରା ଥାନା ରଣ୍ଢା ନିକଟ ଅମିତ ହସ୍ପିଟାଲ ପାଖରେ ପୋଲିସର ଗୁଳି ବିନିମୟ ହୋଇଥିଲା। ଏଥିରେ ବୁଲୁ ନାହାକ ଓ ହୃଷୀକେଶ ପାତ୍ର ଆହତ ହୋଇଥିଲେ। ଉଭୟଙ୍କୁ ପଚରାଉଚରା କରିବା ପରେ ପୋଲିସକୁ କେତେକ ତଥ୍ୟ ମିଳିଥିଲା। ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଆସିକା ଥାନା ନୂଆଗଁା ବଡ଼ସାହିର ସୁଲ୍‌ତାନ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପରେ କେତେଜଣ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିବା ସହ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ କରିଥିଲା। ମଦ ବ୍ୟବସାୟୀ ଭାଲୁ ଓ ସୁଲ୍‌ତାନ ମନୋଜଙ୍କୁ ମାରିବାକୁ ଯୋଜନା କରିଥିଲେ। ଏହାପରେ ପୋଲିସ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।
ଏସ୍‌ପି କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପିନାକ ମିଶ୍ର କହିଛନ୍ତି, କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଅଭିଯୁକ୍ତମାନଙ୍କ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା। ସେଠାରୁ ଆନନ୍ଦ, ଶଙ୍କର, ଶିବରାମ ଓ କାର୍ତ୍ତିକଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ସୁଲତାନଙ୍କୁ ବାଲୁଗାଁ ରେଳଷ୍ଟେଶନରୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ୩ ମାଉଜର, ୩ ଅଫୁଟା ଗୁଳି, ୩ ବାଇକ୍‌, ୨ ରକ୍ତଭିଜା ଛୁରି, ୨ ହେଲ୍‌ମେଟ, ୧୦ ମୋବାଇଲ ଫୋନ, ୩୫୦୦ ଟଙ୍କା ଜବତ କରାଯାଇଛି। ହତ୍ୟାକାଣ୍ଡ ସ୍ଥଳରୁ ୩ ଗୋଟି ଖୋକା ଜବତ କରାଯାଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆସିକା ଅଞ୍ଚଳର ମଦ ବ୍ୟବସାୟୀ ଭାଲୁ ଓରଫ ଭଗବାନ ସାହୁ ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି। ୨୦୧୨ରେ କୌଣସି କାରଣକୁ ନେଇ ଭାଲୁଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମନୋଜ ଓ ତାଙ୍କର ଜଣେ ସହଯୋଗୀ ସମ୍ପୃକ୍ତ ଥିବା ଏସ୍‌ପି ସୂଚନା ଦେଇଛନ୍ତି, ଯାହାର ପ୍ରତିଶୋଧ ନେବା ପାଇଁ ଭାଲୁ ବିଭିନ୍ନ ସମୟରେ ସୁଯୋଗ ଖୋଜୁଥିଲେ ବୋଲି ପୋଲିସ କହିଛି। ଶେଷରେ ସେ ଷଡ଼ଯନ୍ତ୍ର କରି ମନୋଜଙ୍କୁ ସୁପାରିକିଲରଙ୍କ ଦ୍ୱାରା ହତ୍ୟା କରିଛନ୍ତି ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।
ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟକୁ କେନ୍ଦ୍ରକରି ଲାଗି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ମୁଖ୍ୟ ଖଳନାୟକ ଭାଲୁ ଧରାପଡ଼ିବା ପରେ ଏହି ହତ୍ୟାକାଣ୍ଡ ପାଇଁ କେତେ ଟଙ୍କା ଡିଲ୍‌ ହୋଇଥିଲା ତାହା ଜଣାପଡ଼ିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି। ଏହି ଘଟଣାରେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri