Posted inଖେଳ

ଭାରତୀୟ ଜୁନିୟର ହକି ଦଳର କୋଚ୍‌ ଦୌଡ଼ରେ ହରେନ୍ଦ୍ର

ନୂଆଦିଲ୍ଲୀ,୨୯।୭- ହକି ଇଣ୍ଡିଆ (ଏଚ୍‌ଆଇ) ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଆବେଦନ ତାରିଖ ଘୁଞ୍ଚାଇବା ପରେ ହରେନ୍ଦ୍ର ସିଂ ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଜୁନିୟର ଦଳ ୨୦୧୬ ବିଶ୍ୱକପ୍‌ ଜିତିଥିଲା। ଗତ ଡିସେମ୍ବରରେ ବିଶ୍ୱକପ୍‌ରେ ବିଫଳତା ପରେ ସିନିୟର ଭାରତୀୟ ଦଳର କୋଚ୍‌ ପଦରୁ ତାଙ୍କୁ ବିଦା କରାଯାଇଥିଲା। ଏହା ପରେ ତାଙ୍କୁ ପୁନର୍ବାର ଜୁନିୟର ଦଳର କୋଚ୍‌ ଦାୟିତ୍ୱ ଦିଆଯାଇଥିଲା। ହେଲେ ହରେନ୍ଦ୍ର ବିଦେଶୀ କୋଚ୍‌ଙ୍କ ଭଳି ଦରମା, ଲାଭ ଓ ସୁବିଧା ଆଦି ଦାବି କରିଥିଲେ। ଏବେ ମଧ୍ୟ ସେହି ଦାବିରେ ଅଟଳ ଅଛନ୍ତି। ମୁଁ ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛି। କିଛି ସର୍ତ୍ତ ରଖିଛି। ସେଥିରେ ୧୦ରୁ ୧୨ ହଜାର ଡଲାର ଦରମା ଦେବା ପାଇଁ ସର୍ତ୍ତ ରଖିଛି ବୋଲି ହରେନ୍ଦ୍ର କହିଛନ୍ତି। କୋଚଙ୍କୁ ଆଗାମୀ ଜୁନିୟର ବିଶ୍ୱକପ୍‌ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯିବ। କୋଚ୍‌ଙ୍କ କାର୍ଯ୍ୟ ସନ୍ତୋଷଜନକ ରହିଲେ, ତାଙ୍କ କାର୍ଯ୍ୟକାଳରେ ୬ ମାସ ବୃଦ୍ଧି କରାଯିବ ବୋଲି ଏଚ୍‌ଆଇ ଓ୍ବେବସାଇଟ୍‌ରେ ଲିଖିତ ରହିଛି। ପ୍ରଥମେ ଆବେଦନ ଲାଗି ଜୁଲାଇ ୫ ତାରିଖକୁ ଅନ୍ତିମ ଦିବସ ଭାବେ ଧାର୍ଯ୍ୟ କରାଯାଇଥିଲା। ପରେ ୨୫ ଜୁଲାଇ ଓ ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଥିଲା। ଗତ ମାସ ପର୍ଯ୍ୟନ୍ତ ଜୁଡେ ଫେଲିକ୍ସ ଜୁନିୟର ଦଳ ଦାୟିତ୍ୱରେ ଥିଲେ। ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ଫେଲିକ୍ସଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri