ଭାରତ: ବିଶ୍ୱର ସାପ କାମୁଡ଼ା ରାଜଧାନୀ

ପ୍ରାଥମିକ ଚିକିତ୍ସା: ବିଷଧର ସାପ କାମୁଡିଥାଉ କି ବିଷହୀନ ସାପ କାମୁଡିଥାଉ ପ୍ରତ୍ୟେକ ସାପକାମୁଡ଼ା ରୋଗୀକୁ ବିଷଧର ସାପ କାମୁଡିଛି ବୋଲି ବିଚାରି ପ୍ରାଥମିକ ଚିକିତ୍ସା କରିବା ଉଚିତ। ପ୍ରାଥମିକ ଚିକିତ୍ସା କରୁଥିବା ବ୍ୟକ୍ତି ନିଜେ ଆଦୌ ଛାନିଆ ନ ହୋଇ ବରଂ ଛାନିଆ ହୋଇ ପଡିଥିବା ରୋଗୀକୁ ନିଶ୍ଚିତ ଆରୋଗ୍ୟ ହୋଇଯିବାର ଆଶ୍ୱାସନା ତଥା ଦୃଢ ଭରସା ଦେବା ଜରୁରୀ। ରୋଗୀ ଉପରେ ଆଶ୍ୱାସନା ଓ ଭରସାର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ। କାଳ ବିଳମ୍ବ ନ କରି ନିକଟସ୍ଥ ଡାକ୍ତରଙ୍କୁ ଖବର ଦେବା ଓ ରୋଗୀକୁ ଡାକ୍ତରଖାନା ପଠେଇବାର ବ୍ୟବସ୍ଥା କରିବା ଦରକାର। ରୋଗୀକୁ ହଲଚଲ ହେବା ପାଇଁ ନ ଦେଇ ଓ ଧୀରସ୍ଥିର ଭାବରେ ଶୁଆଇ ରଖି କାମୁଡା ଜାଗାର ଦୁଇ ତିନି ଇଞ୍ଚ ଉପରକୁ ଅନ୍ତତଃ ୨ରୁ ୪ ସେଣ୍ଟିମିଟର ଓସାର ଥିବା ପଟି ବାନ୍ଧିଦେବା ଆବଶ୍ୟକ। ପଟିକୁ ଭିଡିକରି ବାନ୍ଧିବା ଉଚିତ ନୁହେଁ। ଏପରି ଭାବରେ ପଟି ବାନ୍ଧିବା ଉଚିତ ଯେପରିକି ପଟିତଳେ ନିଜର ଦୁଇଟି ଆଙ୍ଗୁଠି ଗଳି ଯାଇପାରିବ। ପଟି ବାନ୍ଧିବା ପାଇଁ ଓସାରିଆ ରିବନ, ଶାଢିର ଧଡି, ଓସାରିଆ ଫିତା କିମ୍ବା ଭେଲକ୍ରୋ ପଟି ଇତ୍ୟାଦି ଭଲ। ପ୍ରତି କୋଡିଏ ମିନିଟ୍‌ରେ ପଟିଟିକୁ ଏକ ମିନିଟ୍‌ ପାଇଁ ଖୋଲିଦେଇ ପୁନର୍ବାର ପଟି ଭିଡିଦେବା ଆବଶ୍ୟକ। ଅଧଘଣ୍ଟାଏ ଭିତରେ ରୋଗୀକୁ ଡାକ୍ତରଖାନାରେ ପହଞ୍ଚେଇ ହେଉଥିଲେ ପଟିକୁ ହୁଗୁଳା କରିବାର ଆବଶ୍ୟକତା ନାହିଁ। କ୍ଷତ ସ୍ଥାନକୁ ସାବୁନ୍‌ ଜଳରେ ଭଲ ଭାବରେ ଧୋଇ ଦେଇ ସଫାକନା କି ସଫା ରୁମାଲ ଦ୍ୱାରା ଘୋଡେଇ ରଖିବା ଭଲ। ରୋଗୀ ଅଚେତ ହୋଇ ପଡି ନ ଥିଲେ ତାକୁ ଚା କଫି କି କ୍ଷୀର ପିଇବା ପାଇଁ ଦିଆଯାଇପାରେ। ତା’ର ବାନ୍ତି ହେଉଥିଲେ ତା’ର ମୁଣ୍ଡକୁ କଡ଼ପଟିଆ କରି ରଖିବା ଉଚିତ। ନିଃଶ୍ୱାସ ବନ୍ଦ ହୋଇଯାଇଥିଲେ କୃତ୍ରିମ ଶ୍ୱାସକ୍ରିୟା କରେଇବା ଏବଂ ହୃତ୍‌କ୍ରିୟା ବନ୍ଦ ହୋଇଗଲେ ରୋଗୀର ଛାତି ମଝିରେ ପାପୁଲି ରଖି ବାରମ୍ବାର ଚାପ ପ୍ରୟୋଗ (ବାହ୍ୟବକ୍ଷ ସଞ୍ଚାପନ) କରିବା ଦରକାର। ଉଷୁମ ରଖିବା ନିମନ୍ତେ ତାକୁ କମ୍ବଳରେ ଘୋଡେଇ ରଖିବା ଆବଶ୍ୟକ।
ମନେ ରଖିବା ଉଚିତ: ସାପ କାମୁଡ଼ିବା ପରେ ରୋଗୀ ଚଲାବୁଲା କରିବନି। ଆଣ୍ଟକରି ପଟି ବନ୍ଧାଯିବନି। କ୍ଷତ ସ୍ଥାନ ବା କାମୁଡା ଜାଗାରେ ବରଫ ଲଦା ହେବନି। କ୍ଷତ ସ୍ଥାନକୁ ଛୁରି କି ବ୍ଲେଡରେ କଟାଯିବନି। ନିଜର ପାଟି ଲଗେଇ କ୍ଷତ ସ୍ଥାନରୁ ବିଷ ଶୋଷିବା ମନା।
ଡାକ୍ତରଖାନାରେ ଚିକିତ୍ସା ପଦ୍ଧତି
ସାପ ବିଷରୁ ତିଆରି ପ୍ରତିବିଷ ବା ଆଣ୍ଟିସ୍ନେକ୍‌ଭେନମ୍‌ ଇଞ୍ଜେକ୍‌ସନ ଦେଇ ଡାକ୍ତରଖାନାରେ ରୋଗୀର ଚିକିତ୍ସା କରାଯାଇଥାଏ। ତାହାଛଡ଼ା ଦିଆଯାଇଥାଏ ଆଣ୍ଟିବାୟୋଟିକ୍‌ ଔଷଧ। ଦରକାର ପଡ଼ିଲେ ଅମ୍ଳଜାନ ଦେବା ସଙ୍ଗେସେଙ୍ଗେ କେତେକ କ୍ଷେତ୍ରରେ ଡାୟାଲିସିସ୍‌ କରିବା ଆବଶ୍ୟକ ପଡ଼ିପାରେ।
ବର୍ଷାଦିନେ ସାପକାମୁଡ଼ା ପ୍ରତି ସାବଧାନତା: ବର୍ଷା ଯୋଗୁ ସାପ ମାନଙ୍କ ଗାତରେ ପାଣି ପଶିଯାଏ। ତେଣୁ ସେମାନେ ବାହାରେ ବୁଲିବା ପାଇଁ ବାଧ୍ୟ ହୋଇଥାନ୍ତି। ତାହାଛଡ଼ା ବର୍ଷାଋତୁରେ ବେଙ୍ଗମାନଙ୍କ ସଂଖ୍ୟା ବଢ଼ିଯିବାରୁ ବେଙ୍ଗ ଖାଇବା ଉଦ୍ଦେଶ୍ୟରେ ବି ଏଣେତେଣେ ବୁଲିଥାନ୍ତି ସାପମାନେ। ଚାରିଆଡ଼େ ବଣବୁଦା ଓ ଘାସ ବଢ଼ିଯାଇଥିବାରୁ ସେମାନଙ୍କ ଉପସ୍ଥିତି ସହଜରେ ବାରିହୁଏନି। ଏହିସବୁ କାରଣରୁ ବର୍ଷାଦିନେ ସାପକାମୁଡ଼ାର ହାର ବଢ଼ିଯାଏ। ରାତିରେ ଲଣ୍ଠନ ଜଳେଇ କି ଟର୍ଚ୍ଚଜଳେଇ ଯିବାଆସିବା କରିବା ନିରାପଦ। ରାତିରେ ଯିବାଆସିବା କଲାବେଳେ ହାତରେ ମୋଟା ବାଡ଼ି କି ଠେଙ୍ଗା ଧରି ଓ ତାକୁ ଭୂଇଁ ଉପରେ ଠକ୍‌ ଠକ୍‌ କରି ବାଡ଼େଇ ବାଡ଼େଇ ଯାତାୟାତ କରିବା ଉଚିତ। ଏପରି କଲେ ସାପମାନେ ରାସ୍ତାରୁ ପଳେଇଯାଆନ୍ତି। ମୋଟା କନାର ଫୁଲ୍‌ପ୍ୟାଣ୍ଟ ଏବଂ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ବର୍ଷାଦିନିଆ ବୁଟ୍‌ଜୋତା ପିନ୍ଧି ରାତିରେ ବାହାରକୁ ଗଲେ ସାପ କାମୁଡ଼ିଲେ ମଧ୍ୟ ତା’ର ତୀବ୍ରତା ଊଣା ହୋଇଯାଏ। ମଶାରି ଟାଙ୍ଗି ଓ ମଶାରିର ଚାରିକଡ଼କୁ ବିଛଣାତଳେ ଖୋସି ଶୋଇବା ଉଚିତ। ବିଶେଷକରି ଗ୍ରାମାଞ୍ଚଳରେ ଭୂଇଁରେ ଶୋଉଥିବା ଲୋକେ ମଶାରି ଟାଙ୍ଗି ଶୋଇବା ନିହାତି ଆବଶ୍ୟକ।

(ଶେଷ ଭାଗ)
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ୍‌ ନଂ.-୧୧୩୧
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri