ବ୍ୟାପକ ହେବ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର

ଢେଙ୍କାନାଳ ଅଫିସ, ୧।୨ – କପିଳାସ ଚିଡ଼ିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ। ଅଗ୍ରାଧିକାର ଭିତ୍ତିରେ ଜୁ’ରେ ଥିବା ପ୍ରାଣୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯିବ। ଉକ୍ତ କେନ୍ଦ୍ରରେ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ଚିକିତ୍ସକ ନିଯୁକ୍ତ ହେବେ ବୋଲି କହିଛନ୍ତି ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପିସିସିଏଫ୍‌ ଶଶି ପଲ୍‌। ଦୁର୍ଘଟଣାରେ ହାତୀମୃତ୍ୟୁ ଘଟଣାର ସମୀକ୍ଷା କରିବାକୁ ଢେଙ୍କାନାଳ ଆସିଥିବାବେଳେ ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ପିସିସିଏଫ୍‌, ଅନୁଗୋଳ ଆର୍‌ସିସିଏଫ୍‌ ଡ. ପ୍ରଦୀପରାଜ କରାତ୍‌ ଏବଂ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଚିଡ଼ିଆଖାନା ପରିଦର୍ଶନ କରିଛନ୍ତି। ଏହି ଅବସରରେ ଅଧିକାରୀମାନେ କେଜ୍‌ ଏବଂ ହାତୀ ରେସ୍‌କ୍ୟୁ ସେଣ୍ଟର ବୁଲି ଦେଖିଥିଲେ।
ରେସ୍‌କ୍ୟୁ ସେଣ୍ଟରରେ ରଖାଯାଇଥିବା ନରହନ୍ତା ଦନ୍ତାର ଗତିବିଧି ଅନୁଧ୍ୟାନ କରି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି ଯେ, ଉକ୍ତ ହାତୀର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସେ ଶାନ୍ତ ଅଛି। ଜନବସତିରେ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରାଣୀଙ୍କୁ ଧରିବା ନିୟମ ରହିଛି। ହାତୀଟି ଜନବସତି ଲାଗି ବିପଦ ସୃଷ୍ଟି କରିଥିଲା। ସ୍ବଭାବରେ ପରିବର୍ତ୍ତନ ଲାଗି ତାକୁ ଆଣି ରେସ୍‌କ୍ୟୁ ସେଣ୍ଟରରେ ରଖାଯାଇଛି। ରାଜ୍ୟରେ ୨୦୦୦ ହାତୀ ଅଛନ୍ତି। ସେଥିରୁ ମାତ୍ର ୨ଟି ଏପରି ହିଂସ୍ର ଆଚରଣ କରୁଥିବା ନଜରକୁ ଆସିଛି। ରେସ୍‌କ୍ୟୁ ସେଣ୍ଟରକୁ ଉନ୍ନତୀକରଣ କରାଗଲେ ସମସ୍ୟା ରହିବ ନାହିଁ। ଚିଡ଼ିଆଖାନାରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇପାରିଲେ ଧଳା ଓ କଳା ବାଘ ଅଣାଯିବା ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ କପିଳାସ ରେଞ୍ଜର ଦର୍ଶନିଆ ଭୋଇଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଅତିରିକ୍ତ ପିସିସିଏଫ୍‌ ସପ୍ତଶଯ୍ୟାରେ ଥିବା ଇକୋ ଟୁରିଜମ୍‌ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri