ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ ଭାତ ବଳିଯାଏ। ସେହି ଭାତକୁ ନ ଫୋପାଡି କାମରେ ଲଗାନ୍ତୁ। ଆସନ୍ତୁ ଦେଖିବା ବଳକା ରହିଯାଇଥିବା ଭାତରୁ କିପରି ପ୍ରସ୍ତୁତ କରିବା ରାଇସ କଟଲେଟ ।
ଆବଶକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ ଗରମ ମସଲା, କିସମିସ-୧୫ଗ୍ରାମ, ଆରାରୁଟ ପାଉଡର-୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ : ଦୁଇଟି ଆଳୁ ସିଝାଇବେ। ସେଥିରେ ଅଦା, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ କଢ଼େଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ଅଦା, ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ। ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ। ଏହାପରେ ରଖା ହୋଇଥିବା ଭାତରେ ଆରାରୁଟ ପାଉଡ଼ର, ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଓ କିସମିସ ଓ ଆଳୁ ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଏକ କଢ଼େଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ କଟଲେଟ। ଏହାକୁ ଆପଣ ଏକ ପାତ୍ରରେ ବାହାର କରି ଗାରନିସ କରି ଚିଲ୍ଲୀ ସସ୍‌ କିମ୍ବା ଟମାଟୋ ସସ୍‌ ସହ ଖାଇ ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା...

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri