ଭୁବନେଶ୍ୱରରେ ଲାଗିବ ଡପ୍‌ଲାର ରାଡାର

ଭୁବନେଶ୍ୱର,୨ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ସହରାଞ୍ଚଳ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢାଇଲାଣି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଦେଶର ୫ ସହରରେ ଡପ୍‌ଲାର ରାଡାର ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ନିଷ୍ପତ୍ତି ନେଇଛି। ସେଥିମଧ୍ୟରୁ ଓଡ଼ିଶାର ଭୁବନେଶ୍ୱରରେ ଏକ ଡପ୍‌ଲାର ରାଡାର ସ୍ଥାପନ କରାଯିବ। ସହରାଞ୍ଚଳ ପାଣିପାଗ ସତର୍କତା ଯୋଜନାରେ ଏହି ଡପ୍‌ଲାର ରାଡାର ସ୍ଥାପନ କରାଯିବ। ଏହି ରାଡାର ଜରିଆରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ ସହରାଞ୍ଚଳକୁ ଜଳବାୟୁ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପ୍ରଦାନ କରାଯିବ। ଏହି ରାଡାର ବର୍ଷା, ବଜ୍ରପାତ, ଘୂର୍ଣ୍ଣିଝଡ, ଧୂଳିଝଡ, ବାୟୁମଣ୍ଡଳର ତାପ ଓ ଚାପ, ତାପମାତ୍ରା ଭଳି ବିିଭିନ୍ନ ସତର୍କ ସୂଚନା ପ୍ରଦାନ କରିବ। ଏହାଛଡ଼ା ସହରର କେଉଁ ଅଞ୍ଚଳରେ କେତେ ବର୍ଷା ଓ ତାତି ହେଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ। ଏହି ସୂଚନା ଆଧାରରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବେ। ଏ ନେଇ ଜାତୀୟ ସ୍ତରର ଏକ କର୍ମଶାଳା ଚଳିତ ମାସ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ହେବ। ଭାରତୀୟ ପାଣିପାଗ ବିଭାଗ ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବ। ଭୁବନେଶ୍ୱରର କେଉଁ ସ୍ଥାନରେ ଏହା ଲାଗିବ ତାହା ସର୍ଭେ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପରିବର୍ତ୍ତିତ ଜଳବାୟୁ କାରଣରୁ ବିଭିନ୍ନ ସମୟରେ ଘଟୁଥିବା ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ ମାତ୍ରାରେ ଧନଜୀବନ ନଷ୍ଟ ହେଉଛି। ଏସବୁର ପୂର୍ବ ସୂଚନା ମିଳିପାରୁ ନ ଥିବାରୁ କ୍ଷୟକ୍ଷତିର ମାତ୍ରା ବହୁ ପରିମାଣରେ ବଢ଼ିଯାଉଛି। ଗତ ମୌସୁମୀ ବର୍ଷା ସମୟରେ ଦେଶର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। କେଉଁଠି ଜଳାର୍ଣ୍ଣବ ତ କେଉଁଠି ପାଣି ଟିକେ ପାଇଁ ହାହାକାର। ଜୁଲାଇ ଓ ଅଗଷ୍ଟ ମାସ ବର୍ଷାରେ ଦେଶର ୧୦ଟି ସ୍ଥାନରେ ଅଲଗା ଅଲଗା ଚିତ୍ର ଦେଖିବାକୁ ମିଳିଥିଲା। ଆସାମ, ପାଟନା, ମୁମ୍ବାଇ, ପ୍ରୟାଗରାଜରେ ପ୍ରବଳ ବର୍ଷା ଯୋଗୁ ଜଳମଗ୍ନ ହୋଇ ଯାଇଥିଲା। ଗୋଟିଏ ପଟେ ପ୍ରବଳ ବର୍ଷା ହେଉଥିବା ବେଳେ ସେହି ଏକା ସମୟରେ ନାଗପୁର, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ସହରରେ ଜଳ ସଙ୍କଟ ଦେଇଦେଇଥିଲା। ରାଜଧାନୀ ନୂଆଦିଲ୍ଲୀରେ ଧୂଳିଝଡ ପରିବେଶକୁ ପ୍ରଦୂଷିତ କରି ଦେଇଥିଲା। ଗୋଟିଏ ସମୟରେ ଦେଶର ସହରଗୁଡିକରେ ଭିନ୍ନ ଭିନ୍ନ ଜଳବାୟୁ ଚିନ୍ତା ବଢାଇଲାଣି। ଏପରି କି ଗୋଟିଏ ସହରରେ ମଧ୍ୟ ଜଳବାୟୁରେ ଅନେକାଂଶରେ ପାର୍ଥକ୍ୟ ଦେଖା ଦେଉଛି। ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ଜଳବାୟୁକୁ ଅନୁଧ୍ୟାନ କରିବାକୁ ଆଇଏମ୍‌ଡି ପକ୍ଷରୁ ଦେଶର ବିଭିନ୍ନ ସହରରେ ଡପ୍‌ଲାର ରାଡାର ସ୍ଥାପନ କରିବାକୁ ଯୋଜନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri