ଭାରତକୁ ୧୭ରୁ ଅଧିକ ଦେଶରୁ ଆସିଛି କରୋନା ଭୂତାଣୁ: ସଂରଚନା ବି ଭିନ୍ନ ଭିନ୍ନ

ନୂଆଦିଲ୍ଲୀ,୨୭।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶକୁ ୧୭ରୁ ଅଧିକ ଭିନ୍ନ ଭିନ୍ନ ଦେଶରୁ କରୋନା ଭୂତାଣୁ ଆସିଥିବା କୁହାଯାଉଛି। ଏସବୁ ମଧ୍ୟରେ ୫ଟିର ଆନୁବଂଶିକ ପରିବର୍ତ୍ତନ(ମ୍ୟୁଟେଶନ) ରହିଥିବା ମଧ୍ୟ ଜଣାପଡ଼ିଛି। ଗୋଟିଏ ଭୂତାଣୁର ଭିନ୍ନ ଭିନ୍ନ ସଂରଚନା ଯୋଗୁ ଏକ ପ୍ରକାର ଚିକିତ୍ସା ସମସ୍ତ ସଂକ୍ରମିତଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ ବୋଲି ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି) ପକ୍ଷରୁ କୁହାଯାଇଛି। ଚାଇନାରେ ହୋଇଥିବା ପରୀକ୍ଷାରେ କରୋନା ଭୂତାଣୁର ୪୩୦୦ଟି ଆନୁବଂଶିକ ପରିବର୍ତ୍ତନ ଉପରେ ଅଧ୍ୟୟନ କରାଯାଇଥିଲା। ଭାରତର ଆଗ୍ରା ଏବଂ ଜୟପୁରରେ ସଂକ୍ରମିତଙ୍କଠାରେ ନେଦରଲାଣ୍ଡରେ ଦେଖାଯାଉଥିବା କରୋନା ଭୂତାଣୁ ଦେଖିବାକୁ ମିଳିଛି। ସେହିପରି କୁଏତ୍‌ରେ ଦେଖାଦେଇଥିବା କରୋନା ଭୂତାଣୁ ମଧ୍ୟ ଭାରତରେ ଦେଖିବାକୁ ମିଳିଛି। କେରଳରେ ଦେଖାଦେଇଥିବା ଭୂତାଣୁର ଚାଇନାର ଉହାନଠାରେ ଦେଖାଦେଇଥିବା ଭୂତାଣୁ ସହିତ ସାମ୍ୟତା ରହିଛି। ସେହିପରି ଜୟପୁର ଏବଂ ଦିଲ୍ଲୀରେ ଇଟାଲୀରେ ଦେଖାଦେଇଥିବା କରୋନା ଭୂତାଣୁ ମିଳିଛି। ବିଭିନ୍ନ ଦେଶରୁ ଆସିଥିବା ସଂକ୍ରମିତଙ୍କଠାରେ ଅଲଗା ଅଲଗା କରୋନା ଭୂତାଣୁ ଥିବାରୁ ଏହାର ଚିକିତ୍ସା କରିବାରେ ସମସ୍ୟା ଦେଖାଦେଉଥିବା କୁହାଯାଉଛି। ଜଣଙ୍କ ପାଇଁ ଉପଯୋଗୀ ଔଷଧ ବେଳେବେଳେ ଅନ୍ୟଙ୍କ କ୍ଷେତ୍ରରେ ବ୍ୟବହୃତ କରିବା ସମ୍ଭବ ହୋଇ ପାରୁନାହିଁ ବୋଲି ଏନ୍‌ଆଇଭି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?