ଉତ୍ତମ ଶିକ୍ଷାରୁ ବଞ୍ଚତ୍ତ ଶ୍ରବଣବାଧିତ ଛାତ୍ର

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନ। ତାଙ୍କ ବାମ କାନକୁ ଆଦୌ ଶୁଭୁ ନ ଥିବାବେଳେ ଡାହାଣ କାନକୁ ଅଳ୍ପ ଶୁଭୁଛି। ଫଳରେ ପାଠ ପଢାରେ ସମସ୍ୟା ହେଉଛି। ୭ ବର୍ଷ ଧରି ଏଭଳି ସମସ୍ୟା ମଧ୍ୟରେ ସେ ପଢୁଛନ୍ତି। ଏଭଳି ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ୨୦ ନଭେମ୍ବରରେ ଦାରିଙ୍ଗବାଡ଼ି ଠାରେ କ୍ୟାମ୍ପ କରି ମାଗଣା ଚିକିତ୍ସା କରାଯାଇଥିଲା। କିନ୍ତୁ ଏଥିରୁ ବଞ୍ଚତ୍ତ ହୋଇଛନ୍ତି ଟୁନା। ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଭାଇ ଓ ମା’ଙ୍କ ସହ ଟୁନା ରହୁଛନ୍ତି। ମା’ ମୂଲଲାଗି କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ସ୍ବାସ୍ଥ୍ୟପରୀକ୍ଷା କରାଇବା ସମ୍ଭବ ହେଉନଥିବା କୁହନ୍ତି ଟୁନାଙ୍କ ମା’ ମାଳି। ଏନେଇ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗି କୁହନ୍ତି, ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର କରଙ୍କୁ ଚିଠି କରାଯାଇଛି ଯେଉଁମାନେ ଶ୍ରବଣ ବାଧିତ ଓ ଚକ୍ଷୁ ସମସ୍ୟା ରହିଛି ସେମାନଙ୍କୁ ଦାରିଙ୍ଗବାଡ଼ି ଆଣିବାକୁ କୁହାଯାଇଛି। ନଭେମ୍ବର ୨୫ ତାରିଖରେ ମନିଟରିଂ ବେଳେ ଯାଇ ସମସ୍ତ ବିଷୟ ରିପୋର୍ଟ କରିଥିବା କହିଛନ୍ତି ସିଆର୍‌ସିସି ଜଳେନ୍ଦ୍ର ଦିଗାଳ। ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର କର କହିଛନ୍ତି ଯେ, ଟୁନାଙ୍କ ପରିବାର ଲୋକଙ୍କୁ କୁହାଯାଇଥିଲା ହେଲେ ସେ ଅବହେଳା କରିବାରୁ ଶ୍ରବଣ ପରୀକ୍ଷା ହୋଇଇପାରିନାହିଁ। ସେ ଖୁବଶୀଘ୍ର ଟୁନାଙ୍କୁ ଶ୍ରବଣ ଜନିତ ସମସ୍ୟାର ପରୀକ୍ଷା ପାଇଁ ନେବେ ବୋଲି କହିଛନ୍ତି।
ସୂଚନା ଯୋଗ୍ୟଯେ, ଲାଦାଙ୍ଗି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୭ ଛାତ୍ରୀଛାତ୍ର ଥିବାବେଳେ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଏମାନେ ୨ଟି ଶ୍ରେଣୀଗୃହରେ ପଢୁଛନ୍ତି। ଅନ୍ୟପକ୍ଷରେ ୪୦ ଜଣରେ ଜଣେ ଶିକ୍ଷକ ରହିବା ନିୟମ ରହିଥିଲେ ମଧ୍ୟ ୧୭ ଜଣ ଛାତ୍ରୀଛାତ୍ରଙ୍କୁ ୪ ଜଣ ଶିକ୍ଷକ ରହିଛନ୍ତି। ସମସ୍ତେ ପାଳି କରି ବିଦ୍ୟାଳୟକୁ ଯାଉଥିବା ଅଭିଯୋଗ ହେଉଛି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତ କୁହନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାରଣରୁ ସେଠାରେ ୫ଜଣ ଶିକ୍ଷକ ଆବଶ୍ୟକ। କିନ୍ତୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମ୍‌ ଯୋଗୁ ଆବଶ୍ୟକ ସ୍ଥଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର କରାଯିବା ସହ ଟୁନାଙ୍କ କାନ ପରୀକ୍ଷା କରାଯାଇ ଆବଶ୍ୟକ ଯନ୍ତ୍ର ଯୋଗାଇଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri