ଦିଗପହଣ୍ଡି,୧୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ପି. ପ୍ରବିନ କୁମାର, ଗୋଳନ୍ତରା ଥାନା ପନାଡ ଗ୍ରାମର ଦିବାକର ଗୌଡ, ବ୍ରହ୍ମପୁର ବଡ ବଜାର ଥାନା ଫାଷ୍ଟଗେଟ ଅଞ୍ଚଳର ଦୀପକ ମହାନ୍ତିଙ୍କୁ ଜୁଆ ଖେଳୁଥିବା ଅଭିଯୋଗରେ ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛି। ବୁଧବାର ମହୁରୀ କାଳୁଆ ପୀଠରେ ଛାଡଖାଇ ଭୋଜି ବାହାନାରେ ଚାଲିଥିଲା ଜୁଆଆଡ୍ଡା। କେତେକ ଆନ୍ତଃରାଜ୍ୟ ଜୁଆଡ଼ି ଏଥିରେ ସାମିଲ ଥିବା ପୋଲିସକୁ ସୂଚନା ମିଳିଥିଲା। ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଅପରାହ୍ନ ପ୍ରାୟ ୪ ଟାରେ ସଦଳବଳ ସେଠାରେ ଚଢାଉ କରିଥିଲେ। ସୂଚନା ପାଇ ବହୁସଂଖ୍ୟକ ଜୁଆଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୩ ଜଣ ଧରାପଡିଥିଲେ। ପୋଲିସ ସେମାନଙ୍କ ଠାରୁ ତାସ ମୁଠା, ପାଲ, ୯୨,୪୫୦ ଟଙ୍କା ସମେତ କାର (ନଂ. ଏପି୩୧ଏଏ- ୯୦୦୯) ଏବଂ ବାଇକ (ନଂ.ଓଆର୦୭ଏନ୍-୧୦୨୦) ଜବତ କରି ମାମଲା ନଂ.୨୩୩/୧୯ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ
ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…
ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା
ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…
କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା
ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…
ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା
ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…
ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର
ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆର୍ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…
ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…
ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…
ଜାତୀୟ ରାଜପଥରେ ପିକ୍ଅପ୍ ଭ୍ୟାନ୍ ଅଟକାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…
ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍ଅପ୍ ଭ୍ୟାନ୍…
ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…
ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…
Archives

