ଭତାରୁ ବଁଚିତ୍‌ ପକ୍ଷାଘାତ ରୁଗୀ କୌଶଲ୍ୟା

 

ଲୋଇସିଂହା, ୧୪।୩ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା ନାଏକ(୬୧)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଚିକିଛାରେ ପାଖାପାଖି ଦେଢ଼ ଲାଖ୍‌ ଟଁକା ସାରି ସରବ୍‌ସୁଅଁାତ ହେଇଛନ୍‌। ହେଲେ ରୋଗ୍‌ ଘୁଚ୍‌ବାର ନଁା ନାଇଁ ଧରବାର। ଏହେଦେ ସେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରି କରି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ସଦର ଗଁାର କଳାକାର ନାଏକକଁର ମାଏକିନା କୌଶଲ୍ୟା। ଦୁଇ ଝି’ ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ଜମିବାଡ଼ି ନାଇଁଥିବାର ଲାଗି ଦମ୍ପତି କୁଲିମଜୁରି କରି ନିଜର ପରିବାର ଚଲଉଥିଲେ। ହେଲେ ଆଏଜ୍‌କେ ୪ ବଛର ତଲେ ୨୦୧୬ ସାଲେ ଖେତ୍‌କେ ପଲ୍‌ହାରୁଇ ଯାଇଥିଲାବେଲେ କୌଶଲ୍ୟା ହିଟିପଡ଼ଲେ। ସେଦିନ୍‌ଠାନୁ ସେ ପକ୍ଷାଘାତ ରୋଗ୍‌ରେ ପଡ଼ିଛନ୍‌। ପରିବାର ଲୋକ୍‌ ତାହାକୁ ପଣ୍ଡରାଗୀ, ଡୁଙ୍ଗରିପାଲିକେ ନେଇ ଘରୋଇ ଚିକିଛାରେ ପାଖାପାଖି ଦେଢ଼ଲାଖ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ ହେଇଛନ୍‌। ଏତେ ଟଁକା ପଏସା ଖରଚ୍‌ କଲା ଉତାରୁ ବି ପଡ଼ି ଯାଇଥିବାର ଡେବ୍‌ରି ଫାଲର ହାତ୍‌ଗୋଡ଼ କାମ୍‌ ନାଇଁ କରବାର। ଏହେଦେ କୌଶଲ୍ୟା ଅପାରୁ ହେଇ ପରିବାର ଉପରେ ଗୁଟେପରକାର ବୋଝ୍‌ ପାଲଟିଯାଇଛନ୍‌। ପରିବାର ଲୋକ୍‌ କୌଶଲ୍ୟାକଁର ଭତା ଲାଗି ଥାନୀଅ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ କୌଶଲ୍ୟା ନିରୁଜ ଥିଲାବେଲେ କେଁଦୁପତର ତୁଲି ଫଡି ଘରକେ ଦେଉଥିଲେ। ସରକାରୀ ନିୟମ ହିସାବେ କେଁଦୁପତର ରେଞ୍ଜ ତରଫୁ କାମ୍‌ କଲାବେଲେ ଅପାରୁ ହେଲେ ସରକାରୀ ସାହାଯ୍‌ ମିଲ୍‌ସି। ସେ ହିସାବେ ପରିବାର ଲୋକ ଫଡିଘର ଦାଇତିଅରେ ଥିବାର ଗଁାର ପ୍ରଫୁଲ୍ଲ ଧରୁଆକୁଁ ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଥିଲେ। ହେଲେ କୌଶଲ୍ୟାକୁଁ ୬୦ ବଛର୍‌ରୁ ଅଧ୍‌କା ହେଲାନ, ସେଥିରଲାଗି ସରକାରୀ ସାହାଯ୍‌ ନାଇଁ ମିଲେ ବଲି ସେ ମନା କରିଥିବାର ପରିବାର ଲୋକ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ସରପଁଚ୍‌ ଉର୍କୁଲୀ ଧରୁଆକୁଁ ପଚ୍‌ରାଲାରୁ ଦରକାରୀ କାଗଜପତର ଦେଲେ ଭତାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ ବ୍ଲକ ପରଶାସନ ଆର ସୁଆସ୍‌ତିଅ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ କୌଶଲ୍ୟାକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ପରିବାର ଲୋକ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri