ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍‌ପୋର୍ଟ କେଳେଙ୍କାରୀ: ନକଲି ପାସ୍‌ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ଙ୍କ ଲିଙ୍କ୍‌ ସନ୍ଦେହ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍‌ପୋର୍ଟ। ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍‌ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌ ବ୍ୟକ୍ତି ସୌଦି ଆରବ ପଳାଇଥିବାବେଳେ ଅସଲ ପାସ୍‌ପୋର୍ଟଧାରୀ ଭୁବନେଶ୍ୱରର ବିମ୍ବାଧର ସାହୁ ରିନ୍ୟୁ ପାଇଁ ବାରମ୍ବାର ପାସ୍‌ପୋର୍ଟ ଅଫିସ୍‌ ଦୌଡୁଛନ୍ତି। ତାଙ୍କ ପାସ୍‌ପୋର୍ଟ ନମ୍ବରରେ ଅନ୍ୟ ଏକ ପାସ୍‌ପୋର୍ଟ ଇସ୍ୟୁ ହୋଇଛି। ଉକ୍ତ ପାସ୍‌ପୋର୍ଟ ହାତେଇଥିବା ବ୍ୟକ୍ତି ଜଣକ ସୌଦି ଆରବ ଚାଲିଯାଇଛନ୍ତି। ଏ ସଂକ୍ରାନ୍ତରେ ସୌଦି ଦୂତାବାସକୁ ଚିଠି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସି ନ ଥିବା ପାସ୍‌ପୋର୍ଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଥିବା ବିମ୍ବାଧର କହିଛନ୍ତି। ଏହି ଘଟଣା ଏବେ ପଦାକୁ ଆସିବା ପରେ ଭୁବନେଶ୍ୱର ଅଫିସରେ ହୋଇଥିବା ପାସ୍‌ପୋର୍ଟ ଜାଲିଆତି ସହ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମିିଳିଥିବା ସୂଚନାନୁସାରେ, ପୁରୁଣା ଭୁବନେଶ୍ୱର ଦୁଲ୍ଲାଦେଈ ରୋଡ୍‌ର ପ୍ଲଟ୍‌ ନଂ.୨୮ରେ ପରିବାର ସହ ରହୁଛନ୍ତି ବିମ୍ବାଧର ସାହୁ। ବିମ୍ବାଧର ୧୯୮୬ରେ ଅଏଲ ଓଡିଶାରେ ମ୍ୟାନେଜର ଭାବେ ଚାକିରି କରୁଥିଲେ। ସେ ଅଫିସ କାର୍ଯ୍ୟରେ ବିଦେଶ ଯିବା ପାଇଁ ଭୁବନେଶ୍ୱର ପାସ୍‌ପୋର୍ସ ଅଫିସରେ ଆବେଦନ କରିବା ପରେ ତାଙ୍କୁ ପାସ୍‌ପୋର୍ଟ (ନଂ-ଭି୩୨୫୩୬୦)ମିଳିଥିଲା। ପରେ ଅଫିସ ପକ୍ଷରୁ ତାଙ୍କର ବିଦେଶ ଯିବା କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ୧୯୯୧ରେ ସେ ଉକ୍ତ ପାସ୍‌ପୋର୍ଟକୁ ରିନ୍ୟୁ କରିଥିଲେ। ୧୯୯୫ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାରେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ସମ୍ପୃକ୍ତି ଥିବା ଓ ସେ ଜାଲ୍‌ ପାସ୍‌ପୋର୍ଟରେ ଦେଶ ବାହାରକୁ ଚାଲିଯାଇଥିବା ଜଣାପଡିଥିଲା। ଏହାପରେ ଦେଶରେ ପାସ୍‌ପୋର୍ଟ କେଳେଙ୍କାରୀ ପଦାକୁ ଆସିଥିଲା। ସେତେବେଳେ ଭୁବନେଶ୍ୱର ପାସପୋର୍ଟ ଅଫିସରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଥିବା ଜଣାପଡିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେହି ସମୟରେ ବିମ୍ବାଧରଙ୍କ ପାସପୋର୍ଟକୁ ଜାଲିଆତି କରି ସମାନ ନମ୍ବରରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌ ବ୍ୟକ୍ତି ପାସ୍‌ପୋର୍ଟ ହାତେଇ ସୌଦି ଆରବ ଚାଲିଯାଇଥିବା ତଦନ୍ତରୁ ଜଣାପଡିଥିଲା। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଜାଣିବା ପରେ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ପାସ୍‌ପୋର୍ଟ କାର୍ଯ୍ୟାଳୟର ଏକାଧିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏପର୍ଯ୍ୟନ୍ତ ଉକ୍ତ ନକଲି ପାସ୍‌ପୋର୍ଟଧାରୀଙ୍କୁ ଠାବ କରାଯାଇପାରି ନ ଥିବାବେଳେ ବିମ୍ବାଧରଙ୍କ ପାସ୍‌ପୋର୍ଟ ମଧ୍ୟ ରିନ୍ୟୁ ହୋଇପାରୁନି।
ଏ ସମ୍ପର୍କରେ ବିମ୍ବାଧର କୁହନ୍ତି, ପାସ୍‌ପୋର୍ଟ ରିନ୍ୟୁ ହୋଇପାରୁ ନ ଥିବାରୁ ଲଣ୍ଡନରେ ରହୁଥିବା ଝିଅ ପାଖକୁ ଯାଇପାରୁନୁ। ଗତ ମାର୍ଚ୍ଚ ୧୮ରେ ପାସ୍‌ପୋର୍ଟ ରିନ୍ୟୁ ପାଇଁ ପୁଣି ଆବେଦନ କରିଥିଲି। ୧୫ଦିନ ଭିତରେ ସ୍ତ୍ରୀଙ୍କର ପାସ୍‌ପୋର୍ଟ ରିନ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ହୋଇପାରିନି। ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଅରିଜିନାଲ ପାସ୍‌ପୋର୍ଟ ନେଇ ଦେଖାଇଥିଲି। ଯାଞ୍ଚ କରାଯିବା ପରେ ସମାନ କଥା କୁହାଯାଉଛି। ତାଙ୍କ ନମ୍ବରରେ ଅନ୍ୟ ଜଣେ ପାସ୍‌ପୋର୍ଟ ନେଇଥିବାରୁ ମାର୍ଚ୍ଚ ୨୯ରେ ସୌଦି ଆରବ ଦୂତାବାସକୁ କର୍ତ୍ତୃପକ୍ଷ ମେଲ୍‌ କରିଛନ୍ତି। ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ମେଲ୍‌ର କିଛି ଉତ୍ତର ଆସୁନି କି ବିମ୍ବାଧରଙ୍କ ପାସ୍‌ପୋର୍ଟ ରିନ୍ୟୁ ହୋଇପାରୁନି। ତାଙ୍କ ନମ୍ବରରେ ନକଲି ପାସ୍‌ପୋର୍ଟ ହାତେଇଥିବା ବ୍ୟକ୍ତି ଯଦି କୌଣସି ଆତଙ୍କବାଦୀ କିମ୍ବା ଅନ୍ତର୍ଜାତୀୟ ଅପରାଧୀ ହୋଇଥାନ୍ତି, କିଛି ବି ଘଟଣା ଘଟିଲେ ସେ ଫସିଯିବେ ବୋଲି ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହିଛନ୍ତି ବିମ୍ବାଧର। ଏନେଇ ସେ ବର୍ହିବ୍ୟାପାର ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ପାସ୍‌ପୋର୍ଟ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ କିଛି ବି କହିବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri