Posted inଜାତୀୟ

ଭାଜପାକୁ ସହଯୋଗ: ମାମଲା ହଟିଲା

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ଜଳସେଚନ ପ୍ରକଳ୍ପ ଦୁର୍ନୀତିକୁ ନେଇ ୯ଟି ମାମଲାର ତଦନ୍ତକୁ ସୋମବାର ରାଜ୍ୟ ଦୁର୍ନୀତି ନିର୍ବାରଣ ବ୍ୟୁରୋ (ଏସିବି) ବନ୍ଦ କରିଦେଇଛି। କୌଣସି ଜଳସେଚନ ଦୁର୍ନୀତି ସହ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି ନ ଥିବା ଏସିବି ପକ୍ଷରୁ କୁହାଯାଇଛି। ଏହାକୁ ସର୍ତ୍ତମୂଳକ ଭାବେ ବନ୍ଦ କରାଯାଇଛି। ରାଜ୍ୟ କିମ୍ବା ଅଦାଲତ ଚାହିଁଲେ ମାମଲାକୁ ପୁନର୍ବାର ଖୋଲିପାରିବେ ବୋଲି ଏସିବି ଅଧିକାରୀ କହିଛନ୍ତି। ଜଳସେଚନ ଦୁର୍ନୀତି ଅଭିଯୋଗ ପରେ ୩୦୦୦ ଟେଣ୍ଡରର ତଦନ୍ତ କରାଯାଇଥିଲା ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରରେ ସରକାର ଗଠନରେ ଭାଜପାକୁ ସହଯୋଗ କରିଥିବାରୁ ଅଜିତଙ୍କ ନାମରେ ଥିବା ଆପରାଧିକ ମାମଲା ସହ ଜଳସେଚନ ଦୁର୍ନୀତି ସଂକ୍ରାନ୍ତ କେସ୍‌ ହଟିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୯ରୁ ୨୦୦୯ ଯାଏ ମହାରାଷ୍ଟ୍ରର ଜଳସେଚନ ବିଭାଗ ଦାୟିତ୍ୱରେ ଥିବାବେଳେ ଅଜିତ ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ଜଡ଼ିତ ଥିବା କୁହାଯାଇ ଆସୁଥିଲା।
ମାମଲା ବନ୍ଦ କରିବାକୁ ନେଇ କଂଗ୍ରେସ ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା-ଅଜିତ ପାଓ୍ବାର ସରକାର ଦାୟିତ୍ୱ ନେବା ପରେ ସମସ୍ତ ଦୁର୍ନୀତି ମାମଲା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା କଂଗ୍ରେସ କହିଛି। ୯ଟି ଜଳସେଚନ ମାମଲା ମଧ୍ୟରୁ କୌଣସିଟିରେ ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି ନାହିଁ ବୋଲି ଏସିବି କହିବା ପରେ ମହାରାଷ୍ଟ୍ରରେ ସାଧୁତା ଓ ଉତ୍ତରଦାୟିତ୍ୱକୁ ଠିକାରେ ହତ୍ୟା କରାଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri