ଭୁବନେଶ୍ୱରରେ ଲାଗିବ ଡପ୍‌ଲାର ରାଡାର

ଭୁବନେଶ୍ୱର,୨ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ସହରାଞ୍ଚଳ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢାଇଲାଣି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଦେଶର ୫ ସହରରେ ଡପ୍‌ଲାର ରାଡାର ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ନିଷ୍ପତ୍ତି ନେଇଛି। ସେଥିମଧ୍ୟରୁ ଓଡ଼ିଶାର ଭୁବନେଶ୍ୱରରେ ଏକ ଡପ୍‌ଲାର ରାଡାର ସ୍ଥାପନ କରାଯିବ। ସହରାଞ୍ଚଳ ପାଣିପାଗ ସତର୍କତା ଯୋଜନାରେ ଏହି ଡପ୍‌ଲାର ରାଡାର ସ୍ଥାପନ କରାଯିବ। ଏହି ରାଡାର ଜରିଆରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ ସହରାଞ୍ଚଳକୁ ଜଳବାୟୁ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପ୍ରଦାନ କରାଯିବ। ଏହି ରାଡାର ବର୍ଷା, ବଜ୍ରପାତ, ଘୂର୍ଣ୍ଣିଝଡ, ଧୂଳିଝଡ, ବାୟୁମଣ୍ଡଳର ତାପ ଓ ଚାପ, ତାପମାତ୍ରା ଭଳି ବିିଭିନ୍ନ ସତର୍କ ସୂଚନା ପ୍ରଦାନ କରିବ। ଏହାଛଡ଼ା ସହରର କେଉଁ ଅଞ୍ଚଳରେ କେତେ ବର୍ଷା ଓ ତାତି ହେଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ। ଏହି ସୂଚନା ଆଧାରରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବେ। ଏ ନେଇ ଜାତୀୟ ସ୍ତରର ଏକ କର୍ମଶାଳା ଚଳିତ ମାସ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ହେବ। ଭାରତୀୟ ପାଣିପାଗ ବିଭାଗ ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବ। ଭୁବନେଶ୍ୱରର କେଉଁ ସ୍ଥାନରେ ଏହା ଲାଗିବ ତାହା ସର୍ଭେ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପରିବର୍ତ୍ତିତ ଜଳବାୟୁ କାରଣରୁ ବିଭିନ୍ନ ସମୟରେ ଘଟୁଥିବା ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ ମାତ୍ରାରେ ଧନଜୀବନ ନଷ୍ଟ ହେଉଛି। ଏସବୁର ପୂର୍ବ ସୂଚନା ମିଳିପାରୁ ନ ଥିବାରୁ କ୍ଷୟକ୍ଷତିର ମାତ୍ରା ବହୁ ପରିମାଣରେ ବଢ଼ିଯାଉଛି। ଗତ ମୌସୁମୀ ବର୍ଷା ସମୟରେ ଦେଶର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। କେଉଁଠି ଜଳାର୍ଣ୍ଣବ ତ କେଉଁଠି ପାଣି ଟିକେ ପାଇଁ ହାହାକାର। ଜୁଲାଇ ଓ ଅଗଷ୍ଟ ମାସ ବର୍ଷାରେ ଦେଶର ୧୦ଟି ସ୍ଥାନରେ ଅଲଗା ଅଲଗା ଚିତ୍ର ଦେଖିବାକୁ ମିଳିଥିଲା। ଆସାମ, ପାଟନା, ମୁମ୍ବାଇ, ପ୍ରୟାଗରାଜରେ ପ୍ରବଳ ବର୍ଷା ଯୋଗୁ ଜଳମଗ୍ନ ହୋଇ ଯାଇଥିଲା। ଗୋଟିଏ ପଟେ ପ୍ରବଳ ବର୍ଷା ହେଉଥିବା ବେଳେ ସେହି ଏକା ସମୟରେ ନାଗପୁର, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ସହରରେ ଜଳ ସଙ୍କଟ ଦେଇଦେଇଥିଲା। ରାଜଧାନୀ ନୂଆଦିଲ୍ଲୀରେ ଧୂଳିଝଡ ପରିବେଶକୁ ପ୍ରଦୂଷିତ କରି ଦେଇଥିଲା। ଗୋଟିଏ ସମୟରେ ଦେଶର ସହରଗୁଡିକରେ ଭିନ୍ନ ଭିନ୍ନ ଜଳବାୟୁ ଚିନ୍ତା ବଢାଇଲାଣି। ଏପରି କି ଗୋଟିଏ ସହରରେ ମଧ୍ୟ ଜଳବାୟୁରେ ଅନେକାଂଶରେ ପାର୍ଥକ୍ୟ ଦେଖା ଦେଉଛି। ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳର ଜଳବାୟୁକୁ ଅନୁଧ୍ୟାନ କରିବାକୁ ଆଇଏମ୍‌ଡି ପକ୍ଷରୁ ଦେଶର ବିଭିନ୍ନ ସହରରେ ଡପ୍‌ଲାର ରାଡାର ସ୍ଥାପନ କରିବାକୁ ଯୋଜନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?